ଇସାଭୁକୋନାଜୋନିଅମ (ଇଂରାଜୀ ଭାଷାରେ Isavuconazonium), କ୍ରେସମ୍ବା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆସ୍ପର୍ଗିଲୋସିସ୍ ଏବଂ ମ୍ୟୁକୋର୍ମାଇକୋସିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] [୨] ମ୍ୟୁକୋର୍ମାଇକୋସିସ୍ ପାଇଁ ଯେତେବେଳେ ଆମ୍ଫୋଟେରିସିନ୍ ବି ଉପଯୁକ୍ତ ନୁହେଁ ସେତେବେଳେ ଏହା ବ୍ୟବହୃତ ହୁଏ । [୪] ଏହା ପାଟିରେ ଦିଆଯାଇପାରେ କିମ୍ବା ଧୀରେ ଧୀରେ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[୨]

Isavuconazonium
Clinical data
Trade namesCresemba
SynonymsIsavuconazonium sulfate
AHFS/Drugs.commonograph
Pregnancy
category
Routes of
administration
By mouth, intravenous (IV)
Legal status
Legal status
Chemical and physical data
FormulaC35H35F2N8O5S
Molar mass୭୧୭.୭୭ g·mol−1
3D model (JSmol)
  • C[C@@H](c1nc(cs1)c2ccc(cc2)C#N)[C@](Cn3c[n+](cn3)C(C)OC(=O)N(C)c4c(cccn4)COC(=O)CNC)(c5cc(ccc5F)F)O.OS(=O)(=O)[O-]
  • InChI=1S/C35H35F2N8O5S.H2O4S/c1-22(33-42-30(18-51-33)25-9-7-24(15-38)8-10-25)35(48,28-14-27(36)11-12-29(28)37)19-45-21-44(20-41-45)23(2)50-34(47)43(4)32-26(6-5-13-40-32)17-49-31(46)16-39-3;1-5(2,3)4/h5-14,18,20-23,39,48H,16-17,19H2,1-4H3;(H2,1,2,3,4)/q+1;/p-1/t22-,23?,35+;/m0./s1
  • Key:LWXUIUUOMSMZKJ-KLFWAVJMSA-M
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ବାନ୍ତି, ଅଣନିଶ୍ୱାସ, ପେଟ ଯନ୍ତ୍ରଣା, ତରଳ ଝାଡ଼ା, ମୁଣ୍ଡବିନ୍ଧା, କମ୍ ରକ୍ତ ପୋଟାସିୟମ୍ ଏବଂ ରାସ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ ଛୋଟ କ୍ୟୁଟି (QT) ଅନ୍ତର୍ଭୁକ୍ତ ହୋଇପାରେ ।[୨] [୫] ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଟ୍ରାଇଜୋଲ୍ ଶ୍ରେଣୀର ଏକ କବକରୋଧୀ ଔଷଧ ଏବଂ ଶରୀରରେ ଇସାଭ୍ୟୁକୋନାଜୋଲରେ ପରିଣତ ହେବା ପରେ କାମ କରେ ।[୬]

୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇସାଭ୍ୟୁକୋନାଜୋନିଅମ୍ ଅନୁମୋଦିତ ହୋଇଥିଲା ।[୫] [୩] ଯୁକ୍ତରାଜ୍ୟରେ ୨୦୦୧ ସୁଦ୍ଧା ୨୦୦ ମିଗ୍ରାର ଏକ ଭାଏଲର ମୂଲ୍ୟ ୩୦୦ ଡଲାର ଖର୍ଚ୍ଚ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୫୦ ଡଲାର ଅଟେ ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ "Isavuconazonium (Cresemba) Use During Pregnancy". Drugs.com. 31 January 2020. Archived from the original on 2 December 2020. Retrieved 26 August 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Cresemba- isavuconazonium sulfate capsule Cresemba- isavuconazonium sulfate injection, powder, lyophilized, for solution". DailyMed. 2 December 2019. Archived from the original on 30 March 2021. Retrieved 26 August 2020.
  3. ୩.୦ ୩.୧ ୩.୨ "Cresemba". Archived from the original on 10 August 2020. Retrieved 28 November 2021.
  4. ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 635. ISBN 978-0857114105.
  5. ୫.୦ ୫.୧ "Isavuconazonium Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 26 November 2021.
  6. Wilkes, Gail M.; Barton-Burke, Margaret (2019). 2020-2021 Oncology Nursing Drug Handbook (in ଇଂରାଜୀ). Jones & Bartlett Learning. pp. 1874–1876. ISBN 978-1-284-17132-7. Archived from the original on 2021-09-05. Retrieved 2021-09-05.
  7. "Cresemba Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 April 2020. Retrieved 28 November 2021.