ଇଆମିନ୍ ହକ୍ ବବି

ବଙ୍ଗଳାଦେଶର ଅଭିନେତ୍ରୀ

ଇଆମିନ୍ ହକ୍ ବବି ବା ଇଆମିନ୍ ହକ୍ (ସେ ବବି ନାମରେ ଜଣାଶୁଣା, ଜନ୍ମ: ୧୮ ଅଗଷ୍ଟ ୧୯୮୭; ଜନ୍ମସ୍ଥାନ: ଢାକା, ବଙ୍ଗଳାଦେଶ) ଜଣେ ବାଂଲାଦେଶୀ ମଡେଲ, ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ।[୧] ସେ ୨୦୧୦ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଖୋଜ: ଦି ସର୍ଚ୍ଚ ୧୬ ଅପ୍ରେଲ ୨୦୧୦ରେ ମୁକ୍ତିଲାଭ କରିଥିଲେ । ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ବଙ୍ଗଳାଦେଶୀ କଥାଚିତ୍ର ଦେହୋରୋଖକିରେ ତାଙ୍କୁ ବଡ଼ ଧରଣ ସଫଳତା ମିଳିଥିଲା ଏବଂ ତାଙ୍କୁ ବଙ୍ଗଳାଦଶୀ କଥାଚିତ୍ର ଜଗତ ତଥା ଧଲିଉଡ଼ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାରକା ଭାବରେ ପ୍ରତିଷ୍ଠିତ କରିବାରେ ସାହାଯ୍ୟ କରିଥିଲା ।[୨][୩][୪] ୨୦୧୧ ମସିହାରେ ସେ ମିସ୍ ଏସିଆ ପାସିଫିକ୍ ବାଂଲାଦେଶର ବିଜୟୀନି ହୋଇଥିଲେ ।

ଇଆମିନ୍ ହକ୍ ବବି
Born
ଇଆମିନ୍ ହକ୍ ବବି

(1987-08-18) ୧୮ ଅଗଷ୍ଟ ୧୯୮୭ (ବୟସ ୩୬)
ଢାକା, ବଙ୍ଗଳାଦେଶ
Nationalityବଙ୍ଗଳାଦେଶୀ
Educationବ୍ୟାଚେଲର୍ ଇନ୍ ବିଜିନେସ୍ ଆଡ୍‌ମିନ୍‌ଷ୍ଟ୍ରେସନ୍
Alma materଇଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟ, ବଙ୍ଗଳାଦେଶ
Occupation(s)କଥାଚିତ୍ର ଅଭିନେତ୍ରୀ
କଥାଚିତ୍ର ପ୍ରଯୋଜିକା
Years active୨୦୧୦–ଏବେଯାଏଁ

ଜନ୍ମ ଓ ପ୍ରାରମ୍ଭିକ ଜୀବନ ସମ୍ପାଦନା

ବବି ୧୯୮୭ ମସିହାର ଅଗଷ୍ଟ ମାସ ୧୮ ତାରିଖରେ ବଙ୍ଗଳାଦେଶରେ ଢାକାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଇନାମୁଲ୍ ହକ୍ ଏବଂ ମାଆଙ୍କ ନାମ ଥିଲା ବିକାରୁନ୍ନେସା ହକ୍ । ସେ ଧାନମଣ୍ଡିର କମ୍ରରନ୍ନେସା ହାଇସ୍କୁଲରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ ଏବଂ ଆଜାମ୍‌ଜି କଣ୍ଟେନମେଣ୍ଟ କଲେଜ ଓଫ୍ ହାଇଆର୍ ସେକେଣ୍ଡାରୀରୁ ମାଟ୍ରିକ୍ ପାସ୍ କରିଥିଲେ । ଏହାପରେ ସେ ବଙ୍ଗଳାଦେଶର ଇଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ବ୍ୟବସାୟ ପ୍ରଶାସନରେ ସ୍ନାତକ କରିଥିଲେ ।

ଅଭିନୟ ଜୀବନ ସମ୍ପାଦନା

ବବି ଜଣେ ମଡେଲ ଭାବରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ୨୦୧୧ ମସିହାରେ ସେ ମିସ୍ ଏସିଆ ପାସିଫିକ୍ ବାଂଲାଦେଶରେ ଭାଗନେଇଥିଲେ ଏବଂ ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସେ ବିଜୟୀନି ହୋଇଥିଲେ ।

୨୦୧୦ ମସିହାରେ ସେ ବଙ୍ଗଳଦେଶୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଖୋଜ: ଦି ସର୍ଚ୍ଚ । ଏହି କଥାଚିତ୍ରଟିରେ ସେ ନାୟକ ଅନନ୍ତ ଜଲିଲ୍‌ଙ୍କ ବିପକ୍ଷରେ କ୍ୟାପ୍ଟେନ୍ ବବି ଭୂମିକାରେ ଅଭିନୟ କରିଥିଲେ ।

ଏହାପରେ ୨୦୧୩ ମସିହାରେ ତାଙ୍କ ଅଭିନୀତ ୩ଟି କଥାଚିତ୍ର ମୁକ୍ତିଲାଭ କରିଥିଲା । ଏହି ତିନୋଟି ମଧ୍ୟରୁ ଇଫତାର ଚୌଧୁରୀଙ୍କ ନିର୍ଦ୍ଦେଶିତ ଦେହୋରୋଖିରେ ସେ କାଜି ମରୁଫଙ୍କ ବିପକ୍ଷରେ ଅଭିନୟ କରିଥିଲେ, ଯାହାକି ତାଙ୍କୁ ବାଂଲାଦେଶୀ କଥାଚିତ୍ର ଜଗତରେ ଲୋକପ୍ରିୟ କରାଇଥିଲା । ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରଟି ଶାକିବ ଖାନଙ୍କ ଅଭିନୀତ ଫୁଲ୍ ଏବଂ ଫାଇନାଲ୍ ଥିଲା । ଅନ୍ୟ ଏକ କଥାଚିତ୍ର ଇଞ୍ଚି ଇଞ୍ଚି ପ୍ରେମରେ ବାପି ଚୌଧୁରୀଙ୍କ ବିପକ୍ଷରେ ଅଭିନୟ କରିଥିଲେ ।

ରାଜତ୍ୱ, ଆକ୍‌ସନ୍ ଜେସମିନ, ସ୍ୱପ୍ନଛୋଁୟା, ଓୟାନ ଓୟେ, ହିରୋ: ଦ୍ୟା ସୁପାରସ୍ଟାର, ଆଇ ଡୋନ୍ଟ କେୟାର, ସାଲାମ ମାଲେୟଶିୟା, ଫଲୋ ମି, ପିକନିକ, ନା ବଲା ଭାଲୋବାସା, ରାଜାବାବୁ - ଦ୍ୟ ପାଓୟାର, ବିଜଲୀ, ବେପରୋୟା, ନୋଲକ୍ ଆଦି କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।

୨୦୧୯ ମସିହାରେ ବବି ଏକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିଲେ । ବଙ୍ଗଳାଦେଶୀ କ୍ରିକେଟ୍ ଦଳ ପାଇଁ ହୋଇଥିବା ଲାଲ୍ ସବୁଜ ନାମକ ଏକ ଗୀତରେ ସେ କାମ କରିଥିଲେ, ଯେଉଁଥିରେ ମାହିୟା ମାହି, ଶ୍ୟମନ ସିଦ୍ଦିକ, ପ୍ରାର୍ଥନା ଫରଦିନ ଦିଘି, ମୌସୁମୀ ହମିଦ, ଅମିନ ଖାନ୍, କାଜି ମରୁଫ୍, ମାମନୁନ ହାସାନ ଇମାନ ଆଦି କଳାକାରମାନେ ଅଭିନୟ କରିଥିଲେ ।

ଆଧାର ସମ୍ପାଦନା

  1. চলচ্চিত্রে আলোচিত ৫ নায়িকার দৌড় চলছে এখন!. The Daily Ittefaq (in Bengali).
  2. ববির পরী ক্ষা. Janakantha (in Bengali). Archived from the original on 11 December 2013. Retrieved 29 April 2013.
  3. "The Bizli Strikes Hard!". The Daily Star. 2018-04-14. Retrieved 2019-02-28.
  4. নতুন করে মুক্তি পাচ্ছে ‘বিজলী’. Prothom Alo (in Bengali). Retrieved 2019-02-28.