ଆର୍ଟେସୁନେଟ/ପାଇରୋନାରିଡିନ

ଏକ ସ୍ଥିରୀକୃତ ମାତ୍ରାର ଔଷଧ ମିଶ୍ରଣ ଯାହା ମ୍ୟାଲେରିଆ ରୋଗର ଚିକିତ୍ସାର ଦିଆଯାଏ ।

ଆର୍ଟେସୁନେଟ/ପାଇରୋନାରିଡିନ (ଇଂରାଜୀ ଭାଷାରେ Artesunate/pyronaridine, ଏକ ବିକ୍ରୟ ନାମ ପାଇରାମାକ୍ସ/ Pyramax) ଏକ ସ୍ଥିରୀକୃତ ମାତ୍ରାର ଔଷଧ ମିଶ୍ରଣ (fixed dose combination) ଯାହା ମ୍ୟାଲେରିଆ ରୋଗର ଚିକିତ୍ସାର ଚିକିତ୍ସାରେ ଦିଆଯାଏ ।[୩][୨] ଉଭୟ ପି ଫାଲସିପାରମ (P. falciparum)ପି ଭାଇଭାକ୍ସ (P. vivax) ଧରଣର ରୋଗ ନିମନ୍ତେ ଏହା ଦିଆଯାଏ ।[୨] ଆର୍ଟେସୁନେଟପାଇରୋନାରିଡିନ (pyronaridine) ଔଷଧ ଦ୍ୱୟକୁ ମିଶାଇ ଏହି ଔଷଧ ପ୍ରସ୍ତୁତ କରାଯାଇଛି ।[୩] ଏହି ଔଷଧକୁ ପାଟିରେ ଦିଆଯାଏ ।[୧]

ଆର୍ଟେସୁନେଟ/ପାଇରୋନାରିଡିନ
Combination of
ArtesunateAntimalarial
PyronaridineAntimalarial
Clinical data
Trade namesPyramax[୨]
SynonymsArtesunate/pyronaridine tetraphosphate[୨]
Routes of
administration
By mouth[୧]
ATC code

ଶରୀର ଏହ ଔଷଧକୁ ସ‌ହନ କରିପାରେ ।[୨] ପାର୍ଶ ପ୍ରତିକ୍ରିୟରେ ମୁଣ୍ଡ ବିନ୍ଧା, ବାନ୍ତି (vomiting), ବା କାଶ (cough) ହୋଇପାରେ ।[୨] ସାଂଘାତିକ ଯକୃଟ ରୋଗ (liver disease) ରୋଗ ବା ବୃକ୍‌କ ରୋଗରେ en:kidney disease ଏହି ଔଷଧ ଦେବାକୁ ବାରଣ କରାଯାଏ ।[୧] ପ୍ରାକ୍ ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ ।[୧] କିନ୍ତୁ ମାତାର ପ୍ରାଣ ରକ୍ଷା ନିମନ୍ତେ ନିତାନ୍ତ ଆବଶ୍ୟକ ହେଲେ ଏହା ଦିଆଯାଇପାରେ ।[୧] ଦୁଇ ଔଷଧର କାର୍ଯ୍ୟବିଧି ପୃଥକ ଥାଏ ।[୧]

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ସନ ୨୦୧୦ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ କୋର୍ଷ ଡୋଜର କ୍ରୟ ମୂଲ୍ୟ ୨.୧୮ ଆମେରିକୀୟ ଡଲାର ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Pyramax 180 mg/60 mg Film-coated tablet" (PDF). EMA. Archived from the original (PDF) on 14 December 2017. Retrieved 13 December 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Application for inclusion in the WHO Model List of essential medicines" (PDF). WHO. Nov 2010. Retrieved 29 June 2017.
  3. ୩.୦ ୩.୧ ୩.୨ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.