ଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ

ଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ (ଆଇଏମ) (ଇଂରାଜୀ ଭାଷାରେ Infectious mononucleosis (IM), ବା ମୋନୋ/ mono, ବା glandular fever) ରୋଗ ଏପସ୍ଟେନ ବାର ଭୁତାଣୁ (ଇବିଏଫ) (Epstein–Barr virus) ଯୋଗୁ ସୃଷ୍ଟି ହୁଏ ।[] ଅଧିକାଂଶ ଲୋକ ପିଲାଦିନେ ଏହି ଭୂତାଣୁଦ୍ୱାରା ଆକ୍ରାନ୍ତ ହେଲେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ତରୁଣ ବୟସରେ ଆକ୍ରାନ୍ତ ହେଲେ ଜ୍ୱର, ଗଳା ପ୍ରଦାହ, ବେକରେ ଲସିକା ଗ୍ରନ୍ଥି ବିକୃତି, ଥକ୍କାଣ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଦୁଇରୁ ଚାରି ସପ୍ତାହ ମଧ୍ୟରେ ଅଧିକାଂଶ ଲୋକର ରୋଗରେ ଉନ୍ନତି ହୁଏ କିନ୍ତୁ ଥକ୍କାଣ ୪ ମାସ ପର୍ଯ୍ୟନ୍ତ ରହିପାରେ । ଯକୃତ ବା ପ୍ଲୀହା ଫୁଲିଯାଇପାରେ ।[] ୧%ରୁ କମ୍ କେଶ୍‌ରେ ପ୍ଲୀହା ଛିଦ୍ର (splenic rupture) ଦେଖାଯାଏ ।[]

ଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ
ଇଂରାଜୀ ପ୍ରତିଶବ୍ଦ - glandular fever, Pfeiffer's disease, Filatov's disease, kissing disease
ଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ ରୋଗଗ୍ରସ୍ତ ଲୋକର ବେକରେ ଲସିକା ଗ୍ରନ୍ଥି ବିକୃତି (Swollen lymph nodes) ଦେଖାଯାଉଛି
ବିଭାଗସଂକ୍ରାମକ ରୋଗ
ଆଇସିଡ଼ି-୧୦B27.{{{3}}}
ଆଇସିଡ଼ି-୯-ସିଏମ୍075
ରୋଗ ଡାଟାବେସ4387
ମେଡ଼ିସିନ-ପ୍ଲସ000591
ଇ-ମେଡ଼ିସିନemerg/319 med/1499 ped/705
Patient UKଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ
MeSHD007244

ଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ ରୋଗ ଏପସ୍ଟେନ ବାର ଭୂତାଣୁ (ଇବିଏଫ), ଅନ୍ୟ ନାମ ହ୍ୟୁମ୍ୟାନ ହର୍ପିସଭୂତାଣୁ ୪, ଯୋଗୁ ସୃଷ୍ଟି ହୁଏ ଓ ଏହି ଭୂତାଣୁ ଏକ ବୃହତ୍ ହର୍ପିସଭିରିଡି (ଏପସ୍ଟେନ ବାର ଭୁତାଣୁ ବା ଇବିଏଫ) ପରିବାରର (herpes virus family) ଏକ ସଦସ୍ୟ । ଅନ୍ୟ କେତେକ ଭୁତାଣୁ ମଧ୍ୟ ଏହି ରୋଗ କରିପାରନ୍ତି । [] ଲାଳ (saliva) ସାହାଯ୍ୟରେ ଏହା ମୁଖ୍ୟତଃ ବ୍ୟାପିଲେ ମଧ୍ୟ ବୀର୍ଯ୍ୟ (semen) ବା ରକ୍ତ ମାଧ୍ୟମରେ ମଧ୍ୟ ବ୍ୟାପିଯାଏ । ପିଇବା ଗିଲାସ ଓ ଦାନ୍ତଘସା ବ୍ରସ୍‌ଦ୍ୱାରା ମଧ୍ୟ ବ୍ୟାପିଯାଏ । ରୋଗ ଲକ୍ଷଣ ବାହାରିବାର କିଛି ସପ୍ତାହ ପୂର୍ବରୁ ଏହି ଭୂତାଣୁ ବ୍ୟାପିପାରେ ।[] ଲକ୍ଷଣ ଉପରେ ପର୍ଯ୍ୟବସିତ କରି ଏହି ମୋନୋ ରୋଗ ନିର୍ଣ୍ଣୟ କଲାପରେ ନିର୍ଦ୍ଦିଷ୍ଟ ଆଣ୍ଟିବଡି (antibodies) ନିମନ୍ତେ ରକ୍ତ ପରୀକ୍ଷା କରି ରୋଗ ନିଧାର୍ଯ୍ୟ କରାଯାଏ ।[] ରକ୍ତରେ ଅଧିକ ସଂଖ୍ୟକ ଲିମ୍ଫୋସାଇଟ ଥାଏ ଓ ତନ୍ମଧ୍ୟରୁ ୧୦% ଅସ୍ୱାଭାବିକ ଥାଏ । [][] ମୋନୋସ୍ପଟ (monospot) ପରୀକ୍ଷା ଏତେ ଉପକାରୀ ନୁହେଁ । []

ଏହି ରୋଗ ପାଇଁ କୌଣସି ଟିକା (vaccine) ନାହିଁଁ । ବ୍ୟକ୍ତିଗତ ଜିନିଷ ବାଣ୍ଟିବା ଓ ଚୁମା ଦେବାରୁ ବିରତ ହେଲେ ରୋଗ ପ୍ରତିଷେଧ ହୁଏ । ମୋନୋ ସାଧାରଣତଃ ନିଜେ ନିଜେ ଉପଶମ ହୁଏ ।[] ଅଧିକ ତରଳ ପଦାର୍ଥ ପାନ କରିବାକୁ, ଯଥେଷ୍ଟ ବିଶ୍ରାମ ନେବାକୁ ଓ ପାରାସେଟାମୋଲ (paracetamol) ବା ଆଇବୁପ୍ରୋଫେନ (ibuprofen) ଭଳି ଯନ୍ତ୍ରଣା ନିବାରକ ଔଷଧ ଦେବାକୁ ସୁପାରିସ କରାଯାଏ । [][]

ବିକଶିତ ଦେଶମାନଙ୍କରେ (developed world) ୧୫ରୁ ୨୪ ବର୍ଷ ବୟସ ମଧ୍ୟରେ ଏହି ରୋଗ ଆକ୍ରମଣ କରେ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଅଳ୍ପ ବୟସର ପିଲାଙ୍କୁ ଏ ରୋଗ ଆକ୍ରମଣ କରେ ଓ ସେତେବେଳେ ଲକ୍ଷଣ ବ‌ହୁତ କମ୍ ଦେଖାଯାଏ ।[] ୧୬ରୁ ୨୦ ବର୍ଷ ବୟସ ଭିତରେ ୮% ତଣ୍ଟି ରୋଗର କାରଣ ଭାବରେ ଏହି ରୋଗର ଭୂମିକା ଥାଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଏକ ଲକ୍ଷ ଲୋକରେ ୪୫ଜଣ ପ୍ରତି ବର୍ଷ ଏହି ରୋଗ ଭୋଗନ୍ତି ।[] ଯୁବକ ସମୟ ଆସିବା ବେଳକୁ ପ୍ରାୟ ୯୫% ଲୋକ ଏଥିରେ ସଂକ୍ରମିତ ହୋଇସାରିଥାଆନ୍ତି । [] ବର୍ଷର ପ୍ରତ୍ୟେକ ସମୟରେ ଏହି ରୋଗ ହୁଏ । [] ସନ ୧୯୨୦ରେ ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ଓ କଥିତ ଭାଷାରେ ଏହାକୁ ଚୁମ୍ବନ ରୋଗ କୁହାଯାଇଥିଲା ।[]

  1. ୧.୦ ୧.୧ ୧.୨ ୧.୩ "About Epstein-Barr Virus (EBV)". CDC. January 7, 2014. Retrieved Aug 10, 2016.
  2. ୨.୦ ୨.୧ ୨.୨ ୨.୩ "About Infectious Mononucleosis". CDC. January 7, 2014. Retrieved 10 August 2016.
  3. Handin, Robert I.; Lux, Samuel E.; Stossel, Thomas P. (2003). Blood: Principles and Practice of Hematology (in ଇଂରାଜୀ). Lippincott Williams & Wilkins. p. 641. ISBN 9780781719933.
  4. ୪.୦ ୪.୧ ୪.୨ ୪.୩ Ebell, MH; Call, M; Shinholser, J; Gardner, J (12 April 2016). "Does This Patient Have Infectious Mononucleosis?: The Rational Clinical Examination Systematic Review". JAMA. 315 (14): 1502–9. doi:10.1001/jama.2016.2111. PMID 27115266.
  5. "Epstein-Barr Virus and Infectious Mononucleosis Laboratory Testing". CDC. January 7, 2014. Retrieved 10 August 2016.
  6. Ebell, MH (12 April 2016). "JAMA PATIENT PAGE. Infectious Mononucleosis". JAMA. 315 (14): 1532. doi:10.1001/jama.2016.2474. PMID 27115282.
  7. Marx, John; Walls, Ron; Hockberger, Robert (2013). Rosen's Emergency Medicine - Concepts and Clinical Practice (in ଇଂରାଜୀ) (8 ed.). Elsevier Health Sciences. p. 1731. ISBN 1455749877.
  8. ୮.୦ ୮.୧ Tyring, Stephen; Moore, Angela Yen; Lupi, Omar (2016). Mucocutaneous Manifestations of Viral Diseases: An Illustrated Guide to Diagnosis and Management (in ଇଂରାଜୀ) (2 ed.). CRC Press. p. 123. ISBN 9781420073133.
  9. Smart, Paul (1998). Everything You Need to Know about Mononucleosis (in ଇଂରାଜୀ). The Rosen Publishing Group. p. 11. ISBN 9780823925506.