ଇଲିନା ସେନ ଜଣେ ଭାରତୀୟ ମାନବ ଅଧିକାର, ବାଣିଜ୍ୟ ସଂଘ ଏବଂ ନାରୀବାଦୀ କର୍ମୀ ଏବଂ ଭାରତରେ ମହିଳା ଆନ୍ଦୋଳନ ସହ ଜଡ଼ିତ ଜଣେ ଶିକ୍ଷକ ଏବଂ ଲେଖକ ଥିଲେ ।[୧] ଅନେକ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ହୋଇ ସେ ୨୦୨୦ ମସିହାରେ ଅଗଷ୍ଟ ୯ ତାରିଖରେ ୬୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨][୩][୪]

ପ୍ରଫେସର

ଇଲିନା ସେନ‌
ମୃତ୍ୟୁ୯ ଅଗଷ୍ଟ ୨୦୨୦
ବୃତ୍ତି(ସମୂହ)କର୍ମୀ, ପ୍ରାଧ୍ୟାପିକା, ଲେଖିକା
ବୈବାହିକ-ସାଥୀବିନାୟକ ସେନ
ସନ୍ତାନ

କ୍ୟାରିଅର ସମ୍ପାଦନା

୨୦୦୪ ମସିହାରେ ଇଲିନା ୱାର୍ଧାସ୍ଥିତ ମହାତ୍ମା ଗାନ୍ଧୀ ଆନ୍ତର୍ଜାତୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିଥିଲେ । ସେ ସେଠାରେ ୨୦୦୭ ମସିହାରେ ପ୍ରାଧ୍ୟାପକ ଭାବେ ଯୋଗଦେଇଥିଲେ । ସେ ୱାର୍ଧାରେ ଥିବାବେଳେ ସେ ୨୦୧୧ ମସିହାରେ ଓ ପରେ ୨୦୧୪ ମସିହା ଫେବୃଆରୀରେ[୫] ଗୁଆହାଟୀରେ ଭାରତୀୟ ମହିଳା ଅଧ୍ୟୟନ ସଂଘ ("ଇଣ୍ଡିଆନ ଆସୋସିଏସନ ଅଫ ଉଇମେନ୍ସ ଷ୍ଟଡିଜ" ବା ଆଇ.ଏ.ଡବ୍ଲୁ.ଏସ. - IAWS) ସମ୍ମିଳନୀର ଆୟୋଜକ-ସମ୍ପାଦିକା ଥିଲେ । ଗୁଆହାଟୀସ୍ଥିତ ସମ୍ମୀଳନୀ ସମୟରେ ସେ ଆଇ.ଏ.ଡବ୍ଲୁ.ଏସ.ର ସଭାପତି ମଧ୍ୟ ଥିଲେ ।[୬]

୨୦୦୯ ମସିହାରେ ଇଲିନା ସେନ ଶିକ୍ଷାକ୍ଷେତ୍ରକୁ ପୁଣି ଫେରି ମହାରାଷ୍ଟ୍ରର ୱାର୍ଧାଠାରେ ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଦେଇଥିଲେ । ଏହା ପରେ ସେ ମୁମ୍ବାଇକୁ ଯାଇ ସେଠାରେ ଟାଟା ସାମାଜିକ ବିଜ୍ଞାନ ପ୍ରତିଷ୍ଠାନରେ ଆଡଭାନ୍ସଡ ସେଣ୍ଟର ଫର ଉଇମେନ୍ସ ଷ୍ଟଡିଜ ଅଧ୍ୟାପନା କରିଥିଲେ ।[୭][୮] ଜୁଲାଇ ୨୦୧୩ରୁ ଜୁଲାଇ ୨୦୧୫ ପର୍ଯ୍ୟନ୍ତ ସେ ନେହରୁ ସ୍ମାରକୀ ଲାଇବ୍ରେରୀରେ ଜଣେ ବରିଷ୍ଠ ଫେଲୋ ଥିଲେ ।[୫]

ଛତିଶଗଡ଼ରେ କର୍ମୀଜୀବନ ସମ୍ପାଦନା

୧୯୮୦ଦଶକର ଆରମ୍ଭରେ ଇଲିନା ନିଜ ସାଥୀ ବିନାୟକ ସେନଙ୍କ ସହ ଏକ ଆଦିବାସୀ ଆନ୍ଦୋଳନର ଲୋକଙ୍କ ସହ କାମ କରିବା ପାଇଁ ଛତିଶଗଡ଼ ଚାଲିଯାଇଥିଲେ ।[୯] ପ୍ରଥମେ ସେ ବିଭିନ୍ନ କିସମର ଧାନ ବିହନ[୧] ଏବଂ ଚାଉଳର ସଂରକ୍ଷଣରେ ସତତ ବିକାଶ ସୁନିଶ୍ଚିତ କରିବା ପାଇଁ କାମ କରିଥିଲେ । ତା'ପରେ ସେ ଶଙ୍କର ଗୁହା ନିଯୋଗୀଙ୍କଦ୍ୱାରା[୧] ଆରମ୍ଭ କରାଯାଇଥିବା ଟ୍ରେଡ ଇଉନିଅନରେ କାମ କରିବା ଆରମ୍ଭ କରିଥିଲେ । ସେଠାରେ ସେ ଅନେକ ବର୍ଷ ଧରି ଟ୍ରେଡ ଇଉନିଅନ, ଆଦିବାସୀ ଏବଂ ଅଭାବୀ ଲୋକଙ୍କ ସହିତ କାମ କରିଥିଲେ ।[୯][୧୦]

ସେନ ଦମ୍ପତି ଅନେକ ବର୍ଷ ଗ୍ରାମୀଣ ମଧ୍ୟ ପ୍ରଦେଶରେ ମଧ୍ୟ କାମ କରୁଥିଲେ । ସେହି ସମୟରେ ମଧ୍ୟ ପ୍ରଦେଶର ଲୁହା ଓର ଖଣି ଅଞ୍ଚଳରେ ଛତିଶଗଡ଼ ମାଇନ୍ସ ଶ୍ରମିକ ସଂଗଠନ (ସି.ଏମ.ଏସ.ଏସ.)[୪] ନାମକ ଏକ ଏକ ସ୍ୱାଧୀନ ଶ୍ରମିକ ସଂଗଠନ ସହିତ ଜଡ଼ିତ ଥିଲେ । ସେମାନେ ସି.ଏମ.ଏସ.ଏସ.ର ଶହିଦ ଡାକ୍ତରଖାନା ସହ ମଧ୍ୟ କାର୍ଯ୍ୟ କରିଥିଲେ । ଏହି ଡାକ୍ତରଖାନା ଶ୍ରମିକ ଆନ୍ଦୋଳନ ମଧ୍ୟରେ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିଲା ।[୪]

ସେ ମଧ୍ୟ-ଭାରତରେ ଭୁଲ କାରଣରୁ ଗିରଫ ହୋଇଥିବା ଆଦିବାସୀ ପୁରୁଷମାନଙ୍କୁ ମୁକୁଳାଇବା ପାଇଁ ଏବଂ ଉପଦ୍ରବ ଓ ମାଓବାଦୀ ତଥା ନକ୍ସଲବାଦୀମାନଙ୍କୁ ସାହାଯ୍ୟ କରିବା ଅଭିଯୋଗରେ[୧୦] ଛତିଶଗଡ଼ର ଏକ ନିମ୍ନ ଅଦାଲତଦ୍ୱାରା ଆଜୀବନ କାରାଦଣ୍ଡ ପାଇଥିବା ବିନାୟକଙ୍କୁ ମୁକୁଳାଇବା ପାଇଁ ଅଭିଯାନ କରିଥିଲେ ।[୧୧] ବିନାୟକ ଶେଷରେ ୨୦୧୧ରେ ମୁକ୍ତ ହୋଇଥିଲେ ।[୧୨] ଦୂର୍ଗମ ଅଞ୍ଚଳରେ ବିକଳ୍ପ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସେ ରୂପାନ୍ତର ନାମରେ ଏକ ଅଣ-ଲାଭକାରୀ ସଂସ୍ଥା ପ୍ରତିଷ୍ଠା କରିଥିଲେ ।[୯]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Ilina Sen As We Knew Her: A Tribute from WSS". Countercurrents (in ଆମେରିକୀୟ ଇଂରାଜୀ). 2020-08-11. Retrieved 2020-08-12.
  2. Aug 10, TNN /; 2020; Ist, 06:00. "Activist Ilina, wife of Binayak Sen, passes away | Kolkata News - Times of India". The Times of India (in ଇଂରାଜୀ). Retrieved 2020-08-12. {{cite web}}: |last2= has numeric name (help)CS1 maint: numeric names: authors list (link)
  3. Staff, Scroll. "Activist and academic Ilina Sen dies at 69". Scroll.in (in ଆମେରିକୀୟ ଇଂରାଜୀ). Retrieved 2020-08-12.
  4. ୪.୦ ୪.୧ ୪.୨ "Social Activist, Academic and Author Ilina Sen Passes Away". The Wire. Retrieved 2020-08-12.
  5. ୫.୦ ୫.୧ "Ilina Sen As We Knew Her: A Tribute from WSS". Countercurrents (in ଆମେରିକୀୟ ଇଂରାଜୀ). 2020-08-11. Retrieved 2020-08-12.
  6. "Essay: A tribute to Ilina Sen". hindustantimes.com (in ଇଂରାଜୀ). Retrieved 2020-08-15.
  7. "Ilina Sen Symbolised Courage, Empathy And Selflessness". www.outlookindia.com/. Retrieved 2020-08-12.
  8. "Binayak Sen". The Week (in ଇଂରାଜୀ). Retrieved 2020-08-12.
  9. ୯.୦ ୯.୧ ୯.୨ "Social activist and author Ilina Sen passes away". The Indian Express (in ଇଂରାଜୀ). 2020-08-09. Retrieved 2020-08-12.
  10. ୧୦.୦ ୧୦.୧ "Activist, academic & author Ilina Sen passes away". The Bengal Story - English (in ଆମେରିକୀୟ ଇଂରାଜୀ). 2020-08-10. Retrieved 2020-08-12.
  11. "Ilina talks tough". Hindustan Times (in ଇଂରାଜୀ). 2011-03-25. Retrieved 2020-08-12.
  12. Venkatesan, J. (2011-04-15). "Binayak Sen gets bail in Supreme Court". The Hindu (in Indian English). ISSN 0971-751X. Retrieved 2020-08-12.