ଆଗାପିଲ୍ ଲାକ୍ରା
ଓଡ଼ିଆ ରାଜନୀତିଜ୍ଞ
ଆଗାପିଲ୍ ଲାକ୍ରା (୧୮ ଅଗଷ୍ଟ ୧୯୦୯ - ୯ ଅପ୍ରେଲ ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜଗାଙ୍ଗପୁର ଓ ରଘୁନାଥପାଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଆଗାପିଲ୍ ଲାକ୍ରା | |
---|---|
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ପର ଅଧିକାରୀ | ଶାନ୍ତି ପ୍ରକାଶ ଓରାମ |
ନିର୍ବାଚନ ମଣ୍ଡଳୀ | ରାଜଗାଙ୍ଗପୁର |
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପର ଅଧିକାରୀ | ରବି ଦେହୁରୀ |
ନିର୍ବାଚନ ମଣ୍ଡଳୀ | ରଘୁନାଥପାଲୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮ ଅଗଷ୍ଟ ୧୯୦୯ |
ମୃତ୍ୟୁ | ୯ ଅପ୍ରେଲ ୧୯୯୮ | (ବୟସ ୮୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସଲୋମି ମିଞ୍ଜ |
ବାପା/ବୋଉ | ଥୋମାସ୍ ଲାକ୍ରା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଆଗାପିଲ୍ ଲାକ୍ରା ୧୯୦୯ ମସିହାର ଅଗଷ୍ଟ ମାସ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥୋମାସ୍ ଲାକ୍ରା ଓ ପତ୍ନୀଙ୍କ ନାମ ସଲୋମି ମିଞ୍ଜ ।[୨]
ରାଜନୈତିକ ଜୀବନ
ସମ୍ପାଦନାଆଗାପିଲ୍ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୨]
ମୃତ୍ୟୁ
ସମ୍ପାଦନାଆଗାପିଲ୍ ଲାକ୍ରା ୧୯୯୮ ମସିହାର ଅପ୍ରେଲ ୯ରେ ୮୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]
ଆଧାର
ସମ୍ପାଦନା- ↑ "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Archived from the original (PDF) on 2 October 2020. Retrieved 29 August 2020.
- ↑ ୨.୦ ୨.୧ ୨.୨ "Shri Agapil Lakra". odishaassembly.nic.in. Odisha Assembly. Retrieved 28 October 2020.