ଇସାଟୁକ୍ସିମାବ
ଇସାଟୁକ୍ସିମାବ (ଇଂରାଜୀ ଭାଷାରେ Isatuximab), ସାର୍କାଲିସା ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ମଲ୍ଟିପ୍ଲ ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] [୨] ଏହି ରୋଗ ପାଇଁ ଅନ୍ୟ ଚିକିତ୍ସାରେ ବିଫଳ ହୋଇଥିବା ରୋଗୀଙ୍କଠାରେ ଏହା ବ୍ୟବହୃତ ହୁଏ | [୩] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ଏହା ପ୍ରାୟ ଡେକ୍ସାମେଥାଜୋନ ଏବଂ ଡାଇଫେନହାଇଡ୍ରାମିନ ସହିତ ଏକତ୍ର ବ୍ୟବହୃତ ହୁଏ ।[୩]
Monoclonal antibody | |
---|---|
Type | Whole antibody |
Source | Chimeric (mouse/human) |
Target | CD38 |
Clinical data | |
Trade names | Sarclisa |
Synonyms | SAR-650984, isatuximab-irfc |
AHFS/Drugs.com | monograph |
MedlinePlus | a620023 |
data | |
Pregnancy category | |
Routes of administration | Intravenous |
Legal status | |
Legal status | |
Chemical and physical data | |
Formula | C6456H9932N1700O2026S44 |
Molar mass | ୧,୪୫,୧୯୦.୯୯ g·mol−1 |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ, ଇନଫ୍ୟୁଜନ୍ ବା ଅନ୍ତର୍ନିଧାନ ପ୍ରତିକ୍ରିୟା, ନିମୋନିଆ, ନାକ ଏବଂ ଗଳା ସଂକ୍ରମଣ, ତରଲ ଝାଡ଼ା ଏବଂ ବ୍ରୋଙ୍କାଇଟିସ୍ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ ଏବଂ ଅନ୍ୟ କେତେକ ପ୍ରକାରର କର୍କଟ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ସାଧାରଣତଃ ମାୟେଲୋମା ଜୀବକୋଷଗୁଡ଼ିକରେ ଦେଖାଯାଉଥିବା ମୋନୋକ୍ଲୋନାଲ ଆଣ୍ଟିବଡି (mAb) ସହିତ ସିଡି୩୮ (CD38) ସଂଲଗ୍ନ ହୁଏ ।[୨]
୨୦୨୦ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇସାଟୁକ୍ସିମାବ ଅନୁମୋଦିତ ହୋଇଥିଲା ।[୪] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୫୦୦ ମିଗ୍ରାର ମୂଲ୍ୟ ପ୍ରାୟ ୨୫୦୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୬୦୦ ଡଲାର ଅଟେ ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Sarclisa Australian prescription medicine decision summary". Therapeutic Goods Administration (TGA). 14 May 2020. Archived from the original on 10 October 2021. Retrieved 16 August 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Sarclisa EPAR". European Medicines Agency (EMA). 24 March 2020. Archived from the original on 26 June 2020. Retrieved 25 June 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Sarclisa- isatuximab injection, solution, concentrate". DailyMed. 2 March 2020. Archived from the original on 16 October 2020. Retrieved 26 March 2020.
- ↑ "Isatuximab-irfc Monograph for Professionals". Drugs.com (in ଇଂରାଜୀ). Archived from the original on 19 October 2021. Retrieved 26 November 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 919. ISBN 978-0857114105.
- ↑ "Sarclisa Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 28 November 2021.