ଅମିତ ସୈଗଲ
ଅମିତ ସୈଗଲ ( ୬ ଜୁଲାଇ ୧୯୬୫ – ୫ ଜାନୁଆରୀ ୨୦୧୨) ଜଣେ ଭାରତୀୟ ରକ ସଙ୍ଗୀତଜ୍ଞ, ଭାରତରେ ରକ ସଙ୍ଗୀତର ପ୍ରବର୍ତ୍ତକ ଓ ପ୍ରକାଶକ ଥିଲେ । ସେ ରକ ସଙ୍ଗୀତର ପତ୍ରିକା ରକ ଷ୍ଟ୍ରିଟ ଜର୍ନାଲର ପ୍ରତିଷ୍ଠାତା ଥିଲେ ଓ ଭାରତରେ ରକ ସଙ୍ଗୀତର ପ୍ରବର୍ତ୍ତକ ଥିଲେ । ଭାରତର ରକ ସଙ୍ଗୀତଜ୍ଞମାନେ, ଅମିତଙ୍କୁ "ପାପା ରକ" ବା ରକ ସଙ୍ଗୀତର ପିତା ବୋଲି ସମ୍ବନ୍ଧିତ କରନ୍ତି ।[୧][୫]
ଅମିତ ସୈଗଲ | |
---|---|
ଜନ୍ମ |
| ୬ ଜୁଲାଇ ୧୯୬୫
ମୃତ୍ୟୁ | ୫ ଜାନୁଆରୀ ୨୦୧୨[୨] ଗୋଆ, ଭାରତ | (ବୟସ ୪୬)
ବୃତ୍ତି | ରକ ସଙ୍ଗୀତଜ୍ଞ ଏବଂ ଭାରତରେ ରକ ସଙ୍ଗୀତର ପ୍ରଚଳକIndia[୨] |
ସକ୍ରିୟ ବର୍ଷ | ୧୯୯୩ରୁ ୨୦୧୨[୨] |
ଏଣ୍ଟରଟେନମେଣ୍ଟ ମିଡ଼ିଅ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼ | |
ପ୍ରସିଦ୍ଧି | ସଙ୍ଗୀତ ପତ୍ରିକା ରକ ଷ୍ଟ୍ରିଟ ଜର୍ନାଲର ପ୍ରଚଳକ[୨] |
ଉଲ୍ଲେଖନୀୟ କୃତି | ରକ ଷ୍ଟ୍ରିଟ ଜର୍ନାଲ |
ବୈବାହିକ-ସାଥୀ | ସିନା[୩] |
ସନ୍ତାନ | ଅଦିତୀ "ଡଟ." ସୈଗଲ[୪] |
ୱେବସାଇଟ | ଆରଏସଜେଅନଲାଇନ ଡଟ କମ |
କର୍ମ ଜୀବନ
ସମ୍ପାଦନାଅମିତ ପ୍ରତିଷ୍ଠା କରିଥିବା ରକ ଷ୍ଟ୍ରିଟ ଜର୍ନାଲ ରକ ସଙ୍ଗୀତକୁ ସମର୍ପିତ ପ୍ରଥମ ପତ୍ରିକା ଥିଲା । ସେ ଏହି ପତ୍ରିକା ୧୯୯୩ ମସିହାରେ ଆରମ୍ଭ କରିଥିଲେ । ଏହି ପତ୍ରିକାର ୨୫୦୦ଟି ଖଣ୍ଡ ଅମିତଙ୍କ ନିଜ ସହର ଆଲାହାବାଦରୁ ପ୍ରକାଶିତ ହୋଇଥିଲା ।[୫]
ସୈଗଲ ନିଜ ପତ୍ରିକା ମାଧ୍ୟମରେ ରକ ସଙ୍ଗୀତର ସମାରୋହକୁ ପ୍ରଚାର କରୁଥିଲେ । ଗ୍ରେଟ ଇଣ୍ଡିଆ ରକ ଫେଷ୍ଟିଭାଲ ଏହିପରି ଏକ ସଙ୍ଗୀତ ସମାରୋହ ଥିଲା । ସୈଗଲଙ୍କ ଉଦ୍ୟମରେ ଭାରତର ବିଭିନ୍ନ କ୍ଲବ ଆଦିରେ ରକ ସଙ୍ଗୀତର ପ୍ରବେଶ ଘଟିଥିଲା ।
ସୈଗଲ ୨୫ ବର୍ଷ ଧରି ରକ ସଙ୍ଗୀତ ଓ ସଙ୍ଗୀତର ବ୍ୟବସାୟରେ ଲିପ୍ତ ଥିଲେ । ତାଙ୍କଦ୍ୱାରା ପ୍ରଭାବିତ ହୋଇ ଭାରତରେ ବହୁ ଯୁବ ପ୍ରତିଭା ରକ ସଙ୍ଗୀତକୁ ଆବୋରୀ ଥିଲେ ।
ସୈଗଲ, ଇମ୍ପାକ୍ଟ ନାମକ ଏକ ରକ ବ୍ୟାଣ୍ଡର ଅଂଶ ଥିଲେ । ଏହି ବ୍ୟାଣ୍ଡ କ୍ଲାସିକ ରକ ସଙ୍ଗୀତ ପରିବେଷଣ କରୁଥିଲ ।[୨]
ମୃତ୍ୟୁ
ସମ୍ପାଦନା୨୦୧୨ ମସିହା ଜାନୁଆରୀ ମାସ ୫ ତାରିଖରେ ସୈଗଳ ନିଜ ବନ୍ଧୁମାନଙ୍କ ସହ ଗୋଆର ବୋଗ୍ମାଲୋଠାରେ ସମୁଦ୍ରରେ ଗାଧୋଉଥିବ ସମୟରେ ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଥିଲେ । ଲାଇଫଗାର୍ଡ଼ମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । [୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Amit Profile on RJS".
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Amit Saigal passed away in Goa". The Times of India. 6 January 2012. Archived from the original on 29 July 2013.
- ↑ "Amit news Daily pioneer".
- ↑ Saigal, Aditi (Aug 29, 2010). "DOT. YouTube Channel". YouTube. Google. Retrieved Aug 29, 2010.
- ↑ ୫.୦ ୫.୧ Lakhani, Somya (6 January 2012). "Father of Indian rock' Amit Saigal dies at 47". The Indian Express. Retrieved 27 August 2018.