ଇବାଣ୍ଡ୍ରୋନିକ ଏସିଡ
ଇବାଣ୍ଡ୍ରୋନିକ ଏସିଡ, ଯାହାକୁ ଆଇବାଣ୍ଡ୍ରୋନେଟ ମଧ୍ୟ କୁହାଯାଏ, ହେଉଛି ଏକ ଔଷଧ ଯାହା ଓଷ୍ଟିଓପୋରୋସିସ, କର୍କଟ ରୋଗ କାରଣରୁ ଅଧିକ ରକ୍ତ କ୍ୟାଲସିୟମ କିମ୍ବା ସ୍ତନ କର୍କଟରୁ ହାଡ଼ ମେଟାସ୍ଟାସିସ ହୋଇଥିବା ରୋଗମାନଙ୍କରେ ବ୍ୟବହୃତ ହୁଏ ।[୧] [୨] ଏହା ପାଟିରେ କିମ୍ବା ଇଞ୍ଜେକସନ ଆକାରରେ ଶିରାରେ ଦିଆଯାଇପାରେ ।[୧]
Clinical data | |
---|---|
Trade names | Boniva, Bonviva, Bondronat, others |
Synonyms | Ibandronate sodium |
AHFS/Drugs.com | monograph |
data |
|
Pregnancy category | |
Routes of administration | By mouth, intravenous |
Legal status | |
Legal status |
|
Pharmacokinetic data | |
Bioavailability | 0.6% |
Protein binding | 90.9 to 99.5% (concentration-dependent) |
Metabolism | Nil |
Elimination half-life | 10 to 60 hours |
Excretion | Kidney |
Identifiers | |
ECHA InfoCard | 100.214.537 |
Chemical and physical data | |
Formula | C9H23NO7P2 |
Molar mass | ୩୧୯.୨୩ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୁକୁଜ୍ୱାଳା, କମ୍ ରକ୍ତ କ୍ୟାଲସିୟମ, ଦୁର୍ବଳତା, ମୁଣ୍ଡବିନ୍ଧା ଏବଂ ଜ୍ୱର ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକସିସ, ଏସୋଫେଜାଇଇଟିସ, ଫିମର ଅସ୍ଥିଭଗ୍ନ ଏବଂ ହନୁ ହାଡ଼ର ଅସ୍ଥିକ୍ଷୟ (ଓଷ୍ଟିଓନେକ୍ରୋସିସ୍) ହୋଇପାରେ ।[୨] [୩] ଏହା ଏକ ବିସଫସଫୋନେଟ୍ ଯାହା ଓଷ୍ଟିଓକ୍ଲାଷ୍ଟ କୋଷଗୁଡ଼ିକଦ୍ୱାରା ହାଡ଼ ଭାଙ୍ଗିବା ବନ୍ଦ କରିଦିଏ ।[୧] [୨]
ବୋହିରିଙ୍ଗର୍ ମାନହେଇମଦ୍ୱାରା ୧୯୮୬ ମସିହାରେ ଇବାଣ୍ଡ୍ରୋନିକ ଏସିଡ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୯୬ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ୧୫୦ ମିଗ୍ରା ବଟିକାର ମୂଲ୍ୟ ପ୍ରାୟ ୪.୫୦ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୨ ଡଲାର ଥିଲା ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ BNF 81: March-September 2021. BMJ Group and the Pharmaceutical Press. 2021. p. 769. ISBN 978-0857114105.
- ↑ ୨.୦ ୨.୧ ୨.୨ ୨.୩ "Bondronat". Archived from the original on 11 January 2021. Retrieved 24 November 2021.
- ↑ "Ibandronate Monograph for Professionals". Drugs.com (in ଇଂରାଜୀ). Archived from the original on 11 December 2018. Retrieved 24 November 2021.
- ↑ Fischer J, Ganellin CR (2006). Analogue-based Drug Discovery. John Wiley & Sons. p. 523. ISBN 9783527607495. Archived from the original on 2021-03-18. Retrieved 2020-12-06.
- ↑ "Ibandronate Prices, Coupons & Savings Tips - GoodRx". GoodRx. Retrieved 24 November 2021.