ଇଥାମ୍ବୁଟଲ/ଆଇସୋନିଆଜିଡ/ରିଫାମ୍ପିସିନ

ଇଥାମ୍ବୁଟଲ/ଆଇସୋନିଆଜିଡ/ରିଫାମ୍ପିସିନ (ଇଂରାଜୀ ଭାଷାରେ Ethambutol/isoniazid/rifampicin, ଅନ୍ୟ ନାମ ethambutol/isoniazid/rifampin) ଏକ ମିଶ୍ରିତ ଔଷଧ ଯାହା ଯକ୍ଷ୍ମା ରୋଗ ଚିକିତ୍ସାରେ ଦିଆଯାଏ । ଏଥିରେ ସ୍ଥିରୀକୃତ ମାତ୍ରାର ଇଥାମ୍ବୁଟଲ, ଆଇସୋନିଆଜିଡରିଫାମ୍ପିସିନ ଥାଏ । ଏହା ଏକ‌କ ଭାବରେ ବା ଅନ୍ୟ ଯକ୍ଷ୍ମାରୋଧୀ ଔଷଧମାନଙ୍କ (antituberculosis medication) ସ‌ହିତ ମିଶେଇ ଦିଆଯାଏ । ଏହାକୁ ପାଟିରେ ଦିଆଯାଏ । [୧] ଏହାର ଉପାଦାନମାନଙ୍କ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ।[୧] ଏହା ପିଲାଙ୍କୁ ଦେବାକୁ ସୁପାରିସ କରାଯାଏନାହିଁ ।[୧]

ଇଥାମ୍ବୁଟଲ/ଆଇସୋନିଆଜିଡ/ରିଫାମ୍ପିସିନ
Combination of
ethambutolanti-tuberculosis medication
isoniazidanti-tuberculosis medication
rifampicinanti-tuberculosis medication
Clinical data
ATC code

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୧୬.୧୩ ଆମେରିକୀୟ ଡଲାର ।[୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. p. 142. ISBN 9789241547659. Retrieved 8 December 2016.
  2. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  3. "Rifampicin + Isoniazid + Ethambutol". International Drug Price Indicator Guide. Retrieved 8 December 2016.[permanent dead link]