ଆଲୋଚନା:ମହା ଶିବରାତ୍ରି

ଏହି ପ୍ରସଙ୍ଗ ବାବଦରେ ଅନ୍ୟ ଏକ ଲେଖା ମହାଶିବରାତ୍ରି ପୂର୍ବରୁ ରହିଛି । ଗୋଟିଏ ଲେଖାକୁ ଲେଉଟାଇ ଦିଆଯାଇପାରେ । କେଉଁଟିକୁ ଲେଉଟାଯିବ ବା ଦୁଇଟି ଯାକ ରହିବ ମତ ଦିଅନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୩୩, ୨୬ ଫେବୁଆରି ୨୦୧୨ (UTC)

ସେଥିରୁ ଦରକାରି ଲେଖାତକ ନେଇ ତାହାକୁ ଏଠାକୁ ଲେଉଟାଇ ଦିଆଗଲା, ଦୟାକରି ଆଉଥରେ ପରଖିନିଅନ୍ତୁ ଯଦି କିଛି ବାକିରହିଯାଇଥାଏ ।

--ସୁଭାସିସପାଣିଗାହିମୋତେ କହିବେ କିଛି? ୦୩:୨୪, ୨୬ ଫେବୁଆରି ୨୦୧୨ (UTC)

ପ୍ରସଙ୍ଗର ନାମ ଓ ବନାନ ସମ୍ପାଦନା

ଶିବରାତ୍ରୀ ବନାନ ଭୁଲ । ଶିବରାତ୍ରି ଠିକ ହେବ । ନାମ ପୁଲିଙ୍ଗ, ରାତ୍ର (କାଳ ବା ସମୟ ) । --171.60.199.148 ୦୯:୩୮, ୨୭ ଫେବୃଆରୀ ୨୦୧୪ (UTC)

ଏଠାରେ ସୂଚାଇ ଦେବାକୁ ଚାହେଁ, ଧର୍ମପଦ ଭଳି ଅନଭିଜ୍ଞ ଓ ସୀମିତ ଜ୍ଞାନକୁ ନେଇ କିଛି ବ୍ୟକ୍ତି ଏକ କୋଣାର୍କ ଗଢିବାକୁ ସର୍ବଦା ବ୍ୟଗ୍ର । ଏହି ମହନୀୟ କାର୍ଯ୍ୟକୁ ଅଧିକ ଉନ୍ନତ କରିବାକୁ ଗୁଣୀଜ୍ଞାନୀ ଲୋକମାନଙ୍କୁ ସର୍ବଦା ଆମନ୍ତ୍ରଣ କରାଯାଇଥାଏ । ପୂର୍ଣ୍ଣଚନ୍ଦ୍ରଭାଷା କୋଷର ୭୬୭୬ ପୃଷ୍ଠାରେ ଶିବରାତ୍ରି ଲେଖାହୋଇଛି ଓ ରାତ୍ରି ବା ରାତ୍ରୀ ୭୦୭୯ପୃଷ୍ଠାରେ ଲେଖା ହୋଇଛି ରାତ୍ରି ସହିତ ଅନ୍ୟ ଶବ୍ଦରେ ରାତ୍ରିବାସ, ରାତ୍ରି ଉଜାଗର ଓ ରାତ୍ରି ପାଳନ ଅଛି । ବିଭିନ୍ନ ପତ୍ର ପତ୍ରିକାରେ ଶିବରାତ୍ରୀଶିବରାତ୍ରି ଲେଖାହୋଇଛି । ଓଡିଆ ଅନର୍ସ ଥିବା ବ୍ୟକ୍ତିବିଶେଷ ଉଭୟ ଠିକ୍ ବୋଲି ମଧ୍ୟ ଦିଅନ୍ତି । --Dsasanka (ମୋ ଆଲୋଚନା) ୧୨:୦୦, ୨୭ ଫେବୃଆରୀ ୨୦୧୪ (UTC)
   ଶୁଭାଶିଷ ପାଣିଗ୍ରାହୀଙ୍କ ଦ୍ଵାରା ଠିକ ବନାନକୁ ଘୁଞ୍ଚାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୪୬, ୨ ମାର୍ଚ୍ଚ ୨୦୧୪ (UTC)
ଶିବଙ୍କର ରାତ୍ରି ଶିବରାତ୍ରି, କାରଣ ଶିବ ପୁଂଲିଙ୍ଗ ହୋଇଥିବାରୁ ରାତ୍ରିରେ ହ୍ରସ ଇକାର ଓ ମାୟାବିନୀ ରାତ୍ରୀରେ ମାୟାବିନୀକୁ ନାରୀ ରୂପେ ଗ୍ରହଣ କରାଯାଉଥିବାରୁ ରାତ୍ରୀରେ ଦୀର୍ଘ ଈକାର ହେବ । ଏପରି ଯୁକ୍ତି କରନ୍ତି ଶାରଳା ମହାବିଦ୍ୟାଳୟ, ରାହାମା, ପାରାଦୀପର ଓଡିଆ ବିଭାଗର ମୁଖ୍ୟ ଡଃ ନିରଞ୍ଜନ ଗଚ୍ଛାୟତ । ତେଣୁ କରବାବୁଙ୍କର ଯୁକ୍ତି ଠିକ୍ । --Dsasanka (ମୋ ଆଲୋଚନା) ୧୬:୩୫, ୨ ମାର୍ଚ୍ଚ ୨୦୧୪ (UTC)
ଜ୍ଞାନ ମୋତେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଲିଙ୍କ ଦେଲା ପରେ ମୋ ନିଜର ଦ୍ୱନ୍ଦରେ ମୁଁ କରିଥିବା ଭୁଲଟିକୁ ସୁଧାରିଲି । ରାତ୍ରି ଠିକ ହେବ । ତେବେ ବାକି ଯୁକ୍ତି ବିଷୟରେ ମୁଁ ସନ୍ଦିହିନ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୦:୦୦, ୪ ମାର୍ଚ୍ଚ ୨୦୧୪ (UTC)
Return to "ମହା ଶିବରାତ୍ରି" page.