ଆର୍ଟେସୁନେଟ/ଆମୋଡିଆକୁଇନ

ଆର୍ଟେସୁନେଟ/ଆମୋଡିଆକୁଇନ (ଇଂରାଜୀ ଭାଷାରେ Artesunate/amodiaquine, ବିକ୍ରୟ ନାମ କ୍ୟାମୋକୁଇନ/Camoquin) ଏକ ଯୁଗ୍ମ ଔଷଧ ଯାହା ମ୍ୟାଲେରିଆ ରୋଗର ଚିକିତ୍ସାରେ ଦିଆଯାଏ ।[୨] ଏହି ସ୍ଥିରିକୃତ ମାତ୍ରାର ଯୁଗ୍ମ ଔଷଧରେ (fixed-dose combination) ଆର୍ଟେସୁନେଟଆମୋଡିଆକୁଇନ ଥାଏ ।[୨] ବିଶେଷତଃ ଏହାକୁ ଆକ୍ୟୁଟ ବା ତୀବ୍ର ଅଣଜଟିଳ ପ୍ଲାଜମୋଡିଅମ ଫାଲସିପ୍ୟାରମ (Plasmodium falciparum) ମ୍ୟାଲେରିଆ ରୋଗରେ ଦେବାକୁ ସୁପାରିସ କରାଯାଏ ।[୩] ଏହା ପାଟିରେ ଦିଆଯାଏ ।[୪]

ଆର୍ଟେସୁନେଟ/ଆମୋଡିଆକୁଇନ
Combination of
ArtesunateAntimalarial
AmodiaquineAntimalarial
Clinical data
Trade namesCamoquin, others[୧]
SynonymsASAQ
Pregnancy
category
  • US: C (Risk not ruled out)
ATC code
Identifiers
CAS Number
ChemSpider
  • none
 ☒NcheckY (what is this?)  (verify)

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, ଅଇ (nausea), ପେଟ ଯନ୍ତ୍ରଣା, ନିଦ୍ରାଳୁ ଭାବ, ଶୟନ ସମସ୍ୟା ଓ କାଶ ହୁଏ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ କିନ୍ତୁ ଅନ୍ୟ କୌଣସି ଔଷଧ କାମ ନ କଲେ ଏହା ଦିଆଯାଏ । ସ୍ତନ୍ୟପାନ ସମୟରେ ଏହାର ବ୍ୟବ‌ହାର ନିରାପଦ ଥାଏ । ଏହି ଯୁଗ୍ମ ଔଷଧ ମ୍ୟାଲେରିଆ ନିମନ୍ତେ କାମ କରୁଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟବିଧି ଅଲଗା ।[୫]

ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଆର୍ଟେସୁନେଟ/ଆମୋଡିଆକୁଇନ ସନ ୨୦୦୭ରେ ସ୍ୱୀକୃତ ହୋଇଥିଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ କୋର୍ଷ ଡୋଜର କ୍ରୟ ମୂଲ୍ୟ ୦.୮୫ରୁ ୧.୫୨ ଆମେରିକୀୟ ଡଲାର ।[୪] ସନ ୨୦୧୪ ସୁଦ୍ଧା ଏହା ଇଂଲଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବସାୟୀକ ଭିତ୍ତିରେ ମିଳୁନାହିଁ ।[୧][୮]

ଆଧାର ସମ୍ପାଦନା

  1. ୧.୦ ୧.୧ Ainsworth, Sean B. (2014). Neonatal Formulary: Drug Use in Pregnancy and the First Year of Life (in ଇଂରାଜୀ). John Wiley & Sons. p. 75. ISBN 9781118819517.
  2. ୨.୦ ୨.୧ The selection and use of essential medicines: Twentieth report of the WHO Expert Committee 2015 (including 19th WHO Model List of Essential Medicines and 5th WHO Model List of Essential Medicines for Children) (PDF). WHO. 2015. p. 435. ISBN 9789240694941. Retrieved 8 December 2016.
  3. WHO Model Formulary 2008 (PDF). World Health Organization. 2009. p. 187. ISBN 9789241547659. Retrieved 8 December 2016.
  4. ୪.୦ ୪.୧ "Artesunate + Amodiaquine". International Drug Price Indicator Guide. Retrieved 8 December 2016.[permanent dead link]
  5. "Artesunate Amodiaquine Winthrop" (PDF). WIPO. August 2010. Archived from the original (PDF) on 24 October 2016. Retrieved 12 December 2016.
  6. ୬.୦ ୬.୧ "New, Once-a-Day Fixed-Dose Combination Against Malaria Now Available – DNDi". www.dndi.org. 1 March 2007. Retrieved 12 December 2016.
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. Goldman, Lee; Schafer, Andrew I. (2015). Goldman-Cecil Medicine (in ଇଂରାଜୀ). Elsevier Health Sciences. p. 2112. ISBN 9780323322850.