ଅଶୋକସୁନ୍ଦରୀ
ଅଶୋକସୁନ୍ଦରୀ (Sanskrit: अशोकसुन्दरी, Aśokasundarī) ଜଣେ ହିନ୍ଦୁ ଦେବୀ ତଥା ଶିବ ଓ ପାର୍ବତୀଙ୍କର କନ୍ୟା ଅଟନ୍ତି । ପଦ୍ମ ପୁରାଣରେ ତାଙ୍କର ଜୀବନୀ ବର୍ଣ୍ଣନା କରାଯାଇଛି ।[୧] ଅଶୋକସୁନ୍ଦରୀଙ୍କୁ ଦକ୍ଷିଣ ଭାରତରେ ମୁଖ୍ୟତଃ ବାଲା ତ୍ରିପୁରସୁନ୍ଦରୀ (Bala Tripurasundari) ନାମରେ ପୂଜା କରନ୍ତି ।
ଅଶୋକସୁନ୍ଦରୀ | |
---|---|
ଅନ୍ଯ ନାମ | ଲାବଣ୍ୟ, ଆନଭି, ବାଲା ତ୍ରିପୁରା ସୁନ୍ଦରୀ, ବିରଜା |
Devanagari | अशोकसुन्दरी |
Sanskrit Transliteration | Aśokasundarī |
Affiliation | ଦେବୀ, ଅଶୋକସୁନ୍ଦରୀ |
ଲୋକ | କୈଳାସ |
ସ୍ୱାମୀ/ସ୍ତ୍ରୀ | ନହୁଷ |
ଭାଇଭଉଣୀ | ଗଣେଶ (ଭାଇ), କାର୍ତ୍ତିକେୟ (ଭାଇ) |
ସନ୍ତାନଗଣ | ଯଯାତି ଓ ଶହେ କନ୍ୟା |
ପୁସ୍ତକ | ପଦ୍ମ ପୁରାଣ |
ବ୍ୟୁତ୍ପତ୍ତି
ସମ୍ପାଦନାନିଜର ଏକାକୀପଣ ଦୂର କରିବାକୁ ଏକ କନ୍ୟା ସନ୍ତାନ ନିମନ୍ତେ କଳ୍ପବୃକ୍ଷ ପାଖରେ ପାର୍ବତୀ ମାନସିକ କରିଥିଲେ । ପାର୍ବତୀଙ୍କର ଦୁଃଖ ବା ଶୋକ ଦୂର କରିବା ଯୋଗୁ “ଅଶୋକ” ନାମ ଓ “ସୁନ୍ଦରୀ କନ୍ୟା” ଯୋଗୁ “ସୁନ୍ଦରୀ” ନାମ ରଖି ଅଶୋକସୁନ୍ଦରୀ ନାମ କରଣ କରାଯାଇଥିଲା ।[୨]
କିମ୍ବଦନ୍ତୀ
ସମ୍ପାଦନାପଦ୍ମ ପୁରାଣରେ ଅଶୋକସୁନ୍ଦରୀଙ୍କ କାହାଣୀ ଲିପିବଦ୍ଧ ହୋଇଛି । ନହୁଷଙ୍କ ଏକ କାହାଣୀରେ ଲେଖାଯାଇଛି: ସଂସାରର ସବୁଠାରୁ ସୁନ୍ଦର ବଗିଚାକୁ ନେଇ ଯିବା ନିମନ୍ତେ ଶିବଙ୍କୁ ପାର୍ବତୀ ଅନୁରୋଧ କଲେ । ପାର୍ବତୀଙ୍କର ଅନୁରୋଧ ରକ୍ଷା କରି ତାଙ୍କୁ ନନ୍ଦନ ବଣକୁ ଶିବ ନେଇଗଲେ ଯେଉଁଠାରେ ପାର୍ବତୀ ଏକ କଳ୍ପ ବୃକ୍ଷ ଦେଖିଲେ ଯିଏ ଯେ କୌଣସି ଇଚ୍ଛା ପୂରଣ କରିଦେଇପାରେ । ତାଙ୍କ ପୁତ୍ର କାର୍ତ୍ତିକେୟ ବଡ଼ ହୋଇଯାଇ କୈଳାସ ତ୍ୟାଗ କରି ଅନ୍ୟତ୍ର ଚାଲିଯିବାରୁ ପାର୍ବତୀ ଏକାକୀତ୍ୱ ଅନୁଭବ କରୁଥିଲେ । ସୁତରାଂ ସେ କଳ୍ପ ବୃକ୍ଷ ପାଖରେ ଏକ କନ୍ୟା ସନ୍ତାନ ନିମନ୍ତେ ମାନସିକ କଲେ । ତାଙ୍କ ଇଚ୍ଛା ପୂରଣ ହୋଇ ଅଶୋକସୁନ୍ଦରୀ ଜନ୍ମ ଲାଭ କରିଥିଲେ । ସ୍ୱର୍ଗର ରାଜା ଇନ୍ଦ୍ରଙ୍କ ସମସ୍କନ୍ଧ ଭଳି ଚନ୍ଦ୍ରବଂଶର ନହୁଷଙ୍କୁ ଅଶୋକସୁନ୍ଦରୀ ବିବାହ କରିବାକୁ ପାର୍ବତୀ ଭବିଷ୍ୟବାଣୀ କରିଥିଲେ ।[୩] ଏକଦା ନନ୍ଦନ ବଣରେ ପରିଚାରିକାମାନଙ୍କ ସହିତ ଅଶୋକସୁନ୍ଦରୀ ବୁଲୁଥିବା ବେଳେ ହୁଣ୍ଡା ନାମକ ଏକ ରାକ୍ଷସ ତାଙ୍କୁ ଦେଖି ତାଙ୍କ ପ୍ରେମରେ ପଡ଼ିଗଲା । ହୁଣ୍ଡାର ବିବାହ ପ୍ରସ୍ତାବକୁ ଅଶୋକସୁନ୍ଦରୀ ପ୍ରତ୍ୟାଖ୍ୟାନ କରିଥିଲେ ଯେହେତୁ ନହୁଷଙ୍କୁ ବିବାହ କରିବା ତାଙ୍କ ଭାଗ୍ୟରେ ଲେଖାଥିଲା ।
ହୁଣ୍ଡା ଏକ ବିଧବା ଛଦ୍ମ ବେଶରେ ଆସି ନିଜ ଆଶ୍ରମକୁ ଯିବାକୁ ଅଶୋକସୁନ୍ଦରୀଙ୍କୁ ନିମନ୍ତ୍ରଣ କଲା । ଅଶୋକସୁନ୍ଦରୀ ସାଥିରେ ଯାଇ ତାଙ୍କ ଘରେ ପହଞ୍ଚିବା ପରେ ହୁଣ୍ଡାର କପଟ ଜାଣିପାରିଲେ ଓ ନହୁଷ ହାତରେ ମରିବାକୁ ଅଭିଶାପ ଦେଇ କୈଳାସ ପର୍ବତରେ (Mount Kailash) ଥିବା ନିଜ ପିତା ମାତାଙ୍କ ପାଖକୁ ଚାଲିଗଲେ ।[୪] ଶିଶୁ ନହୁଷକୁ ତାଙ୍କ ଉଆସରୁ ହୁଣ୍ଡା ଅପହରଣ କରିନେଲା, କିନ୍ତୁ ହୁଣ୍ଡାର ଜଣେ ଚାକରାଣୀ ତାଙ୍କୁ ଉଦ୍ଧାର କରି ଋଷି ବଶିଷ୍ଠଙ୍କ ହେପାଜତରେ ଛାଡ଼ିଦେଲେ । କିଛି ବର୍ଷ ପରେ ନହୁଷ ବଡ଼ ହୋଇ ହୁଣ୍ଡାକୁ ହତ୍ୟା କରିବା ତାଙ୍କ ଭାଗ୍ୟରେ ଥିବା ଜାଣିପାରିଲେ । ଅଶୋକସୁନ୍ଦରୀଙ୍କୁ ହୁଣ୍ଡା ଅପହରଣ କରିବା ପରେ ମିଛରେ ନହୁଶଙ୍କୁ ହତ୍ୟା କରିଦେଇଥିବା କଥା କହିଲା ।
ନହୁଷ ଭଲରେ ଥିବା କଥା ଗୋଟିଏ କିନ୍ନର ଦମ୍ପତ୍ତି ଖବର ଦେଲେ ଓ ଅଶୋକସୁନ୍ଦରୀ ଏକ ଶକ୍ତିଶାଳୀ ପୁତ୍ର ଯଯାତିର ମାଆ ଓ ଶହେ ସୁନ୍ଦରୀ ଝିଅଙ୍କ ମାଆ ହେବା କଥା ଭବିଷ୍ୟବାଣୀ କରିଥିଲେ । ସମୟକ୍ରମେ ହୁଣ୍ଡାକୁ ନହୁଷ ଯୁଦ୍ଧରେ ପରାସ୍ତ କରି ଅଶୋକସୁନ୍ଦରୀଙ୍କୁ ଉଦ୍ଧାର ଓ ବିବାହ କରିଥିଲେ । ପରବର୍ତ୍ତୀ କାଳରେ ଇନ୍ଦ୍ରଙ୍କ ଅନୁପସ୍ଥିତିରେ ଅସ୍ଥାୟୀ ଭାବରେ ସ୍ୱର୍ଗରେ ଇନ୍ଦ୍ର ପଦରେ ନହୁଷ ଆସିନ ହୋଇଥିଲେ ।[୨][୫][୬]
ବିକାଶ
ସମ୍ପାଦନାହିନ୍ଦୁ ପୁରାଣରେ (Hindu mythology) ଅଶୋକସୁନ୍ଦରୀ ବିଷୟରେ ବିଶେଷ କିଛି ଉଲ୍ଲେଖ ନାହଁ ; କେବଳ “ପଦ୍ମ ପୁରାଣ”ରେ ତାଙ୍କ ବିଷୟରେ ଉଲ୍ଲେଖ ଅଛି ।
ଦୂରଦର୍ଶନ ଧାରାବାହିକ
ସମ୍ପାଦନାଶିବ ଓ ପାର୍ବତୀଙ୍କ ଜୀବନ ଉପରେ ଆଧାରିତ ‘ଦେବୋ କେ ଦେବ ମହାଦେବ’ ଦୂରଦର୍ଶନ ଧାରାବାହିକରେ ଦର୍ଶକମାନେ ପ୍ରଥମ କରି ଦର୍ଶକମାନେ ତାଙ୍କ ବିଷୟରେ ଜାଣିପାରିଲେ ।[୭] ପରେ ବିଘ୍ନହର୍ତ୍ତା ଗଣେଶ ଚଳଚ୍ଚିତ୍ରରେ ତାଙ୍କ ଚରିତ୍ର ଅବତାରଣା ହୋଇଥିଲା ।
ବାହ୍ୟ ଲିଙ୍କ
ସମ୍ପାଦନାQuotations related to ଅଶୋକସୁନ୍ଦରୀ at Wikiquote ଛାଞ୍ଚ:Hindu Deities and Texts
ଆଧାର
ସମ୍ପାଦନା- ↑ Bibek Debroy, Dipavali Debroy (2002). The holy Puranas. p. 152. "Nakusha and Ashokasundari had a son named Yayati.”
- ↑ ୨.୦ ୨.୧ Gaṅgā Rām Garg (1992). Encyclopaedia of the Hindu World Vol. 3. Concept Publishing Company. p. 712. ISBN 978-81-7022-376-4.
- ↑ Mani 1975.
- ↑ Mani 1975, p. 62.
- ↑ Mani 1975, pp. 62, 515–516.
- ↑ George M. Williams (27 March 2008). Handbook of Hindu Mythology. Oxford University Press. pp. 217–8, 230. ISBN 978-0-19-5332-61-2.
- ↑ Nair, Roshni (2015-09-13). "Beyond Ganesh: The other children of Shiva-Parvati". DNA India (in ଇଂରାଜୀ). Retrieved 2020-11-19.