ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ଭାରତର ଏକ ପ୍ରମୁଖ ଗଣମାଧ୍ୟମ ଶିକ୍ଷାନୁଷ୍ଠାନ । ୮ ନଭେମ୍ବର ୨୦୧୨ ରେ ଓଡ଼ିଆ ଉଇକି କ୍ଲବ, ନାଲକୋନଗରର ସଭ୍ୟଗଣ ଓ ଅନ୍ୟାନ୍ୟ ଓଡ଼ିଆ ଉଇକିଆଳି ପ୍ରଫେସର ମୃଣାଳ ଚାଟାର୍ଜୀ, ସହ-ପ୍ରାଧ୍ୟାପକ ଭଗବାନ ସାହୁ ଓ ସୁଚରିତାଙ୍କୁ ଭେଟିଥିଲେ ଓ ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନାରେ ଛାତ୍ରଛାତ୍ରୀମାନେ କିପରି ଭାଗ ନେଇପାରିବେ ତାହା ଆଲୋଚନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ପ୍ରାରମ୍ଭିକ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଥିଲା । ଏହି କର୍ମଶାଳାରେ ସେମାନଙ୍କୁ ଉଇକିପିଡ଼ିଆରେ ସମ୍ପାଦନା ବାବଦରେ ବିଷଦ ଭାବରେ ବର୍ଣ୍ଣନା କରାଯାଇଥିଲା ଓ ସେମାନେ ନିଜେ ଉଇକିପିଡ଼ିଆରେ ସମ୍ପାଦନା କରିବା ଶିଖିଥିଲେ । ଏହି ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ଚାରିମାସ ଧରି ହେବାକୁ ଥିବା ଏକ ପ୍ରକଳ୍ପ ଯେଉଁଥିରେ ଛାତ୍ରଛାତ୍ରୀମାନେ କେତେକ ନିର୍ଦ୍ଦିଷ୍ଟ ବିଷୟରେ ପ୍ରସଙ୍ଗମାନ ଲେଖିବେ । ଏହି ପ୍ରସଙ୍ଗସବୁକୁ ସହ-ପ୍ରାଧ୍ୟାପକଗଣ ପରଖିବା ପରେ ତାହାସବୁ ଉଇକିଆଳିଙ୍କ ଦେଇ ପୁନର୍ସମ୍ପାଦିତ ହେବ ଓ ପୂର୍ଣ୍ଣାଙ୍ଗ ପ୍ରସଙ୍ଗରେ ପରିଣତ ହେବ ।
- ପ୍ରଫେସର ମୃଣାଳ ଚାଟାର୍ଜୀ
- ଭଗବାନ ସାହୁ
- ସୁଚରିତା
ତଳେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଓ ସେମାନେ ବାଛିଥିବା ପ୍ରସଙ୍ଗମାନ ଲେଖାଯାଇଛି । ଅଭିଜ୍ଞ ଉଇକିଆଳିମାନେ ନିଜ ଇଚ୍ଛା ଅନୁସାରେ ସେମାନଙ୍କୁ ସହଯୋଗ କରିବେ ।
- ୧ମ କର୍ମଶାଳା, ୮ ନଭେମ୍ବର ୨୦୧୨: ଏଠାରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଓଡ଼ିଆ ଉଇକିଆଳିମାନେ ଏଥିରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନଙ୍କୁ କିପରି ଉଇକିପିଡ଼ିଆରେ ପ୍ରସଙ୍ଗ ସମ୍ପାଦନା କରାଯାଏ ତାହା ଶିଖାଇଥିଲେ । ଛାତ୍ରଛାତ୍ରୀମାନେ ନିଜେ କମ୍ପ୍ୟୁଟରରେ ଟାଇପ କରି ବିଭିନ୍ନ ପ୍ରସଙ୍ଗରେ ସମ୍ପାଦନା କରିଥିଲେ ।
- ୨ୟ କର୍ମଶାଳା, (୮ ଜାନୁଆରୀ ୨୦୧୩, ଅପରାହ୍ଣ ଘ୨.୩୦ମି.): ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନେ ବାଛିଥିବା ପ୍ରସଙ୍ଗ ସବୁ ବିଷୟରେ ସେମାନେ କିପରି ଲେଖିବା ଆରମ୍ଭ କରିବେ ତାହା ଆଲୋଚନା କରାଯିବ । ଶିକ୍ଷା-ସହାୟକମାନଙ୍କ ସହ ଆଗକୁ କଣ କଣ କରାଯିବ ତାହା ଆଲୋଚନା କରାଯିବ ।
- ୩ୟ କର୍ମଶାଳା, (୨୬ ଜାନୁଆରୀ ୨୦୧୩, ଅପରାହ୍ଣ ଘ୩.୦୦ମି. ରେ ହେବାକୁ ଅଛି): ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନେ ଲେଖିଥିବା ପ୍ରସଙ୍ଗ ସବୁ ବିଷୟରେ ଉଇକିଆଳିମାନେ ମତାମତ ଦେବେ ଓ ଆଗକୁ କଣ କଣ କରିବେ ତାହା ବତାଇବେ । ଏକ ଉଦଯାପନ କାର୍ଯ୍ୟକ୍ରମ ସହିତ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯିବ ।
-
ପ୍ରଫେସର ମୃଣାଳ ଚାଟାର୍ଜୀ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନାରତ
-
ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନାରତ ସୁଭାସିସ ପାଣିଗାହି
-
ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନାରତ ମୃତ୍ୟୁଞ୍ଜୟ କର ଓ ସୁଭାସିସ ପାଣିଗାହି
-
ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନାରତ ମୃତ୍ୟୁଞ୍ଜୟ କର
-
ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ
-
ଶିକ୍ଷକମାନଙ୍କ ସହ ଓଡ଼ିଆ ଉଇକିଆଳିଗଣ
|