ଇଜାନାଗି
ଇଜାନାଗି (イザナギ) ବା ଇଜାନାକି (イザナキ) ଜାପାନୀ କିମ୍ବଦନ୍ତୀରେ ସୃଷ୍ଟିକର୍ତ୍ତା (କାମି) ଅଟନ୍ତି । ସେ ନିଜ ଭଉଣୀ-ସ୍ତ୍ରୀ ଇଜାନାମୀ ସହ ସ୍ୱର୍ଗ ଓ ପୃଥିବୀର ନିର୍ମାଣ ପରେ ଜନ୍ମ ହୋଇଥିଲେ । ଇଜାନାଗି ଓ ଇଜାନାମୀ ଉଭୟଙ୍କୁ ଜାପାନୀ ଦ୍ୱୀପପୁଞ୍ଜର ସୃଷ୍ଟିକର୍ତ୍ତା ବୋଲି ଶିଣ୍ଟୋବାଦରେ ଗ୍ରହଣ କରାଯାଇଛି । ଉଭୟ ଆମାତେରାଶୁଙ୍କ ପରି ଅନେକ ଦେବାଦେବୀଙ୍କ ଜନକ ଓ ଜନନୀ ।
ଇଜାନାଗିନୋ ମିକୋତୋ | |
---|---|
ଜାପାନୀ କିମ୍ବଦନ୍ତୀରେ ସୃଷ୍ଟିକର୍ତ୍ତା | |
ଅନ୍ଯ ନାମ | ଇଜାନାଗିନୋ କାମି (伊邪那岐神) ଇଜାନାଗିନୋ ଓକାମି (伊邪那岐大神) କୁମାନୋ ହାୟାତାମାନୋ ଓକାମ (熊野速玉大神) |
ଜାପାନୀ | 伊邪那岐命, 伊耶那岐命, 伊弉諾尊 |
ମୁଖ୍ଯ ଧାର୍ମିକ ସ୍ଥଳ | ତାଗା ତାଇଶା, ଇଜାନାଗି ଶାଳ, ଏଦୋ ଶାଳ, କୁମାନୋ ହାୟାତାମା ତାଇଶା, ଓନୋକୋରୋଜିମା ଶାଳ, ମିତ୍ସୁମିନେ ଶାଳ ଏବଂ ଅନ୍ଯାନ୍ଯ |
ସ୍ୱାମୀ/ସ୍ତ୍ରୀ | ଇଜାନାମୀ |
ପିତାମାତା | ନାହିଁ (କୋଯିକୀ, ନିହୋଁ ଶୋକୀ) ଆଓକାଶୀକିନେନୋ ମିକୋତୋ (ଶୋକୀ) ଆୱାନାଗୀନୋ ମିକୋତୋ (ଶୋକୀ) |
ଭାଇଭଉଣୀ | ଇଜାନାମୀ |
ସନ୍ତାନଗଣ | ଆମାତେରାଶୁ, ତ୍ସୁକୁୟୋମି, ସୁସାନୋ, ହିରୁକୋ, ଏବଂ ଅନ୍ୟମାନେ |
ପୁସ୍ତକ | କୋଯିକୀ, ନିହୋଁ ଶୋକୀ, ସେନ୍ଦାଇ କୁଜୀ ହୋଙ୍ଗୀ |
ଅଞ୍ଚଳ | ଜାପାନ |
ନାମ
ସମ୍ପାଦନାକୋଯିକୀରେ ତାଙ୍କୁ ଇଜାନାଗିନୋ କାମି (伊邪那岐神) ଏବଂ ଇଜାନାଗିନୋ ମିକୋତୋ (伊邪那岐命) ବୋଲି ସମ୍ବୋଧନ କରାଯାଇଛି । ନିହୋଁ ଶୋକୀରେ ତାଙ୍କୁ ଇଜାନାଗିନୋ ମିକୋତୋ ବୋଲି କୁହାଯାଇଛି କିନ୍ତୁ ତାହାର କାଞ୍ଜି (伊弉諾尊) ଭିନ୍ନ ଅଛି ।
ଇଜାନାଗି ଓ ଇଜାନାମୀ ନାମ ଦ୍ୱୟ ଇଜାନାଉ (ଐତିହାସିକ କାଣା ଲେଖନଶୈଳୀ: ଇଜାନାଫୁ) କ୍ରିୟାରୁ ଅଣାଯାଇଛି ବୋଲି ବିଶ୍ବାସ କରାଯାଏ । ଯାହାର ଅର୍ଥ - 'ଆମନ୍ତ୍ରଣ କରିବା' । ଏହାସହିତ -କି / -ଗି ଏବଂ -ମି ପୁରୁଷବାଚକ ବା ନାରୀବାଚକ ପ୍ରତ୍ୟୟ ରୂପେ ବ୍ଯବହାର ହୋଇଛି ।[୧][୨][୩] ଶିରାତୋରୀ କୁରାକିଚିଙ୍କ ମତରେ ଇଜା (ବା ଇସା), ଇସାଓ (ଐତିହାସିକ କାଣା ଲେଖନଶୈଳୀ: ଇସାୱୋ)ଠାରୁ ଅଣାଯାଇଛି ଯାହାର ଅର୍ଥ 'ମେଧା' ବା 'ସିଦ୍ଧି' ।[୪]
କିମ୍ବଦନ୍ତୀ
ସମ୍ପାଦନାକୋଯିକୀର ବର୍ଣ୍ଣନା
ସମ୍ପାଦନାଭୂମିର ଉତ୍ପତ୍ତି
ସମ୍ପାଦନାକୋଯିକୀ ଅନୁସାରେ, ଯେତେବେଳେ ପୃଥିବୀ ଓ ସ୍ୱର୍ଗ ଅସ୍ତିତ୍ବକୁ ଆସିଲେ, ସେତେବେଳେ ପ୍ରଥମ ଦେବଗଣ କୋତୋଆମାତ୍ସୁକାମୀଙ୍କ ପରେ ସପ୍ତମ ଓ ଅନ୍ତିମ ଥର ପାଇଁ ଇଜାନାଗି ଓ ଇଜାନାମୀ ଜାଆଁଳା ଭାଇଭଉଣୀ ରୂପେ ଜନ୍ମ ନେଲେ ।[୫]
ସେତେବେଳେ ପୃଥିବୀ ଭାସୁଥିବା ତେଲ ପରି ଦିଶୁଥିଲା । ଅନ୍ୟ ଦେବତାଙ୍କଠାରୁ ଆଜ୍ଞା ପାଇ, ପୃଥିବୀକୁ କଠିନ କରିବା ଓ ଏକ ରୂପ ଦେବାପାଇଁ, ଇଜାନାଗି ଏବଂ ଇଜାନାମୀ, ଦୁହେଁ ମିଶି ଏକ ରତ୍ନ ଖଚିତ ଶୂଳଦ୍ୱାରା ଜଳ ବା ସମୁଦ୍ରର ମନ୍ଥନ କଲେ । ଉକ୍ତ ଶୂଳରୁ ଝରି ଥିବା ଜଳବିନ୍ଦୁ ଏକ ଦ୍ୱୀପ, ଓନୋଗୋରୋ ଦ୍ବୀପ(淤能碁呂島)ର ରୂପ ନେଲା ।[୬] ସେଠାରୁ ଦୁହେଁ ଦ୍ୱୀପ ଉପରେ ଅବତରଣ କରି ନିଜ ପାଇଁ ଏକ ଗୃହ ନିର୍ମାଣ କଲେ ଏବଂ ଏକ 'ସ୍ୱର୍ଗୀୟ ସ୍ତମ୍ଭ' (ଆମେନୋ ମିହାଶିରା) ସ୍ଥାପନ କଲେ । ତାପରେ ସେମାନେ ଅନୁଭବ କଲେ ଯେ ସେମାନଙ୍କୁ ସନ୍ତାନ ଉତ୍ପନ୍ନ କରିବାକୁ ପଡିବ । ତେଣୁ ଏହା ସ୍ଥିର କରାଗଲା ଯେ ଉଭୟ ଉକ୍ତ ସ୍ତମ୍ଭ ଚାରିପାଖେ ବିପରୀତ ଦିଗରେ ବୁଲିବେ ଏବଂ ଭେଟ ହେଲାପରେ ସନ୍ତାନ ଉତ୍ପନ୍ନ କରିବେ । ପ୍ରଥମ ପାଳିରେ ଇଜାନାମୀ ଇଜାନାଗିଙ୍କୁ ଅଭିବାଦନ ଜଣାଇଲେ, ଏଥିରେ ଇଜାନାଗି କହିଲେ, ଯେହେତୁ ସେ ପୁରୁଷ ତାଙ୍କର ପ୍ରଥମ କହିବାର ଅଧିକାର ଅଛି । ଫଳରେ ଉକ୍ତ ମିଳନରୁ ଜାତ ସନ୍ତାନ ହିରୁକୋଙ୍କୁ ଅସମ୍ପୂର୍ଣ୍ଣ ମଣି ତିରସ୍କାର କରିଦିଆଗଲା ଏବଂ ଏକ ନୌକାରେ ରଖି ସମୁଦ୍ରରେ ଭସାଇ ଦିଆଗଲା । ଏହା ପର ପାଳିରେ ସେମାନେ ଆୱା (淡島, ଆୱାଶିମା) ଦ୍ୱୀପକୁ ଜନ୍ମ ଦେଲେ ଏବଂ ଏହାକୁ ମଧ୍ଯ ତିରସ୍କାର କରିଦିଆଗଲା ।[୭]
ଇଜାନାଗି ଏବଂ ଇଜାନାମୀ ଏହାପରେ ଉକ୍ତ ପ୍ରକ୍ରିୟା ଚାଲୁ ରଖିଲେ ଏବଂ ନିମ୍ନ ଲିଖିତ ଦ୍ୱୀପଗୁଡ଼ିକ ଜନ୍ମ ଦେଲେ:
- ଆୱାଜୀନୋ ହୋନୋ ସାୱାକେ (淡道之穂之狭別島)
- ଇୟୋ ଦ୍ୱୀପ (伊予之二名島 ଇୟୋନୋ ଫୁତାନାନୋ ଶୀମା, ଆଧୁନିକ ଶିକୋକୁ)
- ଓକିର ଦ୍ୱୀପ ତ୍ରୈୟ(隠伎之三子島 ଓକିନୋ ମିତ୍ସୁଗୋନୋ ଶୀମା)
- ତ୍ସୁକୁଶୀ (筑紫島, ଆଧୁନିକ କ୍ଯୁଶୁ)
- ଇକୀ (伊伎島)
- ତ୍ସୁଶୀମା (津島)
- ସାଦୋ (佐度島)
- ଓୟାମାତୋ ତୋୟୋଆକିତ୍ସୁଶୀମା (大倭豊秋津島, ଆଧୁନିକ ହୋଂଶୁ)[୮]
ଏହପରେ ଉଭୟ ମିଶି ଅନେକ ଦେବଦେବୀଙ୍କ ସର୍ଜନା କଲେ ।[୯] ଅଗ୍ନିଦେବତା କାଗୁତ୍ସୁଚୀଙ୍କୁ ଜନ୍ମ ଦେବା ସମୟରେ ଇଜାନାମୀ ବହୁତ କ୍ଷତିଗ୍ରସ୍ତ ହେଲେ ଏବଂ ପରିଶେଷରେ ମୃତ୍ଯୁ ବରଣ କଲେ ।[୧୦] ଏଥିରେ କ୍ରୋଧିତ ହୋଇ ଇଜାନାଗି ନିଜର ଖଣ୍ଡା ତୋତ୍ସୁକାନୋ ତ୍ସୁରୁଗୀରେ କାଗାତ୍ସୁଚୀଙ୍କୁ ମାରିଦେଲେ । ଇଜାନାମୀଙ୍କ ମଳ, ଇଜାନାଗିଙ୍କ ଅଶ୍ରୁ ଏବଂ କାଗାତ୍ସୁଚୀଙ୍କ ରକ୍ତ ତଥା ଅନ୍ୟାନ୍ୟ ଅବଶେଷରୁ ଅନେକ ଦେବଦେବୀଙ୍କ ଜନ୍ମ ହେଲା ।[୧୧][୧୨]
ୟୋମିପୁରରେ ଅବତରଣ
ସମ୍ପାଦନାଇଜାନାମୀଙ୍କୁ ପୁଣିଥରେ ପାଇବା ଆଶାରେ, ଇଜାନାଗି ମୃତ୍ଯୁର ଲୋକ - ୟୋମିପୁରକୁ ଗଲେ । ସେଠାରେ ଯାଇ ସେ ଜାଣିଲେ ଯେ ଇଜାନାମୀ ୟୋମିପୁରର ଚୁଲାରେ ତିଆରି ଖାଦ୍ୟ ଖାଇ ସାରିଛନ୍ତି ତେଣୁ ସେ ଆଉ ଫେରି ପାରିବେ ନାହିଁ । ଇଜାନାଗି ଅଧୈର୍ଯ୍ୟ ହୋଇ ଇଜାନାମୀଙ୍କୁ ନ ଦେଖିବାର ପ୍ରତିଜ୍ଞା ଭାଙ୍ଗିଦେଲେ ଏବଂ ଅଗ୍ନି ପ୍ରଜ୍ବଳିତ କଲେ । ଏକ ପଚିସଢ଼ି ଯାଇଥିବା ମରଶରୀରକୁ ସେ ଦେଖିବାକୁ ପାଇଲେ । ଏଥରେ ଇଜାନାମୀ ଲଜ୍ଜିତ ହେଲେ ଏବଂ ଘଡ଼ଘଡ଼ିର ଦେବତା, ୟୋମିପୁରର କୁରୂପୀ ବୁଢ଼ୀ (予母都志許売; ୟୋମୋତ୍ସୁ ଶିକୋମେ) ଏବଂ ସୈନ୍ଯମାନଙ୍କର ଏକ ଦଳକୁ ନିଜର ମାନହାନୀର ପ୍ରତିଶୋଧ ପାଇଁ ଇଜାନାଗିଙ୍କ ପଛରେ ଛାଡିଦେଲେ । ତାଙ୍କୁ ଭ୍ରମିତ କରିବା ପାଇଁ ଇଜାନାଗି ନିଜ କେଶକୁ ବାନ୍ଧିଥିବା ସୂତା ଓ ଖପାରେ ଲାଗିଥିବା ପାନିଆକୁ ଫିଙ୍ଗି ଦେଲେ । ଏଗୁଡ଼ିକ ଘାସ ଓ ବାଉଁଶରେ ପରିଣତ ହୋଇଗଲା ଯାହାକୁ ସେହି ବୁଢ଼ୀମାନେ ଖାଇଗଲେ । ୟୋମୋତ୍ସୁ ହିରାଶାକା(黄泉比良坂)ର ଗଳିରେ ପହଞ୍ଚିବା ପରେ ଇଜାନାଗି ତିନୋଟି ଆଡ଼ୁର ଫଳ ନେଇ ସେଇ ବୁଢ଼ୀମାନଙ୍କୁ ଘଉଡାଇ ଦେଲେ । ତାପରେ ସେ ସେହି ଫଳ ତ୍ରୟକୁ ପୋତି ଦେଲେ ଓ ସେଗୁଡ଼ିକୁ ଦିବ୍ୟ ବୋଲି କହିଲେ । ଶେଷରେ ଇଜାନାମୀ ନିଜେ ଯେତେବେଳେ ଇଜାନାଗିଙ୍କ ପଛରେ ଆସିଲେ, ସେ ୟୋମିପୁରର ଦ୍ୱାରକୁ ଏକ ବିରାଟ ପ୍ରସ୍ତରଦ୍ୱାରା ଛେଙ୍କିଦେଲେ । ଏଥିରେ କ୍ରୋଧିତ ହୋଇ ଇଜାନାମୀ ଉଦଘୋଷଣା କଲେ ଯେ ପ୍ରତିଦିନ ସେ ହଜାରେ ଜଣ ଲୋକଙ୍କୁ ମାରିଦେବେ । ଏହାର ଉତ୍ତରରେ ଇଜାନାଗି କହିଲେ ଯେ ସେ ପ୍ରତିଦିନ ଏକ ହଜାର ପାଞ୍ଚ ଶହ ଜଣ ଲୋକଙ୍କୁ ଜନ୍ମ ଦେବେ ।[୧୩][୧୪]
ପବିତ୍ରକରଣ (ମିସୋଗି)
ସମ୍ପାଦନାୟୋମିପୁରକୁ ଯାଇଥିବାରୁ ନିଜକୁ ଦୂଷିତ ମନେକରି, ଇଜାନାଗି, ତ୍ସୁକୁଶୀ ଦ୍ୱୀପର ହିମୁକାରେ ଥିବା ତାଚିବାନା ନଦୀମୁହାଣ ନିକଟରେ ଥିବା (ଆୱାଗୀଦ୍ୱାରା ଆଚ୍ଛାଦିତ) ଆୱାଗୀହାରାର ସମତଳକୁ ଗଲେ । ସେଠାରେ ସେ ନଦୀରେ ବୁଡଦେଇ ନିଜକୁ ପରିଷ୍କାର କଲେ । ବୁଡ ଦେବା ସମୟରେ ଯେତେବେଳେ ସେ ନିଜ ବସ୍ତ୍ର ଓ ଅଳଙ୍କାର ଖୋଲୁଥିଲେ, ସେତେବେଳେ ଅନେକ ଦେବତାଙ୍କ ସର୍ଜନା ହେଲା । ତାଙ୍କ ବାମ ଆଖି ଧୋଇବାରୁ ସୂର୍ଯ୍ୟଦେବୀ ଆମାତେରାଶୁ ଓମିକାମି, ଡାହାଣ ଆଖି ଧୋଇବାରୁ ଚନ୍ଦ୍ରଦେବ ତ୍ସୁକୁୟୋମିନୋ ମିକୋତୋଏବଂ ନାକ ଧୋଇବାରୁ ଝଡର ଦେବତା ସୁସାନୋନୋ ମିକୋତୋ ଜନ୍ମ ନେଲେ । ଏହି ତିନି ଦେବତାଙ୍କୁ "ତିନି ମୁଖ୍ଯ ସନ୍ତାନ" ମିହାଶିରାନୋ ଉଜୁନୋ ମିକୋ ବା ସାଙ୍କିଶୀ (三貴子) ବୋଲି କୁହାଯାଏ ।[୧୫][୧୬]
ଇଜାନାଗି ଓ ସୁସାନୋ
ସମ୍ପାଦନାଇଜାନାଗି ଏହି ବିଶ୍ୱ ନିଜ ତିନି ସନ୍ତାନଙ୍କ ମଧ୍ଯରେ ବାଣ୍ଟି ଦେଲେ: ଆମାତେରାଶୁଙ୍କୁ ତାକାମାଗାହାରା (高天原, "ସୁଉଚ୍ଚ ସ୍ୱର୍ଗର ଭୂମି"), ତ୍ସୁକୁୟୋମିଙ୍କୁ ରାତ୍ରି ଓ ସୁସାନୋଙ୍କୁ ସମୁଦ୍ର ମିଳିଲା ।[୧୭] ସୁସାନୋଙ୍କୁ ମିଳିଥିବା କାର୍ଯ୍ୟ ସେ କଲେ ନାହିଁ ଏବଂ କେବଳ କାନ୍ଦିବାକୁ ଲାଗିଲେ, ଫଳରେ ତାଙ୍କ ଦାଢ଼ି ଆଠ ହାତ ବଢିଗଲା । ଏହାଯୋଗୁଁ ପର୍ବତ ମରିଗଲେ ଓ ନଦୀ ଶୁଖିଗଲେ । ସେ ନିଜ ପିତା ଇଜାନାଗିଙ୍କୁ କହିଲେ ଯେ ସେ ମା'ଙ୍କ ଭୂମିକୁ ନେନୋ କାତାସୁ କୁନୀ (根堅州国, 'ମୂଳଭୂମି'କୁ) ଯିବାପାଇଁ ଚାହୁଁଛନ୍ତି । ଏଥିରେ ଉତ୍କ୍ଷିପ୍ତ ଇଜାନାଗି ସୁସାନୋଙ୍କୁ ବହିସ୍କାର କରିଦେଲେ । ଏହି ଘଟଣା ପରେ ଏହି ପୁସ୍ତକରେ ସୁସାନୋଙ୍କ ଆଉ ନାମ ନିଆଗଲା ନାହିଁ ।[୧୮][୧୯]
ନିହୋଁ ଶୋକୀର ବର୍ଣ୍ଣନା
ସମ୍ପାଦନାନିହୋଁ ଶୋକୀ ଅନୁସାରେ ଇଜାନାଗି ଏବଂ ଇଜାନାମୀ, ଦେବୀ ଆଓକାଶୀକିନେନୋ ମିକୋତୋ (青橿城根尊) ବା ଆୟାକାଶୀକୋନେନୋ ମିକୋତୋଙ୍କ ସନ୍ତାନ । ଶୋକୀର ଅନ୍ୟ ଏକ ବର୍ଣ୍ଣନା କହେ ଯେ - ଇଜାନାଗି, ଆୱାନାଗିନୋ ମିକୋତୋ ଏବଂ କୁନିନୋତୋକୋତାଚିନୋ ମିକୋତୋଙ୍କ (沫蕩尊) ସନ୍ତାନ ।[୨୦]
ବିବାହର ରୀତିନୀତି ପାଳନ ପରେ ଇଜାନାଗି ଓ ଇଜାନାମୀ ନିମ୍ନକ୍ରମରେ ଦ୍ୱୀପ ଜନ୍ମ ଦେଲେ:
- ଆୱାଜୀ (淡路洲),
- ଓୟାମାତୋ-ତୋୟୋଆକିତ୍ସୁଶୀମା (大日本豊秋津洲)
- ଇୟୋର ଦ୍ୱିତନାମୀ ଦ୍ୱୀପ (伊豫二名洲)
- ତ୍ସୁକୁଶୀ (筑紫洲)
- ଓକି (億岐洲) ଏବଂ ସାଦୋ (佐度洲), ଜାଆଁଳା ରୂପେ ଜାତ
- କୋଶୀ (越洲), ଯାହା ଏବେ ହୋକୁରୀକୁ ଅଞ୍ଚଳ ଭାବେ ଜଣାଶୁଣା
- ଓଶୀମା (大洲), ୟାମାଗୁଚି ଜିଲ୍ଲାର ସୁଓ-ଓଶୀମା ଭାବେ ଚିହ୍ନିତ
- କିବିନୋ କୋଜିମା (吉備子洲), ଦକ୍ଷିଣ ଓକାୟାମା ଜିଲ୍ଲାର କୋଜିମା ଉପଦ୍ବୀପ (児島半島) ରୂପେ ଚିହ୍ନିତ (ପୂର୍ବର କିବି ପ୍ରାନ୍ତ)[୨୧]
ଆହୁରି ଦେଖନ୍ତୁ
ସମ୍ପାଦନା- ଇଜାନାଗି ପ୍ଲେଟ
- ପାଙ୍ଗୁ -- ଚୀନୀ ସୃଷ୍ଟିର ଦେବତା, ସେ ମଧ୍ଯ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ନିଜ ଆଖିରୁ ଜନ୍ମ ଦେଇଥିଲେ ।
ଗ୍ରନ୍ଥସମୂହ
ସମ୍ପାଦନା- ଆଷ୍ଚୋନ, ୱିଲିୟମ ଜର୍ଜ, ଟ୍ର. (୧୮୯୬). ନିହୋଁଙ୍ଗୀ:_ଆରମ୍ଭରୁ_୬୯୭_ଖ୍ରୀଷ୍ଟାବ୍ଦ_ପର୍ଯ୍ୟନ୍ତ_ଜାପାନର_ପୌରାଣିକ_କିମ୍ବଦନ୍ତୀ. ଲଣ୍ଡନ: କେଗାନ ପୌଲ, ଟ୍ରେଞ୍ଚ, ଟୃବ୍ନର ଏବଂ କମ୍ପାନୀ.
{{cite book}}
: CS1 maint: multiple names: authors list (link) - ଚାମ୍ବର୍ଲେନ୍, ବାସିଲ ହ., ଟ୍ର. (୧୮୮୨). କୋଯିକୀ ବା ଅତୀତ ଘଟଣାର ଲେଖର ଭାଷ୍ଯାନ୍ତରଣ. ୟୋକୋହାମା: ଲେନ, କ୍ରୌଫୋର୍ଡ ଏବଂ କମ୍ପାନୀ.
{{cite book}}
: CS1 maint: multiple names: authors list (link) - ଫିଲିପ୍ପୀ, ଡୋନାଲ୍ଡ ଲ., ଟ୍ର. (୧୯୬୮/୧୯୬୯). କୋଯିକୀ. ଟୋକିଓ ବିଶ୍ୱବିଦ୍ୟାଳୟର ପ୍ରେସ. ISBN 978-0691061603.
ବାହ୍ଯ ସମ୍ପର୍କ
ସମ୍ପାଦନାଆଧାର
ସମ୍ପାଦନା- ↑ Kadoya, Atsushi. "Izanagi". Encyclopedia of Shinto. Kokugakuin University. Retrieved 2020-05-17.[permanent dead link]
- ↑ Phillipi, Donald L. (1969). Kojiki. Tokyo: University of Tokyo Press. p. 482.
- ↑ Chamberlain (1882). Section II.—The Seven Divine Generations.
- ↑ Matsumura, Takeo (1955). 日本神話の研究, 第2巻 (Nihon shinwa no kenkyu, vol. 2). Baifūkan. p. 56.
- ↑ Chamberlain (1882). Section II.—The Seven Divine Generations.
- ↑ Chamberlain (1882). Section III.—The Island of Onogoro.
- ↑ Chamberlain (1882). Section IV.—Courtship of the Deities The Male-Who-Invites and the Female Who-Invites.
- ↑ Chamberlain (1882). Section V.—Birth of the Eight Islands.
- ↑ Chamberlain (1882). Section VI.—Birth of the Various Deities.
- ↑ Chamberlain (1882). Section VII.—Retirement of Her Augustness The Princess-Who-Invites.
- ↑ Chamberlain (1882). Section VIII.—The Slaying of the Fire-Deity.
- ↑ Phillipi (1969). pp. 48–60.
- ↑ Chamberlain (1882). Section IX.—The Land of Hades.
- ↑ Phillipi (1969). pp. 61–67.
- ↑ Chamberlain (1882). Section X.—The Purification of the August Person.
- ↑ Phillipi (1969). pp. 68–70.
- ↑ Chamberlain (1882). Section XI.—Investiture of the Three Deities; The Illustrious August Children.
- ↑ Chamberlain (1882). Section XII.—The Crying and Weeping of His Impetuous-Male-Augustness.
- ↑ Phillipi (1969). pp. 71–73.
- ↑ Aston, William George (1896). ଉଇକିପାଠାଗାର. . Nihongi: Chronicles of Japan from the Earliest Times to A.D. 697. Kegan Paul, Trench, Trübner & Co. p. – via
- ↑ Aston, William George (1896). ଉଇକିପାଠାଗାର. . Nihongi: Chronicles of Japan from the Earliest Times to A.D. 697. Kegan Paul, Trench, Trübner & Co. p. – via