ଅର୍ଜୁନ ଗଛ
ଅର୍ଜୁନ ଏକ ଦୃମ ଜାତୀୟ ଉଦ୍ଭିଦ। ଏହାର ଗଣ୍ଡି ଦେଖିବାକୁ ପିଜୁଳି ଗଛର ଗଣ୍ଡି ପରି କିନ୍ତୁ ଅଧିକ ମୋଟା। ପତ୍ର ଗୁଡ଼ିକ ମଧ୍ୟ ପିଜୁଳି ଗଛର ପତ୍ରାକୃତିର ହୋଇଥାଏ କିନ୍ତୁ ଆକାରରେ ବଡ଼ ହୋଇଥାଏ । ଏହା ଭାରତରେ ସର୍ବତ୍ର ଦେଖିବାକୁ ମିଳେ । ମାର୍ଚ୍ଚରୁ ଜୁନ ମଧ୍ୟରେ ଫୁଲ ଫୁଟେ ଓ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଫଳ ଫଳେ ।[୧][୨]
ଅର୍ଜୁନ | |
---|---|
ଅର୍ଜୁନ ଫଳ | |
ଅର୍ଜୁନ ବୃକ୍ଷର ଫୁଲ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ବିଭାଗ: | Magnoliophyta |
ବର୍ଗ: | Magnoliopsida |
ଗଣ: | Myrtales |
କୁଳ: | Combretaceae |
ପ୍ରଜାତି: | Terminalia |
ଜାତି: | T. arjuna |
ବାଇନୋମିଆଲ ନାମ | |
Terminalia arjuna (Roxb.) Wight & Arn.
|
ବିବିଧ ଭାରତୀୟ ପ୍ରାଦେଶିକ ନାମ
ସମ୍ପାଦନାପ୍ରାଦେଶିକ ଭାଷା | ନାମ |
---|---|
ସଂସ୍କୃତ | କୁଭ, ଧବଳ, ଅର୍ଜ୍ଜୁନ |
ହିନ୍ଦୀ | କୌହ |
ତେଲୁଗୁ | ମିରିଚମାଟି |
ବଙ୍ଗଳା | ଆରଜୁନ |
ଶାସ୍ତ୍ରୋକ୍ତ ଗୁଣ
ସମ୍ପାଦନାକଷାୟରସ, ଉଷ୍ଣବୀର୍ଯ୍ୟ, ଗୁରୁପାକ, ବଳକାରକ । ମାତ୍ରା ଦୁଇଅଣାରୁ ଆଠ ଅଣା ପର୍ଯ୍ୟନ୍ତ ।
ବ୍ୟବହାର
ସମ୍ପାଦନାମୁଖ୍ୟତ୍ୟ ଏହାର ଛେଲି ଔଷଧୀୟ କାମରେ ଲାଗେ । ଏହା ହୃଦୟ ରୋଗର ଏକ ପ୍ରମୁଖ ଔଷଧ। ଏହାଛଡା, କଫ, ପିତ୍ତ, ଶୋଥ, କ୍ଷତ, ବସ୍ତିରୋଗ, ପ୍ରମେହ, ଉପଦଂଶ, ରକ୍ତପିତ୍ତ, ରକ୍ତଦୋଷ ଓ ବ୍ରଣାଦିର ନିବାରକ । ଏହାର ଛେଲିର କ୍ୱାଥକୁ ଚିନି ସହିତ ସେବନ କଲେ ବିଷଦୋଷ ନିବାରିତ ହୁଏ । ଏହି କ୍ୱାଥ ସହିତ ମିଶ୍ରିଗୁଣ୍ଡା ମିଶାଇ ସେବନ କଲେ ରକ୍ତପିତ୍ତ ନିବାରିତ ହୁଏ। ଏହାର ଛେଲିର ଚୂର୍ଣ୍ଣକୁ ପ୍ରମେହ, ବହୁମୂତ୍ର ଆଦିରେ ବ୍ୟବହାର କରାଯାଏ। ଲୋଧ ସହିତ ଏହାର ଫୁଲ ବା ପତ୍ରକୁ ବାଟି ଲଗାଇଲେ ଚମ ଉକୁଣୀ ନାଶ ହୁଅନ୍ତି । ଏହାର କ୍ୱାଥ ବା କଳ୍କ ସହିତ ଚିନି ମିଶାଇ ପ୍ରତ୍ୟହ ସେବନ କଲେ ହୃଦ୍ ରୋଗ, ରକ୍ତପିତ୍ତ ଓ ପ୍ରମେହ ଆଦି ଦୂର ହୁଏ । କ୍ଷୟ କାସ, ରାଜଯକ୍ଷ୍ମା ଆଦିରେ ଏହାର ଛେଲିଚୂର୍ଣ୍ଣକୁ ବାସଙ୍ଗ ପତ୍ର ରସ, ଗାଈ ଘିଅ ଓ ମହୁ ସହିତ ସେବନ କରାଯାଏ । ନୂତନ ଓ ପୁରାତନ ହୃଦୟରୋଗରେ ଅର୍ଜ୍ଜୁନ ଛେଲିକୁ ସିଝାଇ ତା ସହିତ ଗାଈଦୁଧ ଓ ପାଣି ମିଶାଇ ସେବନ କଲେ ଉପକାର ହୁଏ । ଏହାର ପତ୍ରରେ ଗାଈଘିଅ ଲଗାଇ ଯେ କୌଣସି ଘାଆ ଉପରେ ଲଗାଇଲେ, ତାହା ଶୁଖିଯାଏ । ଅର୍ଜୁନ ଗଛର ମୂଳର ଛେଲିକୁ ଦୁଧରେ ସିଝାଇ ସେହି ଦୁଧକୁ ପାନ କଲେ କ୍ଷୟକାସ ନିବାରିତ ହୁଏ ।
ଆଉରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Biswas, Moulisha; Biswas, Kaushik; Karan, Tarun K; Bhattacharya, Sanjib; Ghosh, Ashoke K; Haldar, Pallab K (2011). "Evaluation of analgesic and anti-inflammatory activities of Terminalia arjuna leaf". Journal of Phytology. 3 (1): 33–8. Archived from the original on 2012-04-02. Retrieved 2015-04-15.
- ↑ "Arjun Tree". Eco India.
ଅଧିକ ତଥ୍ୟ
ସମ୍ପାଦନା- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ