ଆମାତେରାଶୁ, ଆମାତେରାଶୁ-ଓମିକାମି (天照大御神, 天照大神) ବା ଓହିରୁହିମେନୋ ମୁଚୀନୋ କାମି (大日孁貴神) ଆଦି ନାମରେ ପରିଚିତ, ଜାପାନୀ କିମ୍ବଦନ୍ତୀରେ ସୂର୍ଯ୍ୟ ଦେବୀ ଭାବରେ ପୂଜିତ । ଆମାତେରାଶୁ, କାମିଙ୍କ ମଧ୍ଯରେ ଅନ୍ୟତମ, ଯାହାଙ୍କ ବିଷୟରେ ବର୍ଣ୍ଣନା ପ୍ରାଚୀନ ଐତିହାସିକ ରଚନା, (୭୧୨ ଖ୍ରୀଷ୍ଟାବ୍ଦର) କୋଯିକୀ ଏବଂ (୭୨୦ ଖ୍ରୀଷ୍ଟାବ୍ଦର) ନିହୋଁ ଶୋକୀରେ ମଧ୍ଯ ରହିଛି । ଏହି ପୁସ୍ତକ ଦ୍ୱୟରେ ତାଙ୍କୁ ସ୍ୱର୍ଗୀୟ ରାଜ୍ଯ, ତାମାକାଗାହାରାର ରାଣୀ ତଥା ଜାପାନୀ ରାଜକୁଟୁମ୍ବର କିମ୍ବଦନ୍ତୀ ପୂର୍ବଜ ବୋଲି ଗ୍ରହଣ କରାଯାଇଛି । ଦୁଇ ଅନୁଜ ଚନ୍ଦ୍ର ଦେବତା ତ୍ସୁକୁୟୋମି ଏବଂ ଦୁଷ୍ଟ ଝଡବାତ୍ଯାର ଦେବତା ସୁସାନୋଙ୍କ ସହ ତାଙ୍କୁ ଏକତ୍ର ସାଙ୍କିଶୀ (三貴子ମିହାଶିରାନୋ ଉଜୁନୋ ମିକୋ) ବା ତିନି ଆତ୍ମୀୟ ସନ୍ତାନ ବୋଲି କୁହାଯାଏ । ଏହାର ଅର୍ଥ ସେମାନେ ତ୍ରୟ ସୃଷ୍ଟିକର୍ତ୍ତା ପ୍ରଭୁ ଇଜାନାଗିଙ୍କ ତିନି ପ୍ରମୁଖ ସନ୍ତାନ ।

ଆମାତେରାଶୁ
Amaterasu cave crop.jpg
ଆମାନୋ ଇୱାତୋ ଗୁମ୍ଫାରୁ ଆମାତେରାଶୁ ବାହାରୁଛନ୍ତି, (କୁନିସାଦାଙ୍କଦ୍ୱାରା ଚିତ୍ରିତ)
ସୂର୍ଯ୍ୟ ଏବଂ ଜଗତର ଦେବୀ; ଜାପାନୀ ରାଜକୁଟୁମ୍ବର କିମ୍ବଦନ୍ତୀ ପୂର୍ବଜ
ଅନ୍ଯ ନାମଆମାତେରାଶୁ ଓମିକାମି (天照大御神, 天照大神)
ଆମାତେରାଶୁ ଓକାମି (天照大神)
ଆମାତେରାଶୁ ସୁମେ(ରା) ଓମିକାମି (天照皇大神)
ଆମାତେରାଶୀମାସୁ ସୁମେ(ରା) ଓମିକାମି (天照坐皇大御神)
ଆମାତେରାଶୁ ଓହିରୁମେନୋ ମିକୋତୋ (天照大日孁尊)
ଓହିରୁମେନୋ ମୁଚୀନୋ କାମି (大日孁貴神)
ଓହିରୁମେନୋ ମିକୋତୋ (大日孁尊)
ହିନୋ କାମି (日神)
ତ୍ସୁକିସାକାକୀ ଇତ୍ସୁନୋ ମିତାମା ଆମାଜାକାରୁ ମୁକାତ୍ସୁହିମେନୋ ମିକୋତୋ (撞賢木厳之御魂天疎向津媛命)
ତେନ୍ସୋ କୋତାଇଜିନ (天照皇大神)
ତେନ୍ସୋ ଦାଇଜିନ (天照大神)
ମୁଖ୍ଯ ଧାର୍ମିକ ସ୍ଥଳଇଶେ ମହାଶାଳ, ହିନୋକୁମା ଶାଳ, ଆମାନୋଇୱାତୋ ଶାଳ, ହିରୋତା ଶାଳ ଏବଂ ଅନ୍ଯାନ୍ଯ
ଗ୍ରହସୂର୍ଯ୍ୟ
ସ୍ୱାମୀ/ସ୍ତ୍ରୀନାହିଁ
ପିତାମାତାଇଜାନାଗି (କୋଯିକୀ)
ଇଜାନାଗି ଏବଂ ଇଜାନାମୀ (ନିହୋଁ ଶୋକୀ)
ଭାଇଭଉଣୀତ୍ସୁକୁୟୋମି, ସୁସାନୋ ଏବଂ ଅନ୍ୟମାନେ
ସନ୍ତାନଗଣଆମେନୋ ଓଶିହୋମିମି, ଆମେନୋ ହୋହୀ, ଆମାତ୍ସୁହିକୋନେ, ଇକୁତ୍ସୁହିକୋନେ, କୁମାନୋକୁସୁବୀ
ପୁସ୍ତକକୋଯିକୀ, ନିହୋଁ ଶୋକୀ, ସେନ୍ଦାଇ କୁଜି ହୋଙ୍ଗୀ

ଆମାତେରାଶୁଙ୍କ ମୁଖ୍ଯ ପୂଜା କ୍ଷେତ୍ର ହେଉଛି, ମିଏ ରାଜ୍ୟର, ଇଶେଠାରେ ଥିବା ଇଶେ ମହାଶାଳ । ଏହି ଶାଳଟି ଶିଣ୍ଟୋବାଦରେ ଥିବା ପବିତ୍ରତମ ସ୍ଥାନମାନଙ୍କ ମଧ୍ଯରୁ ଅନ୍ଯତମ । ଆମାତେରାଶୁଙ୍କୁ ଜାପାନ ସାରା ବିଭିନ୍ନ ସ୍ଥାନରେ ଶାଳ ସ୍ଥାପନ କରି ପୂଜାକରାଯାଏ ।

ନାମସମ୍ପାଦନ କରନ୍ତୁ

ଏହି ଦେବୀଙ୍କର ଅନେକ ନାମ ଅଛି ଯଥା - କୋଯିକୀରେ 'ଆମାତେରାଶୁ-ଓମିକାମି' (天照大御神 (あまてらすおおみかみ) / 天照大神; ଐତିହାସିକ ଲେଖନଶୈଳୀ: あまてらすおほみかみ, ଆମାତେରାଶୁ-ଓହୋମିକାମି; ପୁରୁଣା ଜାପାନୀ: ଆମାତେରାଶୁ ଓପୋମୀକାମି), ନିହୋଁ ଶୋକୀ ନିମ୍ନ ଲିଖିତ ନାମଗୁଡ଼ିକ ଦେଇଥାଏ:

  • ଓହିରୁମେନୋ ମିଚି (大日孁貴 (おおひるめのむち); ମାନ୍ଯୋଗାନା: 於保比屢咩能武智; ଐତିହାସିକ ଲେଖନଶୈଳୀ: おほひるめのむち, ଓହୋହିରୁମେନୋ ମିଚି; ପୁରୁଣା ଜାପାନୀ: ଓପୋପୀରୁମେନୋମୁତୀ)[୧][୨]
  • ଆମାତେରାଶୁ ଓ(ମି)କାମି (天照大神; ଐତିହାସିକ ଲେଖନଶୈଳୀ: あまてらすおほ(み)かみ, ଆମାତେରାଶୁ ଓହୋ(ମି)କାମି)[୧][୨]
  • ଆମାତେରାଶୁ ଓହିରୁମେନୋ ମିକୋତୋ (天照大日孁尊)[୧][୨]
  • ହିନୋ କାମି(日神; ପୁରୁଣା ଜାପାନୀ: ପିନୋ କାମି)[୧][୨]

'ଆମାତେରାଶୁ ଓମିକାମି'ର ଆକ୍ଷରିକ ଅର୍ଥ, "ମହାପ୍ରକାଶର ଦେବତା" ( "ମହା" + ସମ୍ମାନସୂଚକ ପୂର୍ବପ୍ରତ୍ଯୟ ମି- + କାମି) ଅର୍ଥାତ୍ "ଯେ ସ୍ୱର୍ଗକୁ ଆଲୋକିତ କରୁଛନ୍ତି" ବା "ସ୍ୱର୍ଗକୁ ପ୍ରକାଶିତ କରୁଥିବା ମହାଦେବତା" । ଏହି ନାମଟି କ୍ରିୟା ଆମାତେରୁରୁ ଅଣାଯାଇଛି, (ଅର୍ଥ: ଆଲୋକିତ କରିବା/ଆକାଶରେ ଚମକିବା) (ଆମା "ଆକାଶ, ସ୍ବର୍ଗ" + ତେରୁ "ଚମକିବା, ଝଲସିବା") ଏବଂ ଏଥିରେ ସମ୍ମାନସୂଚକ -ସୁ ପ୍ରତ୍ଯୟ ଲିଗିଛି ।[୩]

ତାଙ୍କର ଅନ୍ୟନାମ, 'ଓହିରୁମେ'ର ଅର୍ଥ ସୂର୍ଯ୍ୟ ମହାଦେବୀ ବା ଦିନର ମହାନାରୀ, ( ହିରୁ "ଦିନବେଳା, ମଧ୍ଯାହ୍ନ", {ହି "ସୂର୍ଯ୍ୟ, ଦିନ" ଠାରୁ} + ମେ "ମହିଳା, ନାରୀ"),[୪][୫][୬] । ବିକଳ୍ପ ନୈରୁକ୍ତିକରଣରେ ଏହାର ଅର୍ଥ "ମହା ଆଲୌକିକ ନାରୀ" (ହି-ର ଅର୍ଥ ଆଲୌକିକ ନେଲେ) କିମ୍ବା ସୂର୍ଯଦେବତାଙ୍କ ପତ୍ନୀ ।[୪][୭][୮][୯] ଏହି ନାମର, ଇଜାନାଗି ଏବଂ ଇଜାନାମୀଙ୍କଦ୍ୱାରା ତିରସ୍କୃତ ସନ୍ତାନ ହିରୁକୋ ସହ ସଂଯୋଗର ସମ୍ଭାବନା ମଧ୍ଯ ବ୍ଯକ୍ତ କରାଯାଇଛି ।[୧୦] ଏହି ନାମସହ ସମ୍ମାନସୂଚକ ପଦ ମୁଚୀ ସଂଯୋଗ କରାଯାଇଥାଏ [୧୧] ଯାହାର ଦୃଷ୍ଟାନ୍ତ ଅନ୍ୟାନ୍ଯ ପ୍ରତିନାମରେ ମଧ୍ଯ ମିଳିଥାଏ; ଯେପରିକି - 'ଓ(ଆ)ନାମୁଚୀ'[୧୨] ବା 'ମିଚିନୁଶୀନୋ ମୁଚୀ'[୧୩]).

ରାଜକୁଟୁମ୍ବର ଜନନୀ ହୋଇଥିବାରୁ ସେ 'ସୁମେ(ରା) ଓମିକାମି' (皇大神, ଅର୍ଥାତ୍. "ମହା ରାଜକୁଟୁମ୍ବୀୟ ଦେବତା"; 'କୋତାଇଜିନ' ଭାବରେ ମଧ୍ଯ ପଢାଯାଏ, ସମ୍ବୋଧିତ ।[୧୪]) ଏହା ଆମାତେରାଶୁଙ୍କ ବିଭିନ୍ନ ନାମରେ ବ୍ଯବହାର ହୁଏ; ଯଥା - 'ଆମାତେରାଶୁ ସୁମେ(ରା) ଓ(ମି)କାମି' (天照皇大神, 'ତେନ୍ସୋ କୋତାଇଜିନ' ବୋଲି ମଧ୍ଯ ପଢାଯାଏ)[୧୫][୧୬] ଏବଂ 'ଆମାତେରାଶୀମାସୁ ସୁମେ(ରା) ଓମିକାମି' (天照坐皇大御神).[୧୭]

ମଧ୍ଯଯୁଗ ଏବଂ ପ୍ରାକ୍-ଆଧୁନିକଯୁଗରେ ଦେବୀ, 'ତେନ୍ସୋ ଦାଇଜିନ', (天照大神ର ଓନ୍ଯୋମି) ବା 'ଆମାତେରୁ ଓଙ୍ଗାମି' ବୋଲି ମଧ୍ଯ ଜଣାଯାଉଥିଲେ ।[୧୮][୧୯][୨୦][୨୧]

ପୌରାଣିକ କାହାଣୀସମ୍ପାଦନ କରନ୍ତୁ

ଜନ୍ମସମ୍ପାଦନ କରନ୍ତୁ

 
ତାଚିବାନା ନଦୀରେ ବୁଡ ଦେଇ, ଇଜାନାଗି ନିଜକୁ ପାବନ କରୁଛନ୍ତି ।

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ Kuroita, Katsumi (1943). Kundoku Nihon Shoki, vol. 1 (訓読日本書紀 上巻). Iwanami Shoten. p. 27.
  2. ୨.୦ ୨.୧ ୨.୨ ୨.୩
  3. Akira Matsumura, ed. (1995). 大辞林. Daijirin (in Japanese) (2nd ed.). Sanseido Books. ISBN 978-4385139005.CS1 maint: unrecognized language (link)|name="name explanation"|group="N"}}
  4. ୪.୦ ୪.୧ Tatsumi, Masaaki. "天照らす日女の命 (Amaterasuhirumenomikoto)". 万葉神事語辞典 (in Japanese). Kokugakuin University. Retrieved 2020-10-11.CS1 maint: unrecognized language (link)
  5. Naumann, Nelly (1982). "'Sakahagi': The 'Reverse Flaying' of the Heavenly Piebald Horse". Asian Folklore Studies. 41 (1): 26–27. doi:10.2307/1178306. JSTOR 1178306.
  6. Akima, Toshio (1993). "The Myth of the Goddess of the Undersea World and the tale of Empress Jingū's Subjugation of Silla". Japanese Journal of Religious Studies. Nanzan Institute for Religion and Culture. 20 (2–3): 120–121. doi:10.18874/jjrs.20.2-3.1993.95-185.
  7. Eliade, Mircea, ed. (1987). "Amaterasu". The Encyclopedia of Religion, vol. 1. Macmillan. p. 228.
  8. Akima (1993). p. 172.
  9. Matsumura, Kazuo (2014). Mythical Thinkings: What Can We Learn from Comparative Mythology?. Countershock Press. p. 118. ISBN 9781304772534.
  10. Wachutka, Michael (2001). Historical Reality Or Metaphoric Expression?: Culturally Formed Contrasts in Karl Florenz' and Iida Takesato's Interpretations of Japanese Mythology. LIT Verlag Münster. pp. 113–114.
  11. "貴(むち)". goo国語辞書 (in Japanese). Retrieved 2020-10-11.CS1 maint: unrecognized language (link)
  12. Tsugita, Uruu (2008). Shinpan Norito Shinkō (新版祝詞新講). Ebisu Kōshō Shuppan. pp. 506–507. ISBN 9784900901858.
  13. "皇大神". Kotobank コトバンク. The Asahi Shimbun Company. Retrieved 2020-10-11.
  14. Tobe, Tamio (2004). "Nihon no kami-sama" ga yoku wakaru hon: yaoyorozu no kami no kigen / seikaku kara go-riyaku made o kanzen gaido (「日本の神様」がよくわかる本: 八百万神の起源・性格からご利益までを完全ガイド). PHP Kenkyūsho.
  15. Nagasawa, Rintarō (1917). Kōso kōsō no seiseki (皇祖皇宗之聖蹟). Shinreikaku. p. 1.
  16. "天照大御神(アマテラスオオミカミ)". 京都通百科事典 (Encyclopedia of Kyoto). Retrieved 2020-10-11.
  17. Teeuwen, Mark (2015). "Knowing vs. owning a secret: Secrecy in medieval Japan, as seen through the sokui kanjō enthronement unction". In Scheid, Bernhard; Teeuwen, Mark (eds.). The Culture of Secrecy in Japanese Religion. Routledge. p. 1999. ISBN 9781134168743.
  18. Kaempfer, Engelbert (1999). Kaempfer's Japan: Tokugawa Culture Observed. Translated by Bodart-Bailey, Beatrice M. University of Hawaii Press. p. 52. ISBN 9780824820664.
  19. Hardacre, Helen (1988). Kurozumikyo and the New Religions of Japan. Princeton University Press. p. 53. ISBN 0691020485.
  20. Bocking, Brian (2013). The Oracles of the Three Shrines: Windows on Japanese Religion. Routledge. ISBN 9781136845451.