ଇଟ୍ରାକୋନାଜଲ
ଇଟ୍ରାକନାଜଲ (ଇଂରାଜୀ ଭାଷାରେ Itraconazole) ଏକ କବକ ବିରୋଧୀ ବା ଆଣ୍ଟିଫଙ୍ଗାଲ ଔଷଧ (antifungal medication) ଯାହା କବକ ସଂକ୍ରମଣ (fungal infections) ଚିକିତ୍ସାରେ ବ୍ୟବହାର କରାଯାଏ ।[୩] ଆସ୍ପରଜିଲ୍ଲୋସିସ (aspergillosis), ବ୍ଲାସ୍ଟୋମାଇକୋସିସ (blastomycosis), କକ୍ସିଡିଓମାଇକୋସିସ (coccidioidomycosis), ହିସ୍ଟୋପ୍ଲାଜମୋସିସ (histoplasmosis) ଓ ପାରାକକ୍ସିଡିଓମାଇକୋସିସ (en:paracoccidioidomycosis) ଇତ୍ୟାଦି ରୋଗ କବକ ସଂକ୍ରମଣ ଯୋଗୁ ହୁଏ ।[୩] ଏହି ଔଷଧ ପାଟିରେ ବା ଶିରାଭ୍ୟନ୍ତରରେ ଇଞ୍ଜେକସନ (intravenously) ଆକାରରେ ଦିଆଯାଏ ।[୩]
Clinical data | |
---|---|
Trade names | Sporanox, Orungal, others |
AHFS/Drugs.com | monograph |
MedlinePlus | a692049 |
Pregnancy category | |
Routes of administration | By mouth (capsules, solution), local (vaginal suppository), IV; By mouth only (UK and US) |
ATC code | |
Legal status | |
Legal status | |
Pharmacokinetic data | |
Bioavailability | ~55%, maximal if taken with full meal |
Protein binding | 99.8% |
Metabolism | Extensive in liver (CYP3A4) |
Metabolites | Hydroxy-itraconazole, keto-itraconazole, N-desalkyl-itraconazole[୧] |
Elimination half-life | 21 hours |
Excretion | Urine (35%), faeces (54%)[୨] |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.123.596 |
Chemical and physical data | |
Formula | C35H38Cl2N8O4 |
Molar mass | 705.64 |
3D model (JSmol) | |
Chirality | Racemic mixture |
| |
| |
(verify) |
ଇଟ୍ରାକନାଜଲ ଔଷଧରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ଉଦର ଯନ୍ତ୍ରଣା, ରାସ୍ ଓ ମୁଣ୍ଡବିନ୍ଧା ହୁଏ । [୩] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଯକୃଟ ସମସ୍ୟା (liver problem), ହୃଦ୍ପାତ, ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ ଓ ଆନାଫାଇଲାକ୍ସିସ ଭଳି ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଇପାରେ । [୩] ଗର୍ଭାବସ୍ଥା ବା ସ୍ତନ୍ୟପାନ (breastfeeding) ସମୟରେ ଏହା ନେଲେ ନିରାପଦ କି ନୁହେଁ ତାହା ନିଶ୍ଚିତ ହୋଇନାହିଁ । [୪] ଏହା ଟ୍ରିଆଜୋଲ (triazole) ଶ୍ରେଣୀର ଏକ ଔଷଧ ।[୩] ଏହା କୋଷ ପରଦାକୁ (cell membrane) ପ୍ରଭାବିତ କରି କବକର ବୃଦ୍ଧିକୁ ରୋକିଦିଏ (stops fungal growth) ବା ତାହାର ମେଟାବୋଲିଜ୍ମକୁ ପ୍ରଭାବିତ କରେ । [୩]
ଯୁକ୍ତରାଷ୍ଟ୍ର ଆମେରିକାରେ ଇଟ୍ରାକନାଜଲ ସନ ୧୯୯୨ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସନ ୨୦୧୫ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୦.୨୯ ଆମେରିକୀୟ ଡଲାର ଥିଲା ।[୬] ସନ ୨୦୧୭ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ହୋଲସେଲ ମୂଲ୍ୟ ୬.୩୬ ଆମେରିକୀୟ ଡଲାର ଥିଲା ।[୭]
ଏହାକୁ ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Isoherranen, N; Kunze, KL; Allen, KE; Nelson, WL; Thummel, KE (October 2004). "Role of Itraconazole Metabolites in CYP3A4 Inhibition" (PDF). Drug Metabolism and Disposition. 32 (10): 1121–31. doi:10.1124/dmd.104.000315. PMID 15242978. Retrieved 28 August 2016.
- ↑ "Sporanox (itraconazole) Capsules. Full Prescribing Information" (PDF). Janssen Pharmaceuticals, Inc. Archived from the original (PDF) on 17 May 2018. Retrieved 28 August 2016.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Itraconazole". The American Society of Health-System Pharmacists. Retrieved 8 December 2017.
- ↑ "Itraconazole Use During Pregnancy". Drugs.com. Retrieved 10 December 2017.
- ↑ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
- ↑ "Single Drug Information". International Medical Products Price Guide. Archived from the original on 10 December 2017. Retrieved 9 December 2017.
- ↑ "NADAC as of 2017-12-06". Centers for Medicare and Medicaid Services (in ଇଂରାଜୀ). Archived from the original on 2017-12-10. Retrieved 10 December 2017.
ବାହ୍ୟ ଲିଙ୍କ
ସମ୍ପାଦନା- General pharmacologic information about itraconazole, National Institutes of Health
- Itraconazole Oral Route, Mayo Clinic