ଅସିତ ରଞ୍ଜନ ଦାସ
ଅସିତ ରଞ୍ଜନ ଦାସ ଜଣେ ଓଡ଼ିଆ ସୀତାର ଓ ଏସରାଜ ବାଦକ, ଯିଏକି ଓଡ଼ିଆ କଥାଚିତ୍ର ସହିତ ଆକାଶବାଣୀ, ଦୂରଦର୍ଶନ ଓ ରଙ୍ଗମଞ୍ଚ ଆଦିରେ ସୀତାର ଓ ଏସରାଜ ବାଦନ କରିଛନ୍ତି । ସେ ଓଡ଼ିଶା ଅପେରା, ଶ୍ରୀକୃଷ୍ଣ ଅପେରା ଓ ଜନତା ଅପେରା ଆଦି ଯାତ୍ରାପାର୍ଟିରେ ମଧ୍ୟ ସୀତାର ବାଦନ କରିଛନ୍ତି ।[୧]
ଅସିତ ରଞ୍ଜନ ଦାସ | |
---|---|
ଜନ୍ମ | ପଦାଗାଁ, ବାଲେଶ୍ୱର |
ଜାତୀୟତା | ଭାରତୀୟ |
ବୃତ୍ତି | ସୀତାର ଓ ଏସରାଜ ବାଦକ |
ସକ୍ରିୟ ବର୍ଷ | ୧୯୭୫ – ଏବେଯାଏଁ |
ପିତାମାତା |
|
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଅସିତ ବାଲେଶ୍ୱର ଜିଲ୍ଲାର ପଦାଗାଁଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କା ବାପାଙ୍କ ନାମ ମନୋରଞ୍ଜନ ଦାସ, ଯିଏକି ତାଙ୍କର ପ୍ରଥମ ଗୁରୁ ଭାବରେ ତାଙ୍କୁ ସୀତାର ବାଦନ ଶିଖାଇଥିଲେ । ସେ ବାଲେଶ୍ୱରର ସାଇକଳା ମନ୍ଦିର ଓ ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।[୧]
ପେଷା
ସମ୍ପାଦନା୧୯୭୫ ମସିହାରେ ସେ ଅନ୍ନପୂର୍ଣ୍ଣ ଗ୍ରୁପ୍-ଏରେ ଯୋଗ ଦେଇଥିଲେ । ସେ ବାଲେଶ୍ୱର, ଭୁବନେଶ୍ୱର, ରାଉରକେଲା, ମୟୂରଭଞ୍ଜ ଆଦି ସ୍ଥାନରେ ବିଭିନ୍ନ ମଞ୍ଚରେ ସୀତାର ବାଦନ କରିଛନ୍ତି । ଓଡ଼ିଶା ବାହାରେ ମଧ୍ୟ ବିଭିନ୍ନ ସ୍ଥାନରେ ସେ ସୀତାର ଓ ଏସରାଜ ବାଦନ କରିଛନ୍ତି । ସେ ଓଡ଼ିଆ କଥାଚିତ୍ର, ଆକାଶବାଣୀ, ଦୂରଦର୍ଶନ ଓ ଯାତ୍ରାପାର୍ଟି ଆଦିରେ ସୀତାର ବାଦନ କରିଛନ୍ତି ।[୧]
କାମ କରିଥିବା ଯାତ୍ରାପାର୍ଟି
ସମ୍ପାଦନା- ଓଡ଼ିଶା ଅପେରା
- ଶ୍ରୀକୃଷ୍ଣ ଅପେରା
- ଜନତା ଅପେରା
କଥାଚିତ୍ର
ସମ୍ପାଦନା- ଟିକେ ହସ ଟିକେ ଲୁହ (୧୯୮୧)
ଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅସିତ ରଞ୍ଜନ ଦାସ