ମଥୁରା ମଙ୍ଗଳ ପୁରାତନ କବି ଭକ୍ତ ଚରଣ ଦାସଙ୍କଦ୍ୱାରା ରଚିତ ଛାନ୍ଦକାବ୍ୟ ଅଟେ । ୩୦ ଗୋଟି ଛାନ୍ଦରେ ରଚିତ ଏହି କାବ୍ୟ ଶ୍ରୀକୃଷ୍ଣଙ୍କ ମଥୁରା ଗମନ ଏବଂ କଂସବଧ ଓ ଗୋପୀଙ୍କ ବିଳାପ ଉପରେ ଆଧାରିତ ଅଟେ । ଏଥିରେ ଚକ୍ରକେଳି, କାଳୀ, କାଫି, ପଞ୍ଚମ ବରାଡ଼ି, କଲ୍ୟାଣ ଆହାରୀ, ଆହାରୀ, କେଦାରଗୌଡ଼ା ଇତ୍ଯାଦି ବୃତ୍ତ ବ୍ୟବହୃତ ହୋଇଛି ।

ରେକଡ଼ିଂ ସମ୍ପାଦନା

ମଥୁରା ମଙ୍ଗଳର ପ୍ରଥମ ଛାନ୍ଦ "ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର" ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଆକାଶବାଣୀ କଟକରେ ଗାଇଥିଲେ । ଏହାଛଡ଼ା ବାଣୀକଣ୍ଠଙ୍କଦ୍ୱାରା ହିଁ ଏହାର ଅନ୍ୟ କେତୋଟି ଛାନ୍ଦ- "ଗୋପିକା ବଚନ ଶୁଣି" ଇତ୍ଯାଦିର ରେକଡ଼ିଂ ରହିଛି ।

ପ୍ରକାଶନ ସମ୍ପାଦନା

ପ୍ରାଚୀ ସମିତି ତରଫରୁ ମଥୁରା ମଙ୍ଗଳର ବିଶୁଦ୍ଧ ସଂସ୍କରଣ ପ୍ରକାଶିତ କରାଯାଇଥିଲା । ଏହା ଆର୍ତ୍ତବଲ୍ଲଭ ମହାନ୍ତିଙ୍କଦ୍ୱାରା ୧୦ ଗୋଟି ପୋଥିରୁ ସଂଗ୍ରହ କରି ଲେଖାଯାଇଥିଲା ।