ଆମ୍ବୁଲ

ଭାରତୀୟ ରାଜ୍ୟ ଓଡ଼ିଶାର ଶୁଖିଲା ଆମ୍ବ

ଖରାରେ ଶୁଖାଯାଇଥିବା ଲୁଣ‌ଯୁକ୍ତ କଟା ଆମ୍ବକୁ ଆମ୍ବୁଲ କ‌ହାଯାଇଥାଏ । କଞ୍ଚା ଆମ୍ବରେ ଲୁଣ ଗୋଳାଇ ତାହାକୁ ଖରାରେ ଶୁଖାଇ ଏହା ତିଆରି କରାଯାଇଥାଏ । ଆମ୍ବୁଲ ସାଧାରଣତଃ ତରକାରୀକୁ ଅଧିକ ଖଟା କରିବା ପାଇଁ ଏଥିରେ ପକାଯାଇଥାଏ । କାଞ୍ଜି, ଛତୁ ରାଇ ଆଦିରେ ଆମ୍ବୁଲ ପକାଇ ରନ୍ଧାଯାଇଥାଏ । ଏହା ଛଡା ନିରୋଳା ଆମ୍ବୁଲରେ ସୋରିଷ ମସଲା ଦେଇ ରାଇ ତଥା ଦହି ଓ ନଡିଆ କୋରା ଦେଇ ଖଟା ତିଆରି କରାଯାଏ । [୧]

ଆମ୍ବୁଲ

ତିଆରି ପ୍ରଣାଳୀ ସମ୍ପାଦନା

ଓଡ଼ିଆ ଘରମାନଙ୍କରେ ଯେଉଁ ବଳକା ଆମ୍ବ ରହିଯାଇଥାଏ ସେଥିରେ ଲୁଣ ଗୋଳାଇ ତାହାକୁ ଖରାରେ ଶୁଖାଇଦିଆଯାଇଥାଏ । ଶୁଖିଗଲା ପରେ ଆଟିକାରେ ଏହି ଆମ୍ବୁଲକୁ ରଖା‌ଯାଇଥାଏ ।[୨]

ଆଧାର ସମ୍ପାଦନା

  1. Laxmi Parida (1 April 2003). Purba: Feasts from the East: Oriya Cuisine from Eastern India. iUniverse. pp. 101–. ISBN 978-0-595-26749-1.
  2. Jagannatha Dash (1 January 1999). Human ecology of foragers: a study of the Khariā (Savara), Ujiá (Savara), and Birhor in Similipāl hills. Commonwealth.