ଆର୍ତ୍ତତ୍ରାଣ ଦେଓ

ଖରିଆର ଗଡ଼ଜାତର ରାଜା

ଆର୍ତ୍ତତ୍ରାଣ ଦେଓ (୧୭ ଜୁଲାଇ ୧୯୦୦ - ୩୦ ସେପ୍ଟେମ୍ବର ୧୯୪୬), ଖରିଆର ଗଡ଼ଜାତର ରାଜା ଥିଲେ । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନରେ ସେ ଏକ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ । ତାଙ୍କ ନେତୃତ୍ୱରେ ଖରିଆର ଜମିଦାରୀ ଓଡ଼ିଶା ରାଜ୍ୟ ସହ ମିଶିପାରିଥିଲା ।

ଆର୍ତ୍ତତ୍ରାଣ ଦେଓ
ବିଧାୟକ: ସ୍ୱାଧୀନତା ପୂର୍ବର ୧ମ ଓ ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୩୭ – ୧୯୫୨
ନିର୍ବାଚନ ମଣ୍ଡଳୀଖରିଆର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1900-07-17)୧୭ ଜୁଲାଇ ୧୯୦୦
ମୃତ୍ୟୁ୩୦ ସେପ୍ଟେମ୍ବର ୧୯୪୬(1946-09-30) (ବୟସ ୪୬)
ନାଗରିକତାବ୍ରିଟିଶ ଭାରତ
ଜାତୀୟତାବ୍ରିଟିଶ ଭାରତ
ରାଜନୀତିକ ଦଳନିର୍ଦ୍ଦଳୀୟ
ବାପା/ବୋଉରାଜା ବୀରବିକ୍ରମ ଦେଓ (ବାପା)
ରାଣୀ ଦୋଳନନ୍ଦ ପ୍ରିୟା ଦେବୀ (ମାଆ)
ବୃତ୍ତିଖରିଆର ରାଜା

ଜନ୍ମ ଓ ସିଂହାସନ ଆରୋହଣ ସମ୍ପାଦନା

ଆର୍ତ୍ତତ୍ରାଣ ଦେଓ ୧୯୦୦ ମସିହାର ଜୁଲାଇ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୨୧ ମସିହାରେ ଖରିଆର (ବର୍ତ୍ତମାନର ନୂଆପଡ଼ା ଜିଲ୍ଲା) ରାଜା ଭାବରେ ସିଂହାସନ ଆରୋହଣ କରିଥଲେ । କଳା, ସଂସ୍କୃତି ଓ ଶିକ୍ଷାର ସେ ଜଣେ ପୃଷ୍ଠପୋଷକ ଥିଲେ । ତାଙ୍କର ପୃଷ୍ଠପୋଷକତାରେ ଖରିଆରଠାରେ ଓଡ଼ିଶାର ପ୍ରଥମ ସ୍ଥାୟୀ ଓଡ଼ିଆ ମଞ୍ଚ ବୀର ବିକ୍ରମ ଥିଏଟର ଗଢ଼ିଉଠିଥିଲା । ସେ ଜଣେ କ୍ରୀଡ଼ାବିତ ଓ ସଂଗଠକ ମଧ୍ୟ ଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

୧୯୩୭ ଏବଂ ୧୯୪୬ ମସିହାରେ ସେ ଖରିଆର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ[୨] ଓ ୨ୟ ଓଡ଼ିଶା ବିଧାନ ସଭାକୁ ମନୋନୀତ ହୋଇଥିଲେ ।[୩][୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୩୭ ୧୯୪୬ ସଭ୍ୟ, ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା ଖରିଆର ଇଉନାଇଟେଡ୍
୧୯୪୬ ୧୯୫୨ ସଭ୍ୟ, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା ଖରିଆର ନିର୍ଦ୍ଦଳୀୟ

ମୃତ୍ୟୁ ସମ୍ପାଦନା

୧୯୪୬ ମସିହାର ସେପ୍ଟେମ୍ବର ୩୦ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[୪] ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ "Raja Artatran Deo". www.odisha.gov.in. Archived from the original on 14 August 2023. Retrieved 14 August 2023.
  2. ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୭. ISBN 978-81-89436-54-4. Retrieved 7 November 2023.{{cite book}}: CS1 maint: unrecognized language (link)
  3. "Shri Artatrano Deo". odishaassembly.nic.in. Odisha Assembly. Retrieved 14 August 2023.
  4. "Raja Artatran Deo". www.india9.com. .india9.com. Archived from the original on 14 August 2023. Retrieved 14 August 2023.