ଆଶିଷ ଗଡ଼ନାୟକ
ଓଡ଼ିଆ ଗାଳ୍ପିକ
ଆଶିଷ ଗଡ଼ନାୟକ(ଜନ୍ମ : ୧୯୭୪), ଜଣେ ଓଡ଼ିଆ ଗାଳ୍ପିକ ।[୧] କଥା ମାସିକ ସାହିତ୍ୟ ପତ୍ରିକାର ସହସମ୍ପାଦକ ଭାବରେ କାର୍ଯ୍ୟରତ ।[୨] ଅନୁବାଦ କ୍ଷେତ୍ରରେ ମଧ୍ୟ ସେ କାମ କରିଛନ୍ତି ।[୩] ସେ ପିଲାଦିନରୁ କବିତା ଲେଖିବା ଆରମ୍ଭ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ ସମୟରେ ସେ "ଭାତ" ନାମକ ଗପ ଲେଖିଥିଲେ । ସେହି ଗପଟି ୧୯୯୪ମସିହାରେ "କଥା" ପତ୍ରିକାରେ ପ୍ରକାଶିତ ହୋଇଥିଲା ଓ ଆଶିଷ ଏହି ଗପପାଇଁ "କଥା ନବପ୍ରତିଭା ସମ୍ମାନ" ପାଇଥିଲେ । ଗପର ପୃଷ୍ଟଭୂମୀ ଥିଲା ମଧ୍ୟବୟସ୍କ ମହିଳାଟିଏ ଅନନ୍ୟୋପାୟ ହୋଇ ଦେହ-ବ୍ୟବସାୟକୁ ଆବୋରୀ ନେବାର କଥା ।
ଆଶିଷ ଗଡ଼ନାୟକ | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ୧୯୭୪ ଢେଙ୍କାନାଳ |
ବୃତ୍ତି | ଗାଳ୍ପିକ ଓ ସମ୍ପାଦକ |
ଭାଷା | ଓଡ଼ିଆ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ପ୍ରକାଶିତ ପୁସ୍ତକସମ୍ପାଦନ କରନ୍ତୁ
ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ
- କଥା ନବପ୍ରତିଭା ସମ୍ମାନ
- ଟାଇମପାସ ବେଷ୍ଟସେଲର ସମ୍ମାନ
- ଜ୍ଞାନଦା କଥା ସମ୍ମାନ - ୨୦୧୮(ଅଖିଳ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୬]
ଆଧାରସମ୍ପାଦନ କରନ୍ତୁ
- ↑ http://odishasahityaakademi.org/pdf/sahitya_academi_sl_40.pdf
- ↑ http://www.sambadepaper.com/epaperpdf/16022018/16-md-rkl1-11.pdf
- ↑ https://www.telegraphindia.com/1150721/jsp/odisha/story_32702.jsp
- ↑ "କଥା ଝରକା". କଥା ପତ୍ରିକା. ମଇ ୨୦୧୮: ୨୬. Retrieved 22 May 2018.
- ↑ http://indianexpress.com/article/news-archive/web/best-young-writers/
- ↑ (ସମ୍ବାଦ ୨୦/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୪) http://sambadepaper.com/Details.aspx?id=540361&boxid=326545. Retrieved 20 December 2018. Missing or empty
|title=
(help)