ଇନ୍ଦ୍ରାଣୀ ମିଶ୍ର

ଓଡ଼ିଆ କଣ୍ଠଶିଳ୍ପୀ

ଇନ୍ଦ୍ରାଣୀ ମିଶ୍ର, ବାରିପଦାରେ ଜନ୍ମିତ ଜଣେ ଓଡ଼ିଆ କଣ୍ଠଶିଳ୍ପୀ ।[୧]

ଇନ୍ଦ୍ରାଣୀ ମିଶ୍ର
ଜନ୍ମ (1951-11-08) ୮ ନଭେମ୍ବର ୧୯୫୧ (ବୟସ ୭୧)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଇଂରାଜୀ), ସ୍ନାତକ (ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ)
ଜଣାଶୁଣାଓଡ଼ିଆ ଗାୟିକା
Styleଓଡ଼ିଶୀ ସଙ୍ଗୀତ, ହିନ୍ଦୁସ୍ତାନୀ ସଙ୍ଗୀତ
ଜୀବନସାଥୀପ୍ରଫୁଲ୍ଲ କୁମାର ମିଶ୍ର
ସନ୍ତାନସମ୍ୟକ ମିଶ୍ର, ଅଭିଷେକ ମିଶ୍ର
ପିତାମାତାସୁରେଶ ଚନ୍ଦ୍ର ମିଶ୍ର
ପୁରସ୍କାର(ଗୁଡ଼ିକ)ସଂଗୀତ ନାଟକ ଏକାଡେମୀ ପୁରସ୍କାର

ବାଲ୍ୟ ଜୀବନ ଓ ଶିକ୍ଷା ସମ୍ପାଦନ କରନ୍ତୁ

ପିଲାଟି ଦିନରୁ ସଂଗୀତ ପ୍ରତି ଆକର୍ଷିତ ହୋଇ, ଇନ୍ଦ୍ରାଣୀ ମିଶ୍ର ମାତ୍ର ୫ ବର୍ଷ ବୟସରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ପିତା ସୁରେଶ ଚନ୍ଦ୍ର ମିଶ୍ରଙ୍କର ଚାକିରିରେ ବଦଳି କାରଣରୁ, ତାଙ୍କ ପିଲାଦିନ ବାରିପଦା, ଭୁବନେଶ୍ୱର ଓ କଲିକତା ଆଦି ସ୍ଥାନରେ କଟିଥିଲା । ପଣ୍ଡିତ କାଶୀନାଥ ପୂଜାପଣ୍ଡାଙ୍କଠାରୁ ସେ ଓଡ଼ିଶୀ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ । ପଣ୍ଡିତ ଜେ.ଭି.ଏସ୍. ରାଓ, ଶ୍ରୀ ମାମିନୀ ଗାଙ୍ଗୁଲି[୨] ଆଦି ଗୁରୁଙ୍କଠାରୁ ମଧ୍ୟ ସେ ସଂଗୀତ ଶିକ୍ଷା ଲାଭ କରିଥିଲେ । ସଂଗୀତ ଶିକ୍ଷା ସହ ସମତାଳରେ, ଶ୍ରୀମତୀ ମିଶ୍ର କଲିକତାରୁ ସ୍ନାତକ ଓ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି ।

କର୍ମ ଜୀବନ ସମ୍ପାଦନ କରନ୍ତୁ

୧୯୭୧ ମସିହାରେ ଆକାଶବାଣୀ ତରଫରୁ ଅନୁଷ୍ଠିତ ସର୍ବଭାରତୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି, ଇନ୍ଦ୍ରାଣୀ ମିଶ୍ର ପ୍ରଥମେ ଲୋକଲୋଚନକୁ ଆସିଥିଲେ । ସେହି ବର୍ଷ ତାଙ୍କୁ ଆକାଶବାଣୀ କଟକର ସ୍ୱୀକୃତି ପ୍ରାପ୍ତ କଳାକାରର ମାନ୍ୟତା ମଧ୍ୟ ହାସଲ ହୋଇଥିଲା । ୧୯୭୨ ମସିହାରୁ ସେ ଆକାଶବାଣୀ କଟକରେ ଜଣେ ନିୟମିତ କଣ୍ଠଶିଳ୍ପୀ ଭାବରେ ସଂଗୀତ ପରିବେଷଣ କରି ଆସୁଛନ୍ତି । ଆକାଶବାଣୀ ଓ ଦୂରଦର୍ଶନ ବ୍ୟତିତ ସେ ଓଡ଼ିଆ କଥାଚିତ୍ର ଓ ଟେଲିଫିଲ୍ମରେ ମଧ୍ୟ ପ୍ରଚ୍ଛଦପଟ ଗାୟିକା ଭାବରେ କାମ କରିଛନ୍ତି । ସେ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ପର୍ଯ୍ୟାୟ ଯଥା ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଭଜନ, ଜଣାଣ, ଗୀତଗୋବିନ୍ଦ ଓ ହିନ୍ଦୁସ୍ଥାନୀ ସଂଗୀତ, ଗଜଲ, ସୁଗମ ସଙ୍ଗୀତ, ଲୋକସଙ୍ଗୀତ, ଆଧୁନିକ, ନଜରୁଲ ଗୀତ ଆଦି ସଂଗୀତ ପରିବେଷଣ କରନ୍ତି ।

ଶିକ୍ଷାଦାନକୁ ଇନ୍ଦ୍ରାଣୀ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ୧୯୮୧ ମସିହାରୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଇଂରାଜୀ ବିଭାଗରେ ଅଧ୍ୟାପକ ରୂପେ କାର୍ଯ୍ୟ କରି ସେ ଅବସର ଗ୍ରହଣ କରିସାରିଛନ୍ତି ।[୩]

ଓଡ଼ିଆ କଥାଚିତ୍ରରେ ଅବଦାନ ସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ସଙ୍ଗୀତ ନିର୍ଦ୍ଦେଶକ
ଚିଲିକା ତୀରେ ୧୯୭୭ ଶାନ୍ତନୁ ମହାପାତ୍ର[୪]
ପରାଗ ପରେ ରିଲିଜ ହୋଇ ପାରି ନାହିଁ
ଧାରେ ଆଲୁଅ ୧୯୮୩ ହରିହର ପଣ୍ଡା
କେଦାର ଗୌରୀ ଟେଲି ଫିଲ୍ମ
ବର୍ଷା ଟେଲି ଫିଲ୍ମ
ମାଁ ତାରିଣୀ ଚଳଚ୍ଚିତ୍ର
ୟହ କାହାଣୀ ନେହିଁ (ହିନ୍ଦୀ)

ପୁରସ୍କାର ଓ ସମ୍ମାନ ସମ୍ପାଦନ କରନ୍ତୁ

ଭାରତର ବହୁସ୍ଥାନ ତଥା ଫ୍ରାନ୍ସ, ଜର୍ମାନୀଇଂଲଣ୍ଡ ଆଦି ଦେଶରେ ସେ ସଂଗୀତ ପରିବେଷଣ କରିସାରିଥିବା, ଶ୍ରୀମତି ମିଶ୍ର ବହୁ ଯଶ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି ।

  • ପ୍ରଣବ ପରମ୍ପରା ସମ୍ମାନ - ୨୦୨୨ ( ସମ୍ଭାବନା ଟ୍ରଷ୍ଟ ପ୍ରଦତ୍ତ)[୫][୬]
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୯[୭]
  • ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ଗାୟିକା - ଧାରେ ଆଲୁଅ (୧୯୮୩)[୮][୯][୧୦]
  • ଆକାଶବାଣୀ ଲଘୁ ସଙ୍ଗୀତ ପୁରସ୍କାର ବିଜେତା - ୧୯୭୧
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଯୁବ ଶାସ୍ତ୍ରୀୟ ଗାୟକ ପୁରସ୍କାର ବିଜେତା - ୧୯୭୭
  • ଶ୍ରୀକ୍ଷେତ୍ର କଳା ପ୍ରକାଶକଙ୍କ ତରଫରୁ 'କଳାରଞ୍ଜନୀ ସମ୍ମାନ' ପୁରସ୍କାର - ୧୯୮୮
  • ରୋଟାରୀ କ୍ଳବ ସମ୍ମାନ - ୨୦୦୩

ଗ୍ୟାଲେରି ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. Ram Awatar Agnihotri (1 January 1991). Modern Indian Films on Rural Background: Social and Political Perspectives With Survey Study. Commonwealth Publishers. ISBN 978-81-7169-101-2. Retrieved 26 March 2013.
  2. http://www.newindianexpress.com/states/odisha/article53629.ece?service=print
  3. ସମ୍ବାଦ ୦୬/୦୨/୨୦୦୪
  4. http://odiamusic.com/Category/CategoryResult.php?first=3&second=Chilika+Tire
  5. "ଇନ୍ଦ୍ରାଣୀ ମିଶ୍ରଙ୍କୁ ଚତୁର୍ଦ୍ଦଶ ପ୍ରଣବ ପରମ୍ପରା ସମ୍ମାନ". www.etvbharat.com. etv bharat. Archived from the original on 10 June 2022. Retrieved 10 June 2022.
  6. "ସଂଭାବନା ପକ୍ଷରୁ 'ପ୍ରଣବ ପ୍ରଣାମ'". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 10 June 2022. Retrieved 10 June 2022.
  7. http://odisha.360.batoi.com/2012/03/18/orissa-sangeet-natak-akademi-awards-from-the-year-2008-to-2011-announced/
  8. http://www.orissadiary.com/CurrentNews.asp?id=30736
  9. http://dff.nic.in/synopsis.asp
  10. http://www.orissacinema.com/history/orissa-state-film-award.html