ଅଲେଖ ଚନ୍ଦ୍ର ବିଶ୍ୱାଳ
ଓଡ଼ିଆ ଗୀତିକାର
ଅଲେଖ ଚନ୍ଦ୍ର ବିଶ୍ୱାଳ(ଜନ୍ମ : ୦୬ ଜାନୁଆରୀ ୧୯୫୪) ଜଣେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗୀତିକାର ।[୧] ଚଳଚ୍ଚିତ୍ର ଗୀତ ବ୍ୟତିତ, ସେ ଗୀତିକବିତା ଓ ଭକ୍ତିସଙ୍ଗୀତ ମଧ୍ୟ ଲେଖିଥାନ୍ତି । ଏଯାବତ ସେ ୯୦୦୦ରୁ ଅଧିକ ଗୀତ, ୭୦୦ରୁ ଅଧିକ ସିଡ଼ି ଓ ୧୭ଟି ଓଡ଼ିଆ ଚଳଚ୍ଚିତ୍ରପାଇଁ ଗୀତରଚନା କରିସାରିଲେଣି । ସେ କେନ୍ଦ୍ର ସରକାରଙ୍କ ଚାକିରିରୁ ସେବାନିବୃତ ହୋଇ ସାରିଛନ୍ତି ।
ଅଲେଖ ଚନ୍ଦ୍ର ବିଶ୍ୱାଳ | |
---|---|
ଜନ୍ମ | ସୋଲପାଟ, ଯାଜପୁର | ୬ ଜାନୁଆରୀ ୧୯୫୪
ପ୍ରସିଦ୍ଧି | ଗୀତିକାର |
ବୈବାହିକ-ସାଥୀ | ସୁଷମା |
ପିତାମାତା | ଅଙ୍ଗୁର ବିଶ୍ୱାଳ, କୁମୁଦିନୀ ବିଶ୍ୱାଳ |
ଜୀବନୀ
ସମ୍ପାଦନାଅଲେଖ ୧୯୫୪ ମସିହାରେ ଯାଜପୁର ଜିଲ୍ଲାର ସୋଲପାଟଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅଙ୍ଗୁର ବିଶ୍ୱାଳ ଓ ମାତାଙ୍କ ନାମ କୁମୁଦିନୀ ଥିଲା । ଅଲେଖ, କଲେଜରେ ପାଠପଢିବା ସମୟରୁ ଗୀତରଚନାରେ ମନୋନିବେଶ କରିଥିଲେ । ୧୯୭୫ମସିହାରେ ସେ ଆକାଶବାଣୀ କଟକର ଗୀତିକାର ଭାବରେ ସ୍ୱୀକୃତି ଲାଭ କରିଥିଲେ ।
ଲୋକପ୍ରିୟ ଗୀତ
ସମ୍ପାଦନା- ଆସିଥିଲି କାଳିଆ ତୋ ଦରଶନ ପାଇଁରେ
- କେମିତି ସହିବ ଛାତି ତମେ ଯଦି ଆଉ କାର ବଧୁ ବେଶ ସାଜିବ
- ବିରହିଣୀ ରାଧିକା ମୁଁ ଏ ବାସନ୍ତୀ କୁଞ୍ଜେ
- ତତେ ମୋ ରାଣ ଦେଲି ଆଲୋ ବାଇଚଢେଇ
- ଛଅ ଖଣ୍ଡ କାଠରେ ମୋ ହେବ ସବାରୀ
- ପ୍ରେମ ଭକତିର ବର୍ଣ୍ଣବୋଧ ଗୀତଗୋବିନ୍ଦ
- ଖଟା ହେଲା ପଛେ ହାଣ୍ଡିକ ଦହି
- କଳସୀରେ ଗଙ୍ଗାଜଳ
- ସେଇ ବର୍ଷା, ସେଇ ରାତି ମନେପଡେ
- ଜହ୍ନ କହୁଛି, ଏଇ ରାତି କହୁଛି
ରଚିତ ପୁସ୍ତକ
ସମ୍ପାଦନା- ଜଗନ୍ନାଥ ଭଜନମାଳା : ଜୀବନର ଶେଷବନ୍ଧୁ
- ଗୀତ ମଞ୍ଜରୀ
- ସାକାର ବ୍ରହ୍ମ
- ଗୀତି ମନ୍ଦାର
- ଅମୃତ ଭାରତୀ
- ସମ୍ପର୍କର ସ୍ୱର
- ସାବିତ୍ରୀ ବ୍ରତ(ଗୀତିରୂପ)
- ଶ୍ରୀହନୁମାନ ଚାଳିଶା(ଓଡ଼ିଆ ରୂପାନ୍ତର)
- ବଂଶୀ ବିଳାସ ୨୦୧୯ (ଧର୍ମଗ୍ରନ୍ଥ ଷ୍ଟୋର, କଟକ)
- ଶିବରଞ୍ଜନୀ (ଧର୍ମଗ୍ରନ୍ଥ ଷ୍ଟୋର, କଟକ)
- ମାୟାମାଧବ (ଧର୍ମଗ୍ରନ୍ଥ ଷ୍ଟୋର, କଟକ)
ଓଡ଼ିଆ କଥାଚିତ୍ର
ସମ୍ପାଦନା- କସ୍ତୁରୀ
- କିଏ କାହାର
- ଉଦଣ୍ଡୀ ସୀତା
- ଗଙ୍ଗା ଯମୁନା
- ପଞ୍ଜୁରି ଭିତରେ ସାରୀ
- ଲାଲ ଟୁକ୍ ଟୁକ୍ ସାଧବବୋହୂ[୨]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ନବରୂପା ରାଜ ଗୀତିକବିତା ସମ୍ମାନ - ୨୦୦୨ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[୩]
ଆଧାର
ସମ୍ପାଦନା- ↑ http://www.tathya.in/news/11657/1/Mohanty-Bags-Bhanja-Award[permanent dead link]
- ↑ "ଅନନ୍ୟ ଗୀତିକାର ଅଲେଖ". ସମାଜ ରବିବାର ୪/୦୩/୨୦୧୮ ପୃଷ୍ଠା ୭. Retrieved 8 March 2018.
- ↑ "ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ 'ଉତ୍କଳ ରତ୍ନ'". No. ସମାଜ ୧୨/୦୫/୨୦୨୨ କଟକ ସଂସ୍କରଣ ପୃଷ୍ଠା ୪. ସମାଜ. Archived from the original on 12 May 2022. Retrieved 12 May 2022.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅଲେଖ ଚନ୍ଦ୍ର ବିଶ୍ୱାଳ