ମାହିୟା ମାହି
ମାହିୟା ମାହି (ବଙ୍ଗଳା: মাহিয়া মাহী; ଜନ୍ମ: ୨୭ ଅକ୍ଟୋବର ୧୯୯୩)[୧][୩] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।[୪][୫] ସେ ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଭଲବାସର ରଙ୍ଗ, ଯାହାକି ସେତେବେଳେ ବଡ଼ ସଫଳତା ପାଇଥିଲା ।[୬][୭][୮] ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ତାଙ୍କର ପେଶା ଆରମ୍ଭ କରିବାପରେ ଜଣେ ସଫଳ ଅଭିନେତ୍ରୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ ଏବଂ ରଙ୍ଗୀନ ଦୁନିଆରେ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଭାବରେ ସେ ଜଣା । ବର୍ତ୍ତମାନ ସେ ବଙ୍ଗଳାଦେଶ କଥାଚିତ୍ର ଜଗତର ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ।[୯][୧୦]
ମାହିୟା ମାହି | |
---|---|
মাহিয়া মাহী | |
ଜନ୍ମ | ଶାରମିନ ଅକତାର ନିପା Error: Need valid birth date: year, month, day[୧] ରାଜସାହି, ବଙ୍ଗଳାଦେଶ |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୨–ଏବେଯାଏଁ |
ପ୍ରସିଦ୍ଧି | ଅଗ୍ନୀ (୨୦୧୪ର କଥାଚିତ୍ର) |
ବୈବାହିକ-ସାଥୀ | ପରଭେଜ ମହମ୍ମଦ ଅପୁ[୨] |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନାମାହିୟା ମାହି ୧୯୯୩ ମସିହା ଅକ୍ଟୋବର ମାସ ୨୭ ତାରିଖରେ ବଙ୍ଗଳାଦେଶର ନାଚୋଲ ଉପଜିଲ୍ଲାର ରାଜସାହୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଆବୁ ବକର ଏବଂ ମାଆଙ୍କର ନାମ ଦିଲାରା ଇୟାସମିନ । ଜନ୍ମବେଳେ ତାଙ୍କର ନାମ ଥିଲା ଶାରମିନ ଅକତାର ନିପା, ମାତ୍ର ସେ କଥାଚିତ୍ର ଜଗତରେ କାମ କରିବା ପରେ ନିଜର ନାମ ପରିବର୍ତ୍ତନ କରି ମାହିୟା ମାହି ରଖିଥିଲେ । ସେ ୨୦୧୦ ମସିହାରେ ଉତ୍ତର ହାଇ ସ୍କୁଲ, ଢାକାରୁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିବାପରେ ୨୦୧୨ ମସିହାରେ ଢାକା ସିଟି କଲେଜରେ ଯୋଗ ଦେଇଥିଲେ ଏବଂ ସେଠାରେ ସେ ତାଙ୍କର ଉଚ୍ଚ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ଶାନ୍ତା-ମାରିୟମ ଇଉନିଭରସିଟି ଅଫ୍ କ୍ରିଏଟିଭ୍ ଆଣ୍ଡ ଟେକ୍ନୋଲୋଜିରେ ଫ୍ୟାସନ ଡିଜାଇନିଂରେ ସ୍ନାତକ ପଢ଼ିଥିଲେ ।[୧୧]
ଅଭିନୟ ଜୀବନ
ସମ୍ପାଦନାମାହିୟା ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧୨] ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ବଲବାସର ରଙ୍ଗ, ଯେଉଁଥିରେ ସେ ନବାଗତ ବାପି ଚୌଧୁରୀଙ୍କ ସହ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଏକ ବଡ଼ ସଫଳତା ପାଇଥିଲା ।[୧୩]
୨୦୧୩ ମସିହାରେ ତାଙ୍କ ଅଭିନୀତ ଅନ୍ୟରକମ ଭାଲୋବାସା, ପୋଡ଼ାମନ, ଭାଲୋବାସା ଆଜକାଲ ଓ ତବୁଓ ଭାଲୋବାସି ମୁକ୍ତିଲାଭ କରିଥିଲା । ୨୦୧୪ ମସିହାରେ ସେ କି ଦାରୁନ ଦେଖତେ, ଅଗ୍ନି, ଦବିର ସାହେବେର ସଂସାର, ହାନିମୁନ, ଅନେକ ସାଧେର ମୟନା, ଦେଶା : ଦ ଲିଡର ଆଦି ୬ଟି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ତାଙ୍କ ଅଭିନୀତ ୪ଟି କଥାଚିତ୍ର ରୋମିଓ ବନାମ ଜୁଲିୟେଟ, ବିଗ ବ୍ରାଦାର, ଓୟାର୍ନିଂ, ଅଗ୍ନି ୨ ମୁକ୍ତିଲାଭ କରିଥିଲା । ତାଙ୍କ ଅଭିନୀତ କୃଷ୍ଣପକ୍ଷ, ଅନେକ ଦାମେ କେନା, ହାର ଜିତ୍ ଆଦି ୩ଟି କଥାଚିତ୍ର ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ୨୦୧୭ ମସିହାରେ ସେ ମାତ୍ର ଗୋଟିଏ ଚଳଚ୍ଚିତ୍ର ଢାକା ଆଟକ୍ରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ସେ ତୋମାକେ ଚାଇ, ମନେ ରେଖୋ, ତୁଇ ଶୁଧୁ ଆମାର, ଜନତ ଆଦି ୪ଟି କଥାଚିତ୍ରରେ ଅଭିନୟ କରିଥିଲେ ।
ମାହି ବଙ୍ଗଳାଦେଶୀ କଥାଚିତ୍ର ଜଗତେରେ ଅଭିନୟ ଆରମ୍ଭ କରିବାପରେ ବଙ୍ଗଳାଦେଶୀ ମିଡ଼ିଆ ତାଙ୍କୁ ଏକ ବଡ଼ ପରିଚୟ ଦେଇଥିଲା ।[୧୪][୧୫] ଦ ଡେଲି ଇତ୍ତେଫାକ୍ ଏବଂ ଏସିଆନ ଟିଭି କାର୍ଯ୍ୟକ୍ରମ ମୁଭି ବଜାର ତାଙ୍କୁ ୨୦୧୩ ମସିହାର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଘୋଷଣା କରିଥିଲେ ।[୧୬][୧୭][୧୮][୧୯][୨୦] ଏହାପରେ ମାହି ଅପ୍ରେଲ ୨୦୧୪ରେ ଫେୟାର ଆଣ୍ଡ ଲଭ୍ଲିର ବ୍ରାଣ୍ଡ ଆମ୍ବାସଡର ଭାବରେ ବିଭିନ୍ନ ବିଜ୍ଞାପନ କରିବା ପାଇଁ ଚୁକ୍ତି କରିଥିଲେ ।[୨୧]
ବୈବାହିକ ଜୀବନ
ସମ୍ପାଦନାମାହିୟା ମାହି ୨୦୧୬ ମସିହାରେ ବିବାହ କରିଥିଲେ ।[୨୨] ସେ ପରଭେଜ ମହମ୍ମଦ ଅପୁଙ୍କୁ ବଙ୍ଗୀୟ ପରମ୍ପରା ଓ ରୀତିନିତି ଅନୁସାରେ ବିବାହ କରିଥିଲେ ।[୨୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ হাসপাতালে মাহীর জন্মদিন পালন [Mahi birthday in hospital]. Jamuna News 24 (in Bengali). 27 October 2013. Archived from the original on 29 October 2013. Retrieved 31 January 2017.
{{cite news}}
: Invalid|script-title=
: missing prefix (help) - ↑ http://www.prothom-alo-com/article/867751/মাহির-বিয়ে[permanent dead link]
- ↑ "Mahiya Mahi Latest Photography".
{{cite web}}
: CS1 maint: url-status (link) - ↑ ছোট্ট বেলার সেই মাহি টা Archived 2017-06-07 at the Wayback Machine.. Dhallywood24.com. Retrieved on 17 October 2015.
- ↑ Islam, Zia Nazmul. MAHI FIRE IN DISGUISE. The Daily Star
- ↑ চলচ্চিত্রে আলোচিত ৫ নায়িকার দৌড় চলছে এখন! ittefaq.com.bd
- ↑ সাত নায়িকার উত্তেজনায় কাঁপছে বড় পর্দা. Banglamail24. 10 October 2013.
- ↑ সাইমন-মাহীর 'পোড়া মন' kalerkantho.com
- ↑ Mahi: A new Dhallywood sensation. Priyo News. 5 November 2013
- ↑ qhttp://www.bhorerkagoj.net/print-edition/2017/03/18/137201.php
- ↑ "Mahiya Mahi, A New Sensation of Bangladeshi films". celebritynewsbd. Archived from the original on 7 October 2015. Retrieved 6 October 2015.
- ↑ "Mahiya Mahi". Thecelebsfact.com. Archived from the original on 2017-02-02. Retrieved 2016-06-26.
- ↑ 'ভালবাসার রঙ'-এর ডিজিটাল জাদুতে মুগ্ধ দর্শক. Daily Manab Zamin (in Bengali). Retrieved 6 October 2015.
{{cite news}}
: Invalid|script-title=
: missing prefix (help)[permanent dead link] - ↑ "Mahi: a new Dhallywood sensation". New Age. 5 November 2013. Archived from the original on 30 December 2013.
- ↑ "Mahiya Mahi sign up for 9 new movies". Dhaka Tribune. 11 July 2013. Retrieved 17 October 2015.
- ↑ বর্ষসেরা নায়িকা. The Daily Ittefaq (in Bengali).
{{cite news}}
: Invalid|script-title=
: missing prefix (help) - ↑ "বর্ষসেরা মাহিয়া মাহী". Archived from the original on 2013-12-27. Retrieved 2018-11-27.
- ↑ "'মুভি বাজার' জরিপে সেরা শাকিব-মাহী". Archived from the original on 2013-12-26. Retrieved 2018-11-27.
- ↑ মুভি বাজারে সেরা পূর্ণদৈর্ঘ্য প্রেমকাহিনী ও পোড়ামন. Kaler Kantho (in Bengali).
{{cite news}}
: Invalid|script-title=
: missing prefix (help) - ↑ সেরা শাকিব-মাহী. Bangladesh Pratadin (in Bengali). Archived from the original on 2013-12-28. Retrieved 2018-11-27.
{{cite news}}
: Invalid|script-title=
: missing prefix (help) - ↑ "Mahi appointed Fair & Lovely's brand ambassador". The Daily Star. 11 April 2014.
- ↑ "মাহিয়া মাহি". আলোকিত চাঁপাইনবাবগঞ্জ. Archived from the original on 6 March 2017. Retrieved 14 August 2016.
- ↑ "মাহির বিয়ে". 25 May 2016. Retrieved 11 November 2016.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମାହିୟା ମାହି