ଉଇକିପିଡ଼ିଆ:ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ/ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ/୩ୟ କର୍ମଶାଳା

ଏହି କର୍ମଶାଳା ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳରେ ଚାଲିଥିବା ଓଡ଼ିଆ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପର ଉଦଯାପନ କର୍ମଶାଳା । ଏହା୨୬ ଜାନୁଆରୀ ୨୦୧୩, ଅପରାହ୍ଣ ଘ୩.୦୦ମି. ରେ ହେବାକୁ ଅଛି । ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନେ ଲେଖିଥିବା ପ୍ରସଙ୍ଗ ସବୁ ବିଷୟରେ ଉଇକିଆଳିମାନେ ମତାମତ ଦେବେ ଓ ଆଗକୁ କଣ କଣ କରିବେ ତାହା ବତାଇବେ । ଏକ ଉଦଯାପନ କାର୍ଯ୍ୟକ୍ରମ ସହିତ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯିବ ।

ଆଲୋଚନାର ପ୍ରସଙ୍ଗ ସମ୍ପାଦନା

  • ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ଶିକ୍ଷା ପ୍ରକଳ୍ପର ସ୍ଥିତି ଓ ଫଳାଫଳ
  • ଏଯାବତ ଛାତ୍ରଛାତ୍ରୀମାନେ ଲେଖିଥିବା ପ୍ରସଙ୍ଗର ମୂଲ୍ୟାୟନ ଓ ମତାମତ
  • ଉପସ୍ଥିତ ସାହିତ୍ୟିକ ଓ ଭଦ୍ରମଣ୍ଡଳୀଙ୍କୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ସମ୍ୟକ ସୂଚନା
  • ମାନପତ୍ର ବିତରଣ

ଏଥିରେ ଭାଗନେଉଥିବା ଉଇକିଆଳିଗଣ ସମ୍ପାଦନା

  1. ମୃତ୍ୟୁଞ୍ଜୟ କର
  2. ସୁଭାସିସ ପାଣିଗାହି
  3. ସୁବାସ ଚନ୍ଦ୍ର ରାଉତ
  4. ମନୋରଞ୍ଜନ ବେହେରା
କର୍ମଶାଳା ପରେ ଆଗାମୀ ଶିକ୍ଷା ପ୍ରକଳ୍ପ ବାବଦରେ ଆଲୋଚନା, ଏହି ଆଲୋଚନାରେ ଓଡ଼ିଆ ଉଇକିଆଳିମାନେ ପ୍ର. ମୃଣାଳ ଚାଟ୍ଟାର୍ଜୀଙ୍କ ସହିତ ଆଲୋଚନା କରୁଛନ୍ତି

ବିବରଣୀ ସମ୍ପାଦନା

୨୬ ଜାନୁଆରୀ ୨୦୧୩ ଅପରାହ୍ଣ ୩ ଘଟିକା ସମୟରେ ଓଡ଼ିଆ ଉଇକିଆଳିଗଣ ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳରେ ଓଡ଼ିଆ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପର ଉଦଯାପନ ନିମନ୍ତେ ଏକାଠି ହୋଇଥିଲେ । ଅନୁଷ୍ଠାନର ପ୍ରାଧ୍ୟାପକ ଡ. ମୃଣାଳ ଚାଟ୍ଟାର୍ଜୀ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଉଇକିପିଡ଼ିଆର ଉପ‌ଯୋଗୀତା ସମ୍ବନ୍ଧରେ ସମ୍ୟକ ସୂଚନା ଦେଇ ଉଇକିଆଳିମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ସ‌ହ ପରିଚିତ କରାଇଥିଲେ । ଡା. ସୁବାସ ଚନ୍ଦ୍ର ରାଉତ ଭାରତୀୟ ଜନସଂଚାର ସଂସ୍ଥାନର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦେଇ ଲେଖାଯାଇଥିବା ପ୍ରସଙ୍ଗ ସମ୍ବନ୍ଧରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବତାଇଥିଲେ । ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ଉଇକିପିଡ଼ିଆରେ କିପରି ନିଜର ଜ୍ଞାନର ବିକାଶ କରିବା ସ‌ହିତ ଏହି ପ୍ରକଳ୍ପ ମାଧ୍ୟମରେ ଜ୍ଞାନ ବିତରଣରେ ସ‌ହ‌ଯୋଗ କରିପାରିବେ ସେ ସମ୍ପର୍କରେ ସୁଭାସିସ ପାଣିଗାହି ସୂଚନା ଦେଇଥିଲେ । ସ‌ଭା ଶେଷରେ ଏହି ପ୍ରକଳ୍ପରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ମାନପ‌ତ୍ର ପ୍ରଦାନ କରା‌ଯାଇଥିଲା ।

ଫଟୋ ସବୁ ଉଇକିମିଡ଼ିଆ କମନ୍ସ ଶ୍ରେଣୀରେ ଦେଖିପାରିବେ ।