ଅର୍ଜୁନ ସାମଲ
ଅର୍ଜୁନ ସାମଲ (୦୩ ଜୁନ ୧୯୪୧ - ୨୬ ଜାନୁଆରୀ ୨୦୧୯) ଜଣେ ଓଡ଼ିଆ ଗାୟକ ଥିଲେ । ସେ ୧୦୦୦ରୁ ଅଧିକ ଓଡ଼ିଆ ଭଜନ, ଜଣାଣ, ଛାନ୍ଦ, ଚମ୍ପୂ, ଶାସ୍ତ୍ରୀୟ ଓ ପଲ୍ଲୀ ଗୀତ ଗାଇଥିଲେ । ସୁନା ସଂସାର ଆଦି ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଚଦପଟ୍ଟ ଗାୟକ ଭାବରେ କାର୍ଯ୍ୟ କରିଥିଲେ ।[୧] ସେ ଓଡ଼ିଶା ସଂଗୀତ ନାଟକ ଏକାଡେମିର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୨] ବୃତ୍ତିରେ ସେ ଜଣେ ପ୍ରଶାସନିକ ଅଧିକାରୀ ଥିଲେ ।[୧]
ଅର୍ଜୁନ ସାମଲ | |
---|---|
ଜନ୍ମ | ଅର୍ଜୁନ ସାମଲ ୩ ଜୁନ ୧୯୪୧ ବ୍ରାହ୍ମଣୀ, ଚିକଣା ପଞ୍ଚାୟତ, ଯାଜପୁର |
ମୃତ୍ୟୁ | ୨୬ ଜାନୁଆରୀ ୨୦୧୯ | (ବୟସ ୭୭)
ମୃତ୍ୟର କାରଣ | ହୃଦ୍ରୋଗ |
ଜାତୀୟତା | ![]() |
ଜଣାଶୁଣା | ଓଡ଼ିଆ ଗାୟକ |
ଜୀବନସାଥୀ | ପ୍ରଭାବତୀ |
ସନ୍ତାନ | ଦେବାଶିଷ, ଶୁଭାଶିଷ, ସ୍ନେହାଶିଷ, ନିବେଦିତା, ଲୋପାମୁଦ୍ରା |
ପିତାମାତା | ଭାଗବତ ସାମଲ ଗେହ୍ଲମଣି ସାମଲ |
ପୁରସ୍କାର(ଗୁଡ଼ିକ) | ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାର |
ଅର୍ଜୁନ, ୧୯୪୧ ମସିହାରେ ଯାଜପୁର ଜିଲ୍ଲାର ଚିକଣା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀଗ୍ରାମଠାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ପିତା ଥିଲେ ସ୍ୱାଧୀନତା ସଂଗ୍ରାମୀ ଭାଗବତ ସାମଲ ଓ ମାତା ଗେହ୍ଲମଣି ସାମଲ । ୧୯୫୮ରେ ଭଦ୍ରକରେ ଅନୁଷ୍ଠିତ ନିଖିଳ ଓଡ଼ିଶା ସଂଗୀତ ସମାରୋହରେ ସେ ହିନ୍ଦୁସ୍ଥାନୀ ଓ ସୁଗମ ସଂଗୀତରେ ପ୍ରଥମ ହୋଇ ଲୋକଲୋଚନକୁ ଆସିଥିଲେ । "କିସ ମୁଁ ଲେଖିବି ଗୋଲାପ କଢ଼ି" ଥିଲା ତାଙ୍କର ପ୍ରଥମ ରେଡ଼ିଓ ଗୀତ । ପରେ ଆକାଶବାଣୀରୁ ଅନ୍ୟ କାର୍ଯ୍ୟକ୍ରମ ଯଥା ସଜଫୁଲ, ପଲ୍ଲୀଗୀତ, ରାଗମଂଜରୀ, ଅତସି କୁସୁମରେ ଗୀତ ଗାଇ ଲୋକାଦ୍ରୁତ ହୋଇଥିଲେ । ସ୍ନାତକତ୍ତୋର ପାଠ ଉପରାନ୍ତେ, ସେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଅଧିକାରୀଭାବରେ କାର୍ଯ୍ୟ କରୁଥିଲେ ।
ସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ
- ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାର
- ଉତ୍କଳ ସାହିତ୍ୟ ସମାଜ ପୁରସ୍କାର
- ଓଡ଼ିଆ ଗୀତିକବି ସମାଜ ସମ୍ମାନ
- ବଳଭଦ୍ର ସମ୍ମାନ
- କୈବଲ୍ୟକଣ୍ଠ ଉପାଧୀ (ପୁରୀର ଶ୍ରୀକ୍ଷେତ୍ର କଳା ପ୍ରକାଶନୀ ସଂସ୍ଥା ପକ୍ଷରୁ ପ୍ରଦତ୍ତ)[୪]
ଆଧାର ସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "ବିଶିଷ୍ଟ ଗାୟକ କୈବଲ୍ୟ କଣ୍ଠ ଅର୍ଜୁନ ଚରଣ ସାମଲଙ୍କ ପରଲୋକ". Sambad (in Odia). Bhubaneswar. 26 January 2019. Archived from the original on 28 January 2019. Retrieved 28 January 2019.
{{cite news}}
: CS1 maint: unrecognized language (link) - ↑ "Arjun Charan Samal, eminent Odia singer, passes away at 77". www.pragativadi.com. Retrieved 28 January 2019.
- ↑ "ଆରପାରିରେ କଣ୍ଠଶିଳ୍ପୀ ଅର୍ଜୁନ ସାମଲ". No. ଧରିତ୍ରୀ ୨୮/୦୧/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. Retrieved 28 January 2019.
- ↑ "ପରଲୋକରେ ଅର୍ଜୁନ ସାମଲ". Retrieved 28 January 2019.
ବାହାର ଆଧାର ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଅର୍ଜୁନ ସାମଲ