ଆର୍ତ୍ତବଲ୍ଲଭ ମହାନ୍ତି
ଆର୍ତ୍ତବଲ୍ଲଭ ମହାନ୍ତି (୩୦ ଜୁଲାଇ ୧୮୮୭–୩୦ ସେପ୍ଟେମ୍ବର ୧୯୬୩) ଜଣେ ଓଡ଼ିଆ ଲେଖକ, ଶିକ୍ଷାବିତ୍ ଓ ପ୍ରଫେସର ଥିଲେ ।[୧][୨] ସେ ପ୍ରାଚୀ ସମିତିର ପ୍ରତିଷ୍ଠାତା ଥିଲେ । [୩] ପୁରାତନ ଓଡ଼ିଆ ରଚନାବଳୀରେ ଥିବା ଶୁଦ୍ଧ ସଂସ୍କରଣର ଅଭାବ ଦେଖି ସେ ନିଜେ ଅନେକ ପୋଥି ପଢ଼ି ଓ ଗବେଷଣା କରି ବିଦଗ୍ଧ ଚିନ୍ତାମଣି, ମଥୁରା ମଙ୍ଗଳ ସମେତ ଅନ୍ୟାନ୍ୟ ଗ୍ରନ୍ଥର ଶୁଦ୍ଧ ସଂସ୍କରଣ ପ୍ରାଚୀ ସମିତିଦ୍ୱାରା ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରାଚୀ ସମିତି ତାହାର ପ୍ରକାଶିତ ଅନେକ ପୁରୁଣା ଗ୍ରନ୍ଥ ଓ ତାଳପତ୍ର ପୋଥିଗୁଡ଼ିକ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅର୍ପଣ କରିଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟ ଏଗୁଡ଼ିକୁ ପ୍ରାଚୀ ଗ୍ରନ୍ଥମାଳା ନାମରେ ପ୍ରକାଶିତ କରିଥିଲା ।[୪] ଭାରତ ସରକାର ତାଙ୍କୁ ୧୯୬୦ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲା ।[୫] ଏହା ପୂର୍ବରୁ ସେ ୧୯୩୨ରେ ରାୟ ସାହେବ ଓ ୧୯୪୩ରେ ରାୟ ବାହାଦୁରରେ ଉପାଧୀ ମଧ୍ୟ ପାଇଥିଲେ ।
ଆର୍ତ୍ତବଲ୍ଲଭ ମହାନ୍ତି | |
---|---|
ଜନ୍ମ | ୩୦ ଜୁଲାଇ ୧୮୮୭ କଟକ |
ମୃତ୍ୟୁ | ୩୦ ସେପ୍ଟେମ୍ବର ୧୯୬୩ (ବୟସ ୭୬) |
ଶିକ୍ଷାନୁଷ୍ଠାନ |
|
ବୃତ୍ତି | ଲେଖକ, ସାହିତ୍ୟ ସମାଲୋଚକ |
ନିଯୁକ୍ତିଦାତା | |
କାର୍ଯ୍ୟ | ପ୍ରାଚୀ ସମିତି |
ପୁରସ୍କାର |
|
ଉପାଧୀ | ରାୟ ବାହାଦୁର |
ଜୀବନୀ
ସମ୍ପାଦନାପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନାଆର୍ତ୍ତବଲ୍ଲଭ ମହାନ୍ତି ୩୦ ଜୁଲାଇ ୧୮୮୭ (ଶ୍ରାବଣ ଶୁକ୍ଳ ଏକାଦଶୀ, ଶନିବାର) ଦିନ ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିଲେ ।[୬] ତାଙ୍କ ମାତାଙ୍କ ନାମ ଥିଲା ଉମାଦେଈ ଓ ପିତାଙ୍କ ନାମ ବାନାମ୍ଭର ମହାନ୍ତି । ସେ ଉଭୟ ଓଡ଼ିଆ ଓ ସଂସ୍କୃତ ଭାଷା ସାହିତ୍ୟରେ ସ୍ନାତକ ଅଧ୍ୟୟନ କରିଥିଲେ । ସେ ନୀଳମଣି ମହାନ୍ତିଙ୍କୁ ବିବାହ କରିଥିଲେ ଓ । ଏହି ଦମ୍ପତ୍ତିଙ୍କର ଚାରି ପୁଅଙ୍କ ନାମ ରେବତୀ ବଲ୍ଲଭ, ହୃଦୟବଲ୍ଲଭ, ଅମରବଲ୍ଲଭ, ଜାନକୀବଲୁଭ ଓ ଜଣେ ଝିଅଙ୍କ ନାମ ବୀଣାପାଣି । ଲେଖକ ଓ ଅଭିଧାନକାର ବିନୋଦ କାନୁନ୍ଗୋ ତାଙ୍କ ଭଣଜା ଥିଲେ ।[୭]
ଚାକିରି
ସମ୍ପାଦନାଶିକ୍ଷା ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ସେଠାରେ ସଂସ୍କୃତ ପ୍ରାଧ୍ୟାପକ ପଦକୁ ଉନ୍ନୀତ ହୋଇଥିଲେ ।[୮]
ସାହିତ୍ୟ ରଚନା
ସମ୍ପାଦନାଓଡ଼ିଶାର ପୁରାତନ କାବ୍ୟଗୁଡ଼ିକର ଶୁଦ୍ଧ ସଂସ୍କରଣର ଅଭାବକୁ ଲକ୍ଷ୍ୟ କରି ଆର୍ତ୍ତବଲ୍ଲଭ ମହାନ୍ତି ନିଜେ ବହୁ ପୁରୁଣା ପୋଥିକୁ ପଢ଼ି ଗ୍ରନ୍ଥଗୁଡ଼ିକର ଶୁଦ୍ଧ ସଂସ୍କରଣ ପ୍ରକାଶ କରିଥିଲେ । ଏଥିମଧ୍ୟରୁ ବିଦଗ୍ଧ ଚିନ୍ତାମଣି, ମଥୁରା ମଙ୍ଗଳ ଭଳି ପ୍ରଚଳିତ ଗ୍ରନ୍ଥ ସହ ଅନେକ ବିରଳ ପୋଥି ମଧ୍ଯ ସ୍ଥାନ ପାଇଥିଲା । ଏହିସବୁ ପୁସ୍ତକ ତାଙ୍କ ପ୍ରତିଷ୍ଠିତ ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ ହୋଇଥିଲା ।
ପୁରସ୍କାର ଓ ସମ୍ମାନ
ସମ୍ପାଦନାଆଧାର
ସମ୍ପାଦନା- ↑ "Some Great Odia Personalities".
- ↑ "Revival of Car Festival of Lord Jagannath" (PDF).
- ↑ Amaresh Datta (1988). Encyclopaedia of Indian Literature. Sahitya Akademi. pp. 1740–. ISBN 978-81-260-1194-0.
- ↑ ଆର୍ତ୍ତବଲ୍ଲଭ ମହାନ୍ତି, ମଥୁରା ମଙ୍ଗଳ, ଉତ୍କଳ ବିଶ୍ୱବିଦ୍ୟାଳୟ, କଟକ, ୧୯୫୧ ।
- ↑ ୫.୦ ୫.୧ "Padma Awards Directory (1954-2009)". Ministry of Home Affairs (India). Archived from the original on 2021-06-02. Retrieved 2021-05-31.
{{cite web}}
: Text "Ministry of Home Affairs" ignored (help) - ↑ ସୂର୍ଯ୍ୟପ୍ରଭା
- ↑ ବିଚିତ୍ରାନନ୍ଦ ମହାନ୍ତି. ସାହିତ୍ୟ ସାଧକ ଆର୍ତ୍ତବଲ୍ଲଭ. କଟଳ: ପ୍ରଫେସର ଆର୍ତ୍ତବଲ୍ଲଭ ସ୍ମୃତି ପରିଷଦ. p. ୧୩.
- ↑ Ashok K. Mohanty (15 February 2011). My Life, My Work. Allied Publishers. pp. 181–. ISBN 978-81-8424-640-7.