ଆଟ୍ରିଓଭେଣ୍ଟ୍ରିକୁଲାର ବ୍ଲକ

ଆଟ୍ରିଓଭେଣ୍ଟ୍ରିକୁଲାର ବ୍ଲକ ( ଏଭି ବ୍ଲକ୍ ) ବା ଅଳିନ୍ଦନିଳୟ ଅବରୋଧ ଏକ ପ୍ରକାର ହୃତ୍‌ପିଣ୍ଡ ଅବରୋଧ ଯେଉଁଥିରେ

ଆଟ୍ରିଓଭେଣ୍ଟ୍ରିକୁଲାର ବ୍ଲକ ( ଏଭି ବ୍ଲକ୍ ) ବା ଅଳିନ୍ଦନିଳୟ ଅବରୋଧ ଏକ ପ୍ରକାର ହୃତ୍‌ପିଣ୍ଡ ଅବରୋଧ ଯେଉଁଥିରେ ହୃତ୍‌ପିଣ୍ଡର ଉପର କୋଠରୀରୁ ତଳ କୋଠରୀକୁ ଯାଉଥିବା ବିଦ୍ୟୁତ ସଙ୍କେତ ଦୁର୍ବଳ ହୋଇଯାଏ | [] ଥକ୍କା, ଅଣନିଶ୍ୱାସ, ଛାତି ଯନ୍ତ୍ରଣା ଏବଂ ସିଙ୍କୋପି ଆଦି ଲକ୍ଷଣ ଏହି ରୋଗରେ ଦେଖାଯାଏ | [] ରୋଗ ଜଟିଳ ହେଲେ ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ କିମ୍ବା ହଠାତ୍ ହୃଦ୍‌ରୋଧ ହୋଇପାରେ।[]

Video explanation
ବିଭାଗCardiology
ଲକ୍ଷଣTiredness, shortness of breath, chest pain, syncope[]
କାରଣNormal, cardiac ischemia, autoimmune disease, medications,electrolyte abnormalities[]
ରୋଗ ନିର୍ଣ୍ଣୟ ପଦ୍ଧତିElectrocardiogram (ECG)[]
ଚିକିତ୍ସା1st & 2nd type 1: Avoiding certain medications[]
2nd type 2 & 3rd: Pacemaker[]
ପୁନଃପୌନିକ5% of people over 50 years[]

ଏହି ରୋଗକୁ ତିନି ପର୍ଯ୍ୟାୟଭୁକ୍ତ କରାଯାଏ ଯଥା: ପ୍ରଥମ ଡିଗ୍ରୀ, ଦ୍ୱିତୀୟ ଡିଗ୍ରୀ ୧ ଓ ୨ ଏବଂ ତୃତୀୟ ଡିଗ୍ରୀ | [] ଆଥଲେଟ୍ ଏବଂ ପିଲାମାନଙ୍କରେ ପ୍ରଥମ ଡିଗ୍ରୀ ଏଭି ବ୍ଲକ୍ ସ୍ୱାଭାବିକ ହୋଇପାରେ | [] [] କାର୍ଡ଼ିଆକ ଇସକେମିଆ, କାର୍ଡିଓମାଇଓପାଥି, ଅଟୋଇମ୍ୟୁନ ରୋଗ, ଔଷଧ ଏବଂ ଅସ୍ୱାଭାବିକ ଇଲେକ୍ଟ୍ରୋଲାଇଟ ଯୋଗୁ ଅନ୍ୟାନ୍ୟ ଡିଗ୍ରୀର ରୋଗ ଘଟିଥାଏ।[] ଡିଗକ୍ସିନ, କ୍ୟାଲସିଅମ ଚ୍ୟାନେଲ ବ୍ଲକର ଓ ବିଟା ବ୍ଲକର ଔଷଧ ନେବା ଫଳରେ ମଧ୍ୟ ଏହି ଅବସ୍ଥା ଉତ୍ପନ୍ନ ହୁଏ । ।[] ଇସିଜି (ECG) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ | []

ପ୍ରଥମ ଏବଂ ଦ୍ୱିତୀୟ ଡିଗ୍ରୀର ପ୍ରଥମ ପ୍ରକାର ଥିବା ବ୍ୟକ୍ତିମାନଙ୍କର ସାଧାରଣତଃ ଅବସ୍ଥା ଖରାପ କରୁଥିବା ଔଷଧ ଅପସାରଣ ବ୍ୟତୀତ ଅନ୍ୟ ଚିକିତ୍ସା ଆବଶ୍ୟକ ହୁଏ ନାହିଁ | [] ଦ୍ୱିତୀୟ ଡିଗ୍ରୀର ଦ୍ୱିତୀୟ ପ୍ରକାର କିମ୍ବା ତୃତୀୟ ଡିଗ୍ରୀ ପାଇଁ ପେସମେକର ଦେବାକୁ ସୁପାରିଶ କରାଯାଏ | [] ଅଧିକ ଡିଗ୍ରୀ ବ୍ଲକଗୁଡିକ ଜଟିଳ ହେବା ସମ୍ଭାବନା ଅଧିକ ଥାଏ | [] ଅଧିକନ୍ତୁ ଦ୍ୱିତୀୟ ଡିଗ୍ରୀ ଦ୍ୱିତୀୟ ବ୍ଲକଠାରୁ ତୃତୀୟ ଡିଗ୍ରୀ ବ୍ଲକକୁ ଅଗ୍ରଗତି କରିବା ସମ୍ଭାବନା ଅଧିକ | []

ପ୍ରାୟ ୫% ଅଳ୍ପ ବୟସ୍କ ଯୁବକଙ୍କର ସ୍ୱଳ୍ପକାଳୀନ ଅବଧିର ଏହି ରୋଗ ଥାଏ ଏବଂ ୧%ରୁ କମ୍ ଏଭି ବ୍ଲକ୍ ଚାଲୁ ରହିଥାଏ | [] ୫୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୫%ରୁ ଅଧିକ ଲୋକଙ୍କର ଏହି ସମସ୍ୟା ରହିଛି।[] ଉଚ୍ଚ ଡିଗ୍ରୀ ବ୍ଲକ ଫଳରେ ପ୍ରତିବର୍ଷ ପ୍ରାୟ ୫,୦୦୦ ଲୋକଙ୍କ ମଧ୍ୟରୁ ଜଣକର ନୂଆ ଲକ୍ଷଣ ଦେଖାଯାଏ | []ପ୍ରଥମେ ୧୮୫୨ ମସିହାରେ ହରମନ ଷ୍ଟାନିୟସ ଏକ ପଶୁ ମଡେଲରେ ଚିହ୍ନଟ କରିଥିଲେ ।[] []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Kashou, AH; Goyal, A; Nguyen, T; Chhabra, L (January 2020). "Atrioventricular Block". PMID 29083636. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ "Atrioventricular Block - Cardiovascular Disorders". Merck Manuals Professional Edition. Retrieved 29 December 2020.
  3. Saksena, Sanjeev; Camm, A. John (2011). Electrophysiological Disorders of the Heart E-Book: Expert Consult (in ଇଂରାଜୀ). Elsevier Health Sciences. p. 521. ISBN 978-1-4377-0971-1.
  4. ୪.୦ ୪.୧ ୪.୨ ୪.୩ ୪.୪ ଆଧାର ଭୁଲ: ଅଚଳ <ref> ଚିହ୍ନ; Sak2011 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. Valentinuzzi, ME (November 2017). "Sinoatrial and Atrioventricular Blocks: Who First Described Them and How? [Retrospectroscope]". IEEE pulse. 8 (6): 62–66. doi:10.1109/MPUL.2017.2750859. PMID 29155381.