ଅଭିମାନ (ହିନ୍ଦୀ ଚଳଚ୍ଚିତ୍ର)
ଅଭିମାନ ୧୯୭୩ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚ୍ଚିତ୍ର । ସଙ୍ଗୀତକୁ ପୃଷ୍ଠଭୂମୀରେ ରଖି ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ହୃଷିକେଶ ମୁଖାର୍ଜୀ ଏହାର ନିର୍ଦ୍ଦେଶକ ଥିଲେ । ଅମିତାଭ ବଚ୍ଚନ, ଜୟା ବଚ୍ଚନ, ବିନ୍ଦୁ ଓ ଅସରାନୀ ଆଦି ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
Abhimaan | |
---|---|
ନିର୍ଦ୍ଦେଶକ | ହୃଷିକେଶ ମୁଖାର୍ଜୀ |
ପ୍ରଯୋଜକ | ସୁଶୀଳା କାମତ ପବନ କୁମାର ଜୈନ |
ସଂଳାପ | ରାଜୀନ୍ଦର ସିଂହ ବେଦୀ ବୀରେଶ ଚାଟାର୍ଜୀ ନବେନ୍ଦୁ ଘୋଷ ହୃଷିକେଶ ମୁଖାର୍ଜୀ ମୋହନ ଏନ ସିପ୍ପି ବୀରେନ ତ୍ରିପାଠୀ |
କଳାକାର | ଅମିତାଭ ବଚ୍ଚନ ଜୟା ବଚ୍ଚନ ବିନ୍ଦୁ (ଅଭିନେତ୍ରୀ) ଅସରାନୀ |
ସଙ୍ଗୀତ | ସଚିନ ଦେବ ବର୍ମନ |
ଚିତ୍ରଗ୍ରହଣ | ଜୟନ୍ତ ପଥାରେ |
ସମ୍ପାଦକ | ଦାସ ଧାଇମାଡ଼େ |
ମୁକ୍ତିଲାଭ ତାରିଖ | 27 ଜୁଲାଇ 1973 |
କଥାଚିତ୍ରର ସମୟ | ୧୨୨ ମିନିଟ |
ଦେଶ | ଭାରତ |
ଭାଷା | ହିନ୍ଦୀ |
ମୋଟ ଆୟ | ଛାଞ୍ଚ:Estimation ୧.୭ କୋଟି (ଛାଞ୍ଚ:Estimation ୪୩.୫୨ କୋଟି ୨୦୧୯)[୧] |
କିଛି ମତ ଅନୁଯାୟୀ ଏହ୍ ଚଳଚ୍ଚିତ୍ରଟି ରବି ଶଙ୍କର ଓ ତାଙ୍କର ପ୍ରଥମ ପତ୍ନୀ ସୁରବାହାର ବାଦିକା ଅନ୍ନପୂର୍ଣ୍ଣା ଦେବୀଙ୍କ ଜୀବନ ଉପରେ ଆଧାରିତ ଥିଲା ।[୨] ଅନ୍ୟ ମତ ଅନୁଯାୟୀ ଏହା କିଶୋର କୁମାର ଓ ତାଙ୍କ ପ୍ରଥମ ପତ୍ନୀ ରୁମା ଗୁହା ଠାକୁର୍ତାଙ୍କ ଜୀବନ ଉପରେ ଆଧାରିତ ଥିଲା ।[୩] ଏହା ୧୯୫୪ରେ ମୁକ୍ତିଲାଭ କରିଥିବା ଇଂରାଜୀ ଚଳଚ୍ଚିତ୍ର ଏ ଷ୍ଟାର ଇଜ ବର୍ଣ୍ଣଦ୍ୱାରା କିଛିମାତ୍ରାରେ ଅନୁପ୍ରାଣିତ ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।[୪]
ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା । ମଜରୁହ ସୁଲତାନପୁରୀ ଏହି ଗୀତଗୁଡ଼ିକୁ ଲେଖିଥିଲେ, ସଚିନ ଦେବ ବର୍ମନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ କିଶୋର କୁମାର, ମହମ୍ମଦ ରଫି, ମନହର ଉଧାସ ଓ ଲତା ମଙ୍ଗେସକର କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରଟି ବହୁତ ବ୍ୟବସାୟିକ ସଫଳତା ହାସଲ କରିଥିଲା । [୫] ଜୟା ବଚ୍ଚନଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । [୬]
ସାରାଂଶ
ସମ୍ପାଦନାସୁବୀର ମୁମ୍ବାଇରେ ରହୁଥିବା ଜଣେ ସଫଳ କଣ୍ଠଶିଳ୍ପୀ । ସେ ଉମା ନାମକ ଜଣେ ପ୍ରତିଭାସମ୍ପର୍ଣ୍ଣ ଗ୍ରାମୀଣ ଝିଅକୁ ଭଲପାଇ ବାହାହୁଅନ୍ତି । ବିବାହ ପରେ ସେ ପତ୍ନୀଙ୍କୁ ନେଇ ମୁମ୍ବାଇ ଆସନ୍ତି । ମୁମ୍ବାଇ ଆସି ସୁବୀର ଉମାଙ୍କ ସଙ୍ଗୀତ କ୍ୟାରିୟର ନିର୍ମାଣ ଦିଗରେ କାର୍ଯ୍ୟ କରନ୍ତି । କ୍ରମେ ଉମାଙ୍କ କ୍ୟାରିୟରରେ ଉନ୍ନତି ସହିତ, ସୁବୀରଙ୍କ କ୍ୟାରିୟରର ଅବନତି ଦେଖାଦିଏ । ଉମା ନିଜ ପତି ସୁବୀରଙ୍କଠାରୁ ବେଶୀ ସଫଳ ହୁଅନ୍ତି । ସୁବୀର ପତ୍ନୀଙ୍କ ଉତ୍ଥାନରେ ଇର୍ଷାନ୍ୱୀତ ହୋଇପଡ଼ନ୍ତି । ଏହାଦ୍ୱାରା ସେମନଙ୍କ ବୈବାହିକ ଜୀବନରେ ଫାଟ ପଡ଼େ ଓ ସେମାନେ ପରସ୍ପରଠାରୁ ଅଲଗା ରୁହନ୍ତି । ଏ ମଧ୍ୟରେ ଗର୍ଭବତୀ ଉମାଙ୍କର ଗର୍ଭପାତ ହୁଏ । ଏଥିପାଇଁ ଉମାଙ୍କୁ ସୁବୀରଙ୍କ ମାଉସୀଙ୍କଠାରୁ ଅନେକ ନିନ୍ଦା ଓ ଭର୍ସନା ସହିବାକୁ ପଡ଼େ । ଏ ଘଟଣା ପରେ ସୁବୀର ଓ ଉମା ଧିରେ ଧିରେ ନିଜର ଭୁଲ ବୁଝିପାରି ପୁଣି ଏକାଠି ହୁଅନ୍ତି ଓ ଏକାସାଙ୍ଗରେ ଗୀତ ଗାଇବା ଆରମ୍ଭ କରନ୍ତି ।
ଅଭିନୟରେ
ସମ୍ପାଦନା- ଅମିତାଭ ବଚ୍ଚନ - ସୁବୀର କୁମାର
- ଜୟା ବଚ୍ଚନ - ଉମା
- ବିନ୍ଦୁ - ଚିତ୍ରା
- ଅସରାନୀ - ଚନ୍ଦର କ୍ରିପାଳିନୀ
- ଡେଭିଡ଼ ଆବ୍ରାହମ ଚେଉଳକର - ବ୍ରଜେଶ୍ୱରଲାଲ
- ଦୁର୍ଗା ଖୋଟେ - ଦୁର୍ଗା
- ଏ. କେ. ହଙ୍ଗଲ - ସଦାନନ୍ଦ
- ଲଳିତା କୁମାରୀ - ରାଧା
ବୈଷୟିକ ବିଭାଗରେ
ସମ୍ପାଦନା- ନିର୍ଦ୍ଦେଶକ - ହୃଷିକେଶ ମୁଖାର୍ଜୀ
- କାହାଣୀ - ହୃଷିକେଶ ମୁଖାର୍ଜୀ
- ଚିତ୍ରନାଟ୍ୟ - ନବେନ୍ଦୁ ଘୋଷ, ବୀରେଶ ଚାଟାର୍ଜୀ, ମୋହିନୀ ଏନ ସିପ୍ପୀ
- ସଂଳାପ - ରାଜିନ୍ଦର ସିଂହ ବେଦୀ
- ପ୍ରଯୋଜନା - ସୁଶୀଳା କାମତ, ପବନ କୁମାର ଜୈନ
- କ୍ୟାମେରା - ଜୟୱନ୍ତ ପଠାରେ
- କଳା ନିର୍ଦ୍ଦେଶକ - ଅଜିତ ବାନାର୍ଜୀ
- ପୋଷାକ - ଶାଳିନୀ ସାହା, ରାମଲାଲ ମାହେଶ୍ୱରୀ
- ସଙ୍ଗୀତ ନିର୍ଦ୍ଦେଶନା - ସଚିନ ଦେବ ବର୍ମନ
- କଣ୍ଠଶିଳ୍ପୀ - କିଶୋର କୁମାର, ମହମ୍ମଦ ରଫି, ମନହର ଉଧାସ ଓ ଲତା ମଙ୍ଗେସକର
ଆଧାର
ସମ୍ପାଦନା- ↑ "Boxofficeindia.com". Box Office India. Archived from the original on 20 October 2013. Retrieved 2012-06-15.
- ↑ Surti, Aalif (May 2000). "Annapurna Devi: The Tragedy And Triumph of Ravi Shankar's First Wife". Man's World. Retrieved 22 April 2017.
- ↑ Bharatan, Raju (12 September 2000). "A cineaste in the mainstream cinema". Rediff. Retrieved 16 August 2009.
- ↑ Rachel Dwyer (25 July 2019). 100 Bollywood Films. Bloomsbury Publishing. p. 20. ISBN 978-1-83871-396-6.
- ↑ "Amitabh Movies Verdict (1969–1984) By Trade Guide(Prakash Pange)". 3 December 2011.
- ↑ Nihalani, Govind; Chatterjee, Saibal; Guzar (2003). Encyclopaedia of Hindi Cinema: historical record, the business and its future, narrative forms, analysis of the medium, milestones, biographies. Popular Prakashan. ISBN 81-7991-066-0.
She won her first Filmfare Award for Best Actress in 1973 for her performance in the marital drama Abhimaan.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅଭିମାନ