ଆଣ୍ଟିଫସଫୋଲିପିଡ ସିଣ୍ଡ୍ରୋମ

ଏହା ଏକ ଅଟୋଇମ୍ୟୁନ ରୋଗ ।

ଆଣ୍ଟିଫୋସଫୋଲିପିଡ ସିଣ୍ଡ୍ରୋମ (ଏପିଏସ୍ କିମ୍ବା ଏପିଏଲ୍ଏସ୍ ) ହେଉଛି ଏକ ଅଟୋଇମ୍ୟୁନ ଡିଜିଜ ଯାହା ଫଳରେ ରକ୍ତ ଜମାଟ ବାନ୍ଧିବା ଏବଂ ଗର୍ଭଧାରଣ ସମୟରେ ଉପୁଜିଥିବା ସମସ୍ୟା ସୃଷ୍ଟି କରିଥାଏ ।[] ଧମନୀ, ଶିରା କିମ୍ବା ଛୋଟ ରକ୍ତ ନଳୀରେ ରକ୍ତ ଜମାଟ ବାନ୍ଧିପାରେ ।[] ଗର୍ଭଧାରଣ ଜଟିଳତା ମଧ୍ୟରେ ସ୍ୱତଃ ଗର୍ଭପାତ, ମୃତ ପ୍ରସବ, ଅବଧିପୂର୍ବ ପ୍ରସବ କିମ୍ବା ପ୍ରିଏକ୍ଲାମ୍ପସିଆ ଅନ୍ତର୍ଭୁକ୍ତ ହୋଇପାରେ ।[] [] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଚିତ୍ରିତ ଚର୍ମ, ଖରାପ ଉପଶମ ହେବା ଏବଂ ହୃତ୍‌ପିଣ୍ଡ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[]

Antiphospholipid syndrome
Antiphospholipid antibody syndrome, Hughes syndrome[]
Antiphospholipid syndrome pathogenesis and biologics treatments[]
ବିଭାଗHematology, rheumatology
ଲକ୍ଷଣBlood clots, complications of pregnancy[]
ଆକ୍ରାନ୍ତ ସମୟ20 to 50 year[]
ଅବଧିLong-term[]
କାରଣUnclear (autoimmune disorder)[]
ବିପଦ କାରକLupus, genetics, hepatitis C, Lyme, HIV/AIDS[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and blood tests[]
ଔଷଧWarfarin, heparin, aspirin[]
ଚିକିତ୍ସାBlood thinners (anticoagulants), stopping smoking, regular exercise[]
ପୁନଃପୌନିକ1 in 2,000 people[]

ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଜେନେଟିକ ସମେତ ଅନେକ କାରଣ ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ ।[] [] ବିପଦ କାରକଗୁଡ଼ିକ ମଧ୍ୟରେ ଲୁପସ୍, ହେପାଟାଇଟିସ ସି, ଲାଇମ୍, ଏବଂ ଏଚଆଇଭି/ଏଡସ ଥାଇପାରେ ।[] ଅନ୍ତର୍ନିହିତ ପ୍ରଣାଳୀରେ ଆଣ୍ଟିବଡି ଉତ୍ପାଦନ ହୋଇ ଚର୍ବି ଅଣୁ ସହିତ ସଂଲଗ୍ନ ହୁଏ ।[] ରୋଗ ନିର୍ଣ୍ଣୟ ପାଇଁ ଏକ ଘଟଣା ଆବଶ୍ୟକ ହୁଏ ଯେପରିକି ରକ୍ତ ଜମାଟ ବାନ୍ଧିବା କିମ୍ବା ଗର୍ଭଧାରଣ ଜଟିଳତା ଏବଂ ଆଣ୍ଟିଫୋସଫୋଲିପିଡ ଆଣ୍ଟିବଡି ପାଇଁ ଅତି କମରେ ତିନିମାସ ବ୍ୟବଧାନରେ ଦୁଇଟି ସକରାତ୍ମକ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ ।[] [] ଆଣ୍ଟିଫୋସଫୋଲିପିଡ ଆଣ୍ଟିବଡି ମଧ୍ୟରେ ଲୁପସ ଆଣ୍ଟିକୋଆଗୁଲାଣ୍ଟ, ଆଣ୍ଟି-ଆପୋଲିପୋପ୍ରୋଟିନ ଆଣ୍ଟିବଡି ଏବଂ ଆଣ୍ଟି-କାର୍ଡିଓଲିପିନ ଆଣ୍ଟିବଡି ହୋଇପାରେ ।[]

ଏହାର ଚିକିତ୍ସାରେ ସାଧାରଣତଃ ଦୀର୍ଘକାଳୀନ ରକ୍ତ ପତଳାକାରୀ (ଆଣ୍ଟିକୋଆଗୁଲାଣ୍ଟ) ଯେପରିକି ୱାରଫାରିନ, ହେପାରିନ, କିମ୍ବା ଆସ୍ପିରିନ ଦିଆଯାଇପାରେ ।[] ଗର୍ଭାବସ୍ଥାରେ ୱାର୍ଫାରିନ୍ ବ୍ୟବହୃତ ହୁଏ ନାହିଁ କାରଣ ଏହା ଯୋଗୁ ଜନ୍ମ ତ୍ରୁଟି ସୃଷ୍ଟି ହୋଇପାରେ ।[] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ଧୂମପାନ ବନ୍ଦ କରିବା ଏବଂ ନିୟମିତ ବ୍ୟାୟାମ କରିବା ଆବଶ୍ୟକ ହୁଏ ।[] ବିନା ଚିକିତ୍ସାରେ ରୋଗ ଜଟିଳ ହୋଇ ହୃଦ୍‌ଘାତ କିମ୍ବା ଷ୍ଟ୍ରୋକ ହୋଇପାରେ ।[] କ୍ୱଚିତ୍ ବିପର୍ଯ୍ୟସ୍ତ ଆଣ୍ଟିଫୋସଫୋଲିପିଡ ସିଣ୍ଡ୍ରୋମ ହୋଇପାରେ ।[୧୦]

ଆଣ୍ଟିଫୋସଫୋଲିପିଡ ସିଣ୍ଡ୍ରୋମ ପ୍ରାୟ ୨୦୦୦ ଲୋକଙ୍କ ମଧ୍ୟରୁ ଜଣକ ଉପରେ ପ୍ରଭାବ ପକାଇଥାଏ ।[] ଏହା ସାଧାରଣତଃ ୨୦ରୁ ୫୦ ବର୍ଷ ବୟସର ମହିଳାମାନଙ୍କଠାରେ ହେବା ଦେଖାଯାଏ ।[] ଲୁପସ ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୫% ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[] ଏହି ରୋଗ ପାଇଁ ସମସ୍ତ ରକ୍ତ ଜମାଟ ବାନ୍ଧିବା ରୋଗ ମଧ୍ୟରୁ ପ୍ରାୟ ୧%, ୫୦ ବର୍ଷରୁ କମ ଲୋକ ମଧ୍ୟରେ ୨୦% ଷ୍ଟ୍ରୋକ ଏବଂ ବାରମ୍ବାର ଗର୍ଭପାତ ପାଇଁ ୧୦% ଦାୟୀ ।[] ଏହି ରୋଗର ପ୍ରଥମ ସଂପୂର୍ଣ୍ଣ ବର୍ଣ୍ଣନା ୧୯୮୦ ଦଶକରେ ହୋଇଥିଲା ।[୧୧] ୧୯୮୭ରେ ବର୍ତ୍ତମାନର ନାମ ବ୍ୟବହାର କରାଗଲା ।[୧୧]

  1. Hughes, Graham; Khamashta, Munther A. (2013-07-01). Hughes Syndrome: Highways and Byways (in ଇଂରାଜୀ). Springer Science & Business Media. ISBN 9781447151616. Archived from the original on 2017-03-31.
  2. Yun, Zelin; Duan, Lizhi; Liu, Xiangjun; Cai, Qingmeng; Li, Chun (2023). "An update on the biologics for the treatment of antiphospholipid syndrome". Frontiers in Immunology. 14. doi:10.3389/fimmu.2023.1145145/full. ISSN 1664-3224. Archived from the original on 2024-03-20. Retrieved 2024-03-19.{{cite journal}}: CS1 maint: unflagged free DOI (link)
  3. ୩.୦ ୩.୧ ୩.୨ ୩.୩ ୩.୪ Sammaritano, LR (February 2020). "Antiphospholipid syndrome". Best practice & research. Clinical rheumatology. 34 (1): 101463. doi:10.1016/j.berh.2019.101463. PMID 31866276.
  4. ୪.୦ ୪.୧ ୪.୨ ୪.୩ ୪.୪ "Antiphospholipid syndrome (APS)". nhs.uk (in ଇଂରାଜୀ). 4 May 2018. Archived from the original on 5 November 2023. Retrieved 12 January 2024.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ ୫.୮ "Blood Clotting Disorders - Antiphospholipid Syndrome (APS) | NHLBI, NIH". www.nhlbi.nih.gov (in ଇଂରାଜୀ). 24 March 2022. Archived from the original on 30 September 2023. Retrieved 12 January 2024.
  6. ୬.୦ ୬.୧ ୬.୨ "Antiphospholipid syndrome (APS) - Diagnosis". nhs.uk (in ଇଂରାଜୀ). 20 September 2018. Archived from the original on 21 March 2023. Retrieved 12 January 2024.
  7. ୭.୦ ୭.୧ ୭.୨ "Antiphospholipid syndrome (APS) - Treatment". nhs.uk (in ଇଂରାଜୀ). 20 September 2018. Archived from the original on 11 May 2023. Retrieved 13 January 2024.
  8. ୮.୦ ୮.୧ ୮.୨ "Antiphospholipid syndrome: MedlinePlus Genetics". medlineplus.gov (in ଇଂରାଜୀ). Archived from the original on 4 December 2023. Retrieved 13 January 2024.
  9. Islam, Md Asiful (2018). "Genetic risk factors in thrombotic primary antiphospholipid syndrome: A systematic review with bioinformatic analyses". Autoimmunity Reviews. 17 (3): 226–243. doi:10.1016/j.autrev.2017.10.014. PMID 29355608. Archived from the original on 2021-08-27. Retrieved 2021-02-18 – via Science Direct.
  10. "Antiphospholipid syndrome (APS) - Complications". nhs.uk (in ଇଂରାଜୀ). 20 October 2017. Archived from the original on 30 May 2023. Retrieved 13 January 2024.
  11. ୧୧.୦ ୧୧.୧ Cervera, R.; Piette, J. C.; Shoenfeld, Yehuda (22 August 2002). The Antiphospholipid Syndrome II: Autoimmune Thrombosis (in ଇଂରାଜୀ). Elsevier. p. 5. ISBN 978-0-08-052730-7. Archived from the original on 16 January 2024. Retrieved 13 January 2024.