ଇବୋଲା ଭୂତାଣୁ ରୋଗ
ଇବୋଲା ଭୂତାଣୁ ରୋଗ (English: Ebola virus disease ବା EVD କିମ୍ବା Ebola hemorrhagic fever ବା EHF) ମଣିଷ ଦେହରେ ହେଉଥିବା ଏକ ରୋଗ ଯାହା ଇବୋଲା ଭୂତାଣୁ ଦ୍ୱାରା ହୁଏ । ଭୂତାଣୁ ସଂସ୍ପର୍ଶରେ ଆସିବାର ୨ ଦିନଠାରୁ ୩ ସପ୍ତାହ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ । ଜ୍ୱର, ତଣ୍ଟି ଘାଆ, ମାଂସ ପେଶୀ ଯନ୍ତ୍ରଣା, ଓ ମୁଣ୍ଡ ବ୍ୟଥା ଏହାର ମୂଖ୍ୟ ଲକ୍ଷଣ । ଏହା ପରେ ପରେ ଓକାଳ, ବାନ୍ତି, ଡାଇରିଆ ବା ତରଳ ଝାଡା ହୁଏ ଓ ଏହା ସହ ଯକୃତ ଓ ବୃକକ ଦ୍ୱୟର କାର୍ଯ୍ୟ କ୍ଷମତା କମିଯାଏ । ଏହି ସମୟରେ ଦେହ ଭିତରେ ଓ ବାହାରେ ରକ୍ତ ସ୍ରାବ ମଧ୍ୟ ଆରମ୍ଭ ହୁଏ ।.[୧]
Ebola virus disease | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | A98.4 |
ଆଇସିଡ଼ି-୯-ସିଏମ୍ | 065.8 |
ରୋଗ ଡାଟାବେସ | 18043 |
ମେଡ଼ିସିନ-ପ୍ଲସ | 001339 |
ଇ-ମେଡ଼ିସିନ | med/626 |
MeSH | D019142 |
ସଂକ୍ରମିତ ପଶୁମାନଙ୍କ (ମାଙ୍କଡ କିମ୍ବା ଫୃଟ ବ୍ୟାଟ/ fruit bat )[୧] ରକ୍ତ ବା ଦେହର ତରଳ ପଦାର୍ଥର ସଂସ୍ପର୍ଶରେ ଆସିଲେ ଏହି ଜୀବାଣୁ ସୁସ୍ଥ ଲୋକ ଦେହକୁ ଯାଏ । ବାୟୁ ମାଧ୍ୟମକୁ କିନ୍ତୁ ଏହାର ବିସ୍ତାରର ପ୍ରମାଣ ମିଳି ନାହିଁ ।.[୨] । ଫୃଟ ବ୍ୟାଟଦ୍ୱାରା (fruit bat) ଏହି ଜୀବାଣୁ ବ୍ୟାପିଲେ ମଧ୍ୟ ତାହାକୁ ରୋଗ ହୁଏ ନାହିଁ । ସଂକ୍ରମିତ ମଣିଷଠାରୁ ଅନ୍ୟ ମଣିଷ ସଂକ୍ରମିତ ହୁଏ । ବୀର୍ଯ୍ୟ ମାଧ୍ୟମରେ ପୁରୁଷ ଦୁଇ ମାସ ପର୍ଯ୍ୟନ୍ତ ଏହି ରୋଗ ସଂକ୍ରମିତ କରି ପାରିବ । ଏହି ରୋଗ ନିର୍ଣ୍ଣୟ ନିମନ୍ତେ ପ୍ରଥମେ ମ୍ୟାଲେରିଆ, କଲେରା ଓ ଅନ୍ୟାନ୍ୟ ଭୂତାଣୁ ରକ୍ତସ୍ରାବୀ ରୋଗ ନ ଥିବା ସ୍ଥିର କରିବାକୁ ହୁଏ । ରୋଗ ନିର୍ଣ୍ଣୟ ନିମନ୍ତେ ଭୂତାଣୁ ଆଣ୍ଟିବଡି, ଭୂତାଣୁ ଆର.ଏନ.ଏ. ଓ ଭୂତାଣୁ ଉପସ୍ଥିତି ନିମନ୍ତେ ରକ୍ତ ପରୀକ୍ଷା କରି ସିଦ୍ଧାନ୍ତରେ ଉପନିତ ହେବାକୁ ପଡେ ।[୧]
ସଂକ୍ରମିତ ମାଙ୍କଡ ଓ ଘୁଷୁରିଠାରୁ ରୋଗ ବିସ୍ତାର ରୋକି ପାରିଲେ ଏହି ରୋଗକୁ ପ୍ରତିରୋଧ କରିହେବ । ରୋଗାକ୍ରାନ୍ତ ପଶୁଙ୍କୁ ମାରି ଶବକୁ ଉପଯୁକ୍ତ ଭାବରେ ନଷ୍ଟ କଲେ ଏହା ସମ୍ଭବ ହେବ । ଭଲ ଭାବରେ ମାଂସ ରାନ୍ଧିଲେ ଓ ମାଂସ ଧରିବା ବେଳେ ନିଜ ହାତରେ ଦସ୍ତାନା ପିନ୍ଧିଲେ, ରକ୍ଷାକାରୀ ପୋଷାକ ପିନ୍ଧିଲେ ଓ ରୋଗାକ୍ରାନ୍ତ ଲୋକ ଭଲ ଭାବରେ ହାତ ଧୋଇଲେ ରୋଗ ସଂକ୍ରମଣରୁ ରକ୍ଷା ମିଳେ । ଦେହ ନିର୍ଗତ ପଦାର୍ଥ ଓ ତନ୍ତୁ ସମୂହ ଅତି ଯତ୍ନ ସହକାରେ ଧରିବାକୁ ହୁଏ । .[୧]
ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ; କେବଳ ପାଟିରେ ସ୍ୱଳ୍ପ ମିଠା ମିଶ୍ରିତ ଲୁଣିଆ ଜଳ ଦେଇ ନିର୍ଜଳନ (dehydration) ଚିକିତ୍ସା କରାଯାଏ । ଏହା ସହ ଶିରା ମାଧ୍ୟମରେ ତରଳ ପଦାର୍ଥ ପ୍ରବେଶ କରେଇ ଦିଆଯାଏ । [୧] ଏହି ରୋଗର ମୃତ୍ୟୁ ହାର ବହୁତ ଅଧିକ, ୫୦ %ରୁ ୯୦ % ଲୋକ ଭୂତାଣୁ ସଂକ୍ରମଣରେ ମରିଯାଆନ୍ତି ।[୧][୩] ଏହି ରୋଗ ପ୍ରଥମେ ସୁଦାନ/ Sudan ଓ କଙ୍ଗୋରେ/ Democratic Republic of the Congo ଆବିଷ୍କୃତ ହୋଇଥିଲା । ସବ-ସାହାରାର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଏହି ରୋଗ ବ୍ୟାପେ । ୧୯୭୬ ମସିହାର ପ୍ରଥମ ଆବିଷ୍କାର ପରଠାରୁ ୨୦୧୩ ପର୍ଯ୍ୟନ୍ତ ୧୭୧୬ ଲୋକ ସଂକ୍ରମିତ ହେବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଦେଇଛି ।[୧][୪] ଅଧୁନା ୨୦୧୪ ମସିହାରେ ଏହି ରୋଗର ସବୁଠାରୁ ବଡ଼ ‘ପଶ୍ଚିମ ଆଫ୍ରିକା ଇବୋଲା ମଡକ’ ପ୍ରସାର ଲାଭ କରି ଗିନି/ Guinea, ସିଏରା ଲିଓନ/Sierra Leone, ଳିବେରିଆ/ Liberia ଓ ନାଇଜେରିଆକୁ/Nigeria ବ୍ୟାପିଛି ।[୫][୬] ୨୦୧୪ ମସିହା ସୁଦ୍ଧା ୧୬୦୦ ଲୋକଙ୍କର ଏହି ରୋଗ ଥିବା ଚିହ୍ନଟ ହୋଇଛି ।[୭] ଏହାର ଟୀକା ଉଦ୍ଭାବନ ନିମନ୍ତେ ଚେଷ୍ଟା ଚାଲିଛି କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ହୋଇନାହିଁ ।[୧]
References
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Ebola virus disease Fact sheet N°103". World Health Organization. March 2014. Retrieved 12 April 2014.
- ↑ "2014 Ebola Virus Disease (EVD) outbreak in West Africa". WHO. Apr 21 2014. Retrieved 3 August 2014.
{{cite web}}
: Check date values in:|date=
(help) - ↑ C.M. Fauquet (2005). Virus taxonomy classification and nomenclature of viruses; 8th report of the International Committee on Taxonomy of Viruses. Oxford: Elsevier/Academic Press. p. 648. ISBN 9780080575483.
- ↑ "Ebola Viral Disease Outbreak — West Africa, 2014". CDC. June 27, 2014. Retrieved 26 June 2014.
- ↑ "CDC urges all US residents to avoid nonessential travel to Liberia, Guinea, and Sierra Leone because of an unprecedented outbreak of Ebola". CDC. July 31, 2014. Retrieved 2 August 2014.
- ↑ "Outbreak of Ebola in Guinea, Liberia, and Sierra Leone". CDC. August 4, 2014. Retrieved 5 August 2014.
- ↑ "Ebola virus disease update - West Africa". WHO. Aug 4, 2014. Retrieved 6 August 2014.
- Bibliography
- Klenk, Hans-Dieter (January 1999). Marburg and Ebola Viruses (Current Topics in Microbiology and Immunology). Berlin: Springer-Verlag Telos. ISBN 978-3-540-64729-4.
{{cite book}}
: CS1 maint: ref duplicates default (link) - Klenk, Hans-Dieter; Feldmann, Heinz (2004). Ebola and Marburg viruses: molecular and cellular biology (Limited preview). Wymondham, Norfolk, UK: Horizon Bioscience. ISBN 978-0-9545232-3-7.
{{cite book}}
: CS1 maint: ref duplicates default (link) - Kuhn, Jens H. (2008). Filoviruses: A Compendium of 40 Years of Epidemiological, Clinical, and Laboratory Studies. Archives of Virology Supplement, vol. 20 (Limited preview). Vienna: SpringerWienNewYork. ISBN 978-3-211-20670-6.
{{cite book}}
: CS1 maint: ref duplicates default (link) - McCormick, Joseph; Fisher-Hoch, Susan (1999) [1996]. Level 4: Virus Hunters of the CDC (Limited preview). Horvitz, Leslie Alan (Updated [3rd] ed.). Barnes & Noble. ISBN 978-0-7607-1208-5.
{{cite book}}
: Unknown parameter|month=
ignored (help)CS1 maint: ref duplicates default (link) - Pattyn, S. R. (1978). Ebola Virus Haemorrhagic Fever (1st ed.). Amsterdam: Elsevier/North-Holland Biomedical Press. ISBN 0-444-80060-3. Archived from the original (Full free text) on 2010-12-11. Retrieved 2014-09-17.
{{cite book}}
: CS1 maint: ref duplicates default (link) - Ryabchikova, Elena I.; Price, Barbara B. (2004). Ebola and Marburg Viruses: A View of Infection Using Electron Microscopy. Columbus, Ohio: Battelle Press. ISBN 978-1-57477-131-2.
{{cite book}}
: CS1 maint: ref duplicates default (link)
External links
ସମ୍ପାଦନା- ViralZone: Ebola-like viruses – Virological repository from the Swiss Institute of Bioinformatics
- CDC: Ebola hemorrhagic fever – Centers for Disease Control and Prevention, Special Pathogens Branch
- WHO: Ebola haemorrhagic fever – World Health Organization, Global Alert and Response
- Virus Pathogen Database and Analysis Resource (ViPR): Filoviridae
- 3D macromolecular structures of the Ebola virus archived in the EM Data Bank(EMDB)
- Google Map of Ebola Outbreaks Archived 2014-08-19 at the Wayback Machine.
- WHO recommended infection control measures