ଆଶିଷ କୁମାର
ଭାରତୀୟ ଅଭିନେତା
ଆଶିଷ କୁମାର ଜଣେ ଭାରତୀୟ ଅଭିନେତା ଯିଏକି ଅଭିନୟ ବ୍ୟତୀତ ହିନ୍ଦୀ ଓ ବଙ୍ଗଳା ଭାଷାର କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ରାଜା ହରିଶ୍ଚନ୍ଦ୍ର (୧୯୭୯), ଜୟ ସନ୍ତୋଷୀ ମା (୧୯୭୫) ଏବଂ ଜୟ ଦ୍ୱାରକାଧୀଶ (୧୯୭୭) ଭଳି କଥାଚିତ୍ରରେ ତାଙ୍କ ଅଭିନୟ ପାଇଁ ସେ ଜଣାଶୁଣା । ଏହା ବ୍ୟତୀତ ସେ ଅନେକ ପୌରାଣିକ କଥାଚିତ୍ରରେ ଭଗବାନ ଶିବ ଓ ବିଷ୍ଣୁଙ୍କ ଭୂମିକାରେ ଅଭିନୟ କରିଥିଲେ ।
ଆଶିଷ କୁମାର | |
---|---|
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଆଶିଷ କୁମାର |
ବୃତ୍ତି(ସମୂହ) | ଅଭିନେତା ନିର୍ଦ୍ଦେଶକ |
ଜୀବନୀ
ସମ୍ପାଦନାପ୍ରାରମ୍ଭିକ ଜୀବନ
ସମ୍ପାଦନାହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ପୂର୍ବରୁ ଆଶିଷ ମୁଖ୍ୟତଃ ବଙ୍ଗଳା କଥାଚିତ୍ରରେ ଓ ଟିଭି ଧାରାବାହିକରେ ଅଭିନୟ କରିଥିଲେ ।
ହିନ୍ଦୀ କଥାଚିତ୍ରରେ ଭୂମିକା
ସମ୍ପାଦନା୬୦ ଓ ୭୦ ଦଶକରେ ସେ ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ । ୧୯୭୫ ମସିହାରେ ତାଙ୍କ ଅଭିନୀତ ଜୟ ସନ୍ତୋଷୀ ମା କଥାଚିତ୍ରଟି ସଫଳତା ପାଇବା ସହିତ ତାଙ୍କୁ ଅନେକ ଲୋକପ୍ରିୟତା ମିଲିଥିଲା ।
ବ୍ୟକ୍ତିଗତ ଜୀବନ
ସମ୍ପାଦନାଆଶିଷ ଅଭିନେତ୍ରୀ ବେଲା ବୋଷଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କ ଗୋଟିଏ ଓ ଗୋଟିଏ ଝିଅ ଅଛନ୍ତି । ୨୦୧୩ ମସିହାର ନଭେମ୍ବର ୨୩ ତାରିଖରେ ଗୋଆରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଆଧାର
ସମ୍ପାଦନାବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଆଶିଷ କୁମାର