ଆଲୋଚନା:ଓଡ଼ିଆ ଭାଷା

ଓଡିଆ ଉଚ୍ଚାରଣ ଅନୁସାରେ ସହରର ନାଆଁ ସବୁ ରଖିବାକୁ ଅନୁରୋଧ ସମ୍ପାଦନା

ଯଦିଓ Vizag/Vishakhapatna ଇଂରାଜୀରେ ଲେଖାଯାଏ ଓଡିଆ ଉଚ୍ଚାରଣ ଅନୁସାରେ ତାହା ଭାଇଜାଗ/ବିଶାଖାପାଟଣା ହେବ, ସେମିତି Vijayanagaram ବିଜୟନଗର, ସମାଜ ଖବରକାଗଜ'ରେ ମଧ୍ୟ ଆମେ ଏହା ଉପରେ ଆହୁରି ଅନେକ ଧାରଣା ପାଇପାରିବା ଯେଉଁଥିରେ ଚେନ୍ନାଇ ବଦଳରେ ଚେନାଇ ଲେଖାଯାଏ, ତେବେ କୋଲକାତା ବଦଳରେ କଲିକତା ଅଧିକ ମାନକ ହେବ । --ସୁଭପାSubha Paମୋତେ କହିବେ କିଛି? ୦୭:୦୬, ୪ ମେ ୨୦୧୧ (UTC)

'କୁହାଯାଏ' ବନାମ 'କାହାଯାଏ' ସମ୍ପାଦନା

ଏହି ବଦଳରେ 'କାହାଯାଇଥାଏ' ବଦଳେଇ 'କୁହାଯାଇଥାଏ' ଲେଖାଯାଇଛି । କିନ୍ତୁ କିଛି ଦିନ ତଳେ ଏକ ଖବର କାଗଜରେ (ସମ୍ବାଦ) ଠିକ ଏହି ବିଷୟ ବାବଦରେ ଆଲୋଚନା ପଢିଥିଲି ଯେଉଁଥିରେ ସମ୍ପାଦକ ଦାବି କରିଛନ୍ତି ଯେ କାହାଯାଏ ଠିକ; କୁହାଯାଏ କେବଳ କଥିତ ଭାଷା, ଲିଖିତ ନୁହେଁ । ଏହି ବାବଦରେ ଆଧାର କାହା ପାଖରେ ଅଛିକି ?--ଶିତିକଣ୍ଠ (ଆଲୋଚନା) ୨୧:୨୫, ୨୬ ମଇ ୨୦୧୪

ପ୍ରମୋଦ ଅଭିଧାନ ଅନୁସାରେ ‘କୁହା’ ଶବ୍ଦର ଅର୍ଥ ‘କହା’ ସହିତ ସମାନ ଯାହାର ଅର୍ଥ ହେଲା କହିବା, କଥା, କଥିତ, କହୁଥିବା ବ୍ୟକ୍ତି। କହାଯାଏ ଓ କୁହାଯାଏ, ଏକାକଥା। (ପ୍ରମୋଦ ଅଭିଧାନ ପୃଷ୍ଠା ୫୦୦ ଓ ୫୮୬ ଦେଖ) [୧] ରୁ ଡାଉନଲୋଡ କରିହେବ।

ଆଉ ରହିଲା ସମ୍ବାଦରେ ପ୍ରକାଶିତ ଆଲୋଚନା କଥା, ଏ ସମ୍ବନ୍ଧରେ ମୋର ବ୍ୟକ୍ତିଗତ ମତ ହେଲା ଆମ ଭାଷା ଆଗେଇବ ସେଇଦିନ, ଯେଉଁଦିନ କଥିତ ଭାଷା ଓ ଲିଖିତ ଭାଷା ଭିତରର ପ୍ରାଚୀର ଭାଙ୍ଗିଯିବ। ନ ହେଲେ କିଛି ବର୍ଷ ପରେ କଥିତ ଓଡ଼ିଆ ଭାଷା ଓ ତା’ର ଅନେକ ଅନୁପମ ଓ ଅନନ୍ୟ ଶବ୍ଦାବଳୀ ଶୂନ୍ୟରେ ମିଳେଇଯିବ। --ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୭:୨୫, ୨୭ ମଇ ୨୦୧୪ (UTC)

(ମୋ ବ୍ୟକ୍ତିଗତ ମତ) କିଛି ପରିମାଣରେ ସୁରଥ ଭାଇଙ୍କ ସାଙ୍ଗରେ ଏକମତ । ତେବେ କଥନ-କହିବା-କହାଯିବା ଧାରାରେ "କହାଯିବା" ଠିକ ହେବ । କୁହାଯିବା କଥିତ ଭାଷାରେ ବ୍ୟବହୃତ । କାହାଯିବ ସମ୍ପୂର୍ଣ୍ଣ ରୂପେ ଭୁଲ । ସୁରଥ ଭାଇ ଯେଉଁ ଲିଖିତ-କଥିତ ବିଷୟ ଉପରେ ଆଲୋକପାତ କରିଛନ୍ତି ତାହା ନିଶ୍ଚିତ ଭାବେ ଏକ ଯୁକ୍ତିର ବିଷୟ, ଏକ ବିରାଟ ଆଲୋଚନା ଆଉ ହୁଏତ କିଛିକାଂଶରେ ଉଇକିପିଡ଼ିଆର ପରିସରର ବାହାରେ । କାରଣ ଉଇକିପିଡ଼ିଆର ଆରମ୍ଭରେ ସବୁକିଛି ଅବ୍ୟବସ୍ଥିତ ଥିଲା ଆଉ ମୁଁ ନିଜେ ମାନକ ଓଡ଼ିଆର ବ୍ୟବହାର କରିନାହିଁ । କିନ୍ତୁ ଏବେ ଧୀରେ ଧୀରେ ଆମେ ସେସବୁକୁ ଆଲୋଚନା କରି ବଦଳାଇବାର ସମୟ ଆସିଛି ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୩:୩୦, ୨୭ ମଇ ୨୦୧୪ (UTC)
ଓଡ଼ିଆ ଭାଷାରେ କଥା କହିବା ଅନୁସାରେ କହାଯାଏ ବା କୁହାଯାଏ, କିନ୍ତୁ ବର୍ତ୍ତମାନର ସମସ୍ତ ପାଠ୍ୟ ପୁସ୍ତକ ସହିତ ଖବର କାଗଜ, ପତ୍ର ପତ୍ରିକାରେ ଅଧିକାଂଶ ସ୍ଥାନରେ କୁହାଯାଏ ଲେଖାଯାଉଛି। କାହାଯାଏ ସଂପୂର୍ଣ୍ଣ ଭୁଲ । ଏ ପରିସ୍ଥିତିରେ ଆମେ କାହାକୁ ଅଧିକ ଗୁରୁତ୍ଵ ଦେବା (୧) ବର୍ତ୍ତମାନର ଆମ ପାଠ୍ୟପୁସ୍ତକ/ଶିକ୍ଷା ପଦ୍ଧତି/ସାହିତ୍ୟର ଭାଷାକୁ (୨) ଓଡ଼ିଆ ଭାଷାର ମୌଳିକତାକୁ ରକ୍ଷାକରୁଥିବା ଭାଷାକୋଷ (୩) କାହାଯାଏ ଶବ୍ଦକୁ ଠିକ କହି ଶସ୍ତା ନାଆଁ କମାଇବାର ପନ୍ଥା ଅବଲମ୍ବନ କରୁଥିବା ଲେଖକ/ପ୍ରାବନ୍ଧିକ/ଭାଷାବିତଙ୍କୁ  ? ସାଧାରଣତଃ ଆମେ ଲେଖିଲାବେଳେ ସେହି ଶବ୍ଦ ବ୍ୟବହାର କରିଥାଉ ଯାହା ପଢି଼ଥାଉ, ତେଣୁ ପାଠକ ଯେପରି ଭ୍ରମରେ ନ ପଡନ୍ତି ସେଥିପାଇଁ ପ୍ରଚଳିତ ଭାଷା ହିଁ ବ୍ୟବହାର କରିବା ଉଚିତ ହେବ। --ଆଦିତ୍ୟ ମହାର (ଆଲୋଚନା) ୧୫:୦୪, ୨୭ ମଇ ୨୦୧୪ (UTC)
Return to "ଓଡ଼ିଆ ଭାଷା" page.