ସପୁରୀ ଖଟା

ସମ୍ପାଦନା

ସପୁରୀ ଖଟା ମହାପ୍ରଭୁଙ୍କ ୫୬ ଭୋଗରୁ ଏକ ଭୋଗ ଅଟେ ।

  • ସପୁରୀ ୧ ଟା (ବଡ଼)
  • ତେନ୍ତୁଳିର ରସ ୩ ଚାମଚ
  • କୋରା ନଡ଼ିଆ ଦେଢ଼ କପ
  • ଗୁଆଘିଅ ୩ ଚାମଚ
  • ଆବଶ୍ୟକ ଅନୁସାରେ ଗୁଡ଼, ଚିନିi
  • ଲୁଣ, ହଳଦୀ ଗୁଣ୍ଡ, ଜିରା, ସୋରିଷ ଓ ପାଣି[]

ପ୍ରସ୍ତୁତି

ସମ୍ପାଦନା

ଆଗେ ସପୁରୀକୁ ଧୋଇ ପରିଷ୍କାର କରି ଉପର ଅଂଶ କାଟି ଦିଅନ୍ତୁ।ସପୁରୀର ଚୋପା ଛଡ଼େଇ ଏହାକୁ ସରୁ ସରୁ କରି କାଟି ଦିଅନ୍ତୁ ଓ କୌଣସି ଏକ ପାତ୍ରରେ ଏହାକୁ ରଖନ୍ତୁ।ଏହି କଟା ସପୁରୀକୁ ଦରକାର ଅନୁଯାୟୀ ଗୁଡ଼ ବା ଚିନି, ଲୁଣ ଓ ହଳଦୀ ଗୁଣ୍ଡ ମିଶାନ୍ତୁ।ଗରମ ଗିଆ ପାତ୍ରରେ ସୋରିଷ ଓ ଜିରା ଫୁଟାନ୍ତୁ ଏବଂ ଏଥିରେ ଲୁଣ ଓ ହଳଦୀ ଗୁଣ୍ଡ ମିଶା କଟା ସପୁରୀକୁ ପକାଇ ଭଲକରି କଷନ୍ତୁ।କଷା ସରିବା ପରେ କୋରା ନଡ଼ିଆ ଓ ତେନ୍ତୁଳି ରସ ପକାଇ ଏହାକୁ କିଛି ସମୟ ଫୁଟାଇ ଦିଅନ୍ତୁ।ସପୁରୀ ସିଝି ଗଲେ, ଏହାକୁ ଚୁଲ୍ଳିରୁ ଓହ୍ଲାଇ ଦିଅନ୍ତୁ।ବର୍ତ୍ତମାନ ସପୁରୀ ଖଟା ପ୍ରସ୍ତୁତ ହୋଇଗଲା।

ସେଓ ଖଟା

ସମ୍ପାଦନା

ସେଓ ଖଟା ମଧ୍ୟ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗରୁ ଏକ ଭୋଗ ଅଟେ।

  • ସେଓ ୫୦୦ ଗ୍ରାମ
  • କୋରା ନଡ଼ିଆ ୨ କପ
  • ଜିରା ୧ ଚାମଚ
  • ଗୁଆଘିଆ ୩ ଚାମଚ
  • ଭଜା ସୋରିଷ ଗୁଣ୍ଡ ୨ ଚାମଚ
  • ତେନ୍ତୁଳି ରସ ୪ ଚାମଚ
  • ଦରକାର ଅନୁସାରେ ଗୁଡ଼ ବା ଚିନି
  • ହଳଦୀ ଗୁଣ୍ଡ
  • ଲୁଣ
  • ମଧୁରି
  • ପାଣି

ପ୍ରସ୍ତୁତି

ସମ୍ପାଦନା

ସେଓକୁ ପାଣିରେ ପରିଷ୍କାର କରି ଧୋଇ ଛୋଟ ଛୋଟ କରି କାଟନ୍ତୁ।ନଖ ଉଷୁମ ପାଣିରେ କଟା ସେଓ, ଗୁଡ଼ ବା ଚିନି, ହଳଦୀ ଗୁଣ୍ଡ ଓ ଦରକାର ଅନୁସାରେ ଲୁଣ ପକାଇ ଫୁଟାନ୍ତୁ।ଏହା ଭଲରେ ସିଝି ଗଲେ ଏହାକୁ ଚୁଲ୍ଳିରୁ ଓହ୍ଲାଇ ଦିଅନ୍ତୁ। ଗରମ ଘିଅ ପାତ୍ରରେ ଜିରା ଫୁଟାନ୍ତୁ ଓ ସେଥିରେ କୋରା ନଡ଼ିଆ ଓ ତେନ୍ତୁଳି ରସ ଦେଇ ଭାଜନ୍ତୁ।ଏହା ଭଲରେ ଭଜା ସରିବା ପରେ ଏଥିରେ ପ୍ରସ୍ତୁତ ସେଓକୁ ପକାନ୍ତୁ।ଏହାକୁ ଭଲକରି ଗୋଳାନ୍ତୁ ଓ ତା' ଉପରେ ମଧୁରି ଏବଂ ଗୁଣ୍ଡ ସୋରିଷ ପକାଇ ତାକୁ ଗୋଳାନ୍ତୁ।ଏମିତି ଗୋଳାଇ ଚାଲନ୍ତୁ ଯେପର୍ଯ୍ୟନ୍ତ ସେଓ ଖଟା ପ୍ରସ୍ତୁତ ହୋଇନାହିଁ।ସେଓ ଖଟା ପ୍ରସ୍ତୁତ ହୋଇଗଲେ ଏହାକୁ ଚୁଲ୍ଳିରୁ ତଳକୁ ଓହ୍ଲାଇ ଦିଅନ୍ତୁ।ଏଥର ସେଓ ଖଟା ପ୍ରସ୍ତୁତ ହୋଇଗଲା।

  1. ପାଣି, ସପୁରୀ (୨୨ ଅଗଷ୍ଟ ୨୦୧୬). ସପୁରୀ ଖଟା. ସାହିତ୍ୟ ପ୍ରସାର ପ୍ରତିଷ୍ଠାନ, ଶେଖବଜାର, ନିଉ କଲୋନୀ, କଟକ-୮. p. ୧୮. {{cite book}}: Check date values in: |date= (help); More than one of |pages= and |page= specified (help)