ସଚିନ ଦେବ ବର୍ମନ

ଭାରତୀୟ ଗାୟକ ଓ ସଂଗୀତକାର

ସଚିନ ଦେବ ବର୍ମନ (୧ ଅକ୍ଟୋବର ୧୯୦୬ – ୩୧ ଅକ୍ଟୋବର ୧୯୭୫) ଜଣେ ଭାରତୀୟ ସଙ୍ଗୀତ ନିର୍ଦ୍ଦଶକ ଓ ଗାୟକ ଥିଲେ । ସେ ତ୍ରିପୁରା ରାଜ ପରିବାରର ସଦସ୍ୟ ଥିଲେ ଓ ବଙ୍ଗଳା ଭାଷାରେ ୧୯୩୭ରେ ଚଳଚ୍ଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ହିନ୍ଦୀ ଓ ବଙ୍ଗଳା ଭାଷାରେ ପ୍ରାୟ ୧୦୦ଟି ଚଳଚ୍ଚିତ୍ରରେ ସୁର ସଙ୍ଗୀତ ଦେଇଥିଲେ ।[୧] ସଙ୍ଗୀତକାର ବ୍ୟତୀତ ସେ ସେମି-କ୍ଲାସିକାଲ ଓ ବଙ୍ଗଳା ଲୋକ ସଙ୍ଗୀତରେ ଗାଇଥିଲେ । ତାଙ୍କର ପୁତ୍ର ଏସ ଡି ବର୍ମନ ମଧ୍ୟ ବଲିଉଡର ଜଣେ ସ୍ୱନାମଧନ୍ୟ ସଙ୍ଗୀତକାର ଥିଲେ ।

S. D. Burman
Burman on a 2007 stamp of India, commemorating his 101st birth anniversary
Background information
ଜନ୍ମ(1906-10-01)୧ ଅକ୍ଟୋବର ୧୯୦୬
Cumilla, Bengal Presidency, British India, (present-day Bangladesh)
ମୃତ୍ୟୁ୩୧ ଅକ୍ଟୋବର ୧୯୭୫(1975-10-31) (ବୟସ ୬୯)
Bombay, Maharashtra, India (present-day Mumbai)
ଶୈଳୀ
ପେଷା
  • Music director
  • Folk artist
  • Singer
  • Composer
  • Musician
ବାଦ୍ୟଯନ୍ତ୍ର
କାର୍ଯ୍ୟକାଳ1932–1975

ବର୍ମନଙ୍କ ସଙ୍ଗୀତ ସେତେବେଳର ମୂଖ୍ୟ ଗାୟକମାନେ ଯେପରିକି କିଶୋର କୁମାର, ଲତା ମଙ୍ଗେସକର, ମହମ୍ମଦ ରଫି, ଗୀତା ଦତ୍ତ, ମାନ୍ନା ଦେ, ହେମନ୍ତ କୁମାର, ଆଶା ଭୋନସଲେ, ସମସାଦ ବେଗମ, ମୁକେଶ ଓ ତଲତ ମହମ୍ମଦ ଇତ୍ୟାଦି ଗାଇଥିଲେ । ପ୍ରଚ୍ଛଦପଟ ଗାୟକ ଭାବରେ ସେ ୧୪ଟି ହିନ୍ଦୀ ଓ ୧୩ଟି ବଙ୍ଗଳା ଚଳଚ୍ଚିତ୍ରରେ ଗାଇଥିଲେ ।[୨]

ପୃଷ୍ଠଭୂମି ସମ୍ପାଦନା

 
କୋମିଲାରେ ଥିବା ସଚିନଙ୍କର ପରିତ୍ୟକ୍ତ ଗୃହ

ବେଙ୍ଗଲ ପ୍ରେସିଡେନ୍ସିର (ଆଜିକାଲିର ବଙ୍ଗଲାଦେଶ) କୋମିଲା ସ୍ଥାନରେ ୧ ଅକ୍ଟୋବର ୧୯୦୬ ମସିହାରେ ରାଜକୁମାରୀ ନିର୍ମଳା ଦେବୀ,[୩] ଯିଏ ମଣିପୁର ରାଜ୍ୟର ରାଜକୁମାରୀ ଓ ତ୍ରିପୁରାର ମହାମାନ୍ୟବର ରାଜକୁମାର ନବଦ୍ୱୀପଚନ୍ଦ୍ର ଦେବ ବର୍ମନଙ୍କ ଔରସରୁ ସଚିନ ଜନ୍ମ ଗ୍ରହଣ କରିଥିଲେ । ପିତାମାତାଙ୍କ ୫ ପୁତ୍ରଙ୍କ ମଧ୍ୟରୁ ସବୁଠାରୁ ସାନ ଥିଲେ ଓ ତାଙ୍କର ମୋଟ ୯ଟି ପିଲା ଥିଲେ । ସଚିନଙ୍କର ବୟସ ୨ ବର୍ଷ ମାତ୍ର ହୋଇଥିଲା ବେଳେ ତାଙ୍କ ମାତା ମୃତ୍ୟୁ ବରଣ କରିଥିଲେ ।[୪]

ଶିକ୍ଷା ସମ୍ପାଦନା

ଅଗାରତାଲା, ତ୍ରିପୁରାର କୁମାର ବୋର୍ଡ଼ିଙ୍ଗ ସ୍କୁଲରେ ସଚିନ ପ୍ରଥମ ଶିକ୍ଷା ଲାଭ କରିଥିଲେ । ଏହି ସ୍କୁଲଟି ଇଂଲଣ୍ଡର ହାରୋ ସ୍କୁଲ ଓ ଇଟନ ସ୍କୁଲ ଭଳି ଥିଲା ଯେଉଁଥିରେ ରାଜ ପରିବାର ଓ ଅତି ଧନୀ ପରିବାରର ଚାରି ପୁଅ ପାଠ ପଢ଼ୁଥିଲେ । ତାଙ୍କ ପିତା ଥରେ ଲକ୍ଷ କଲେ ଶିକ୍ଷକମାନେ ଧନୀ ପିଲାଙ୍କୁ ଶିକ୍ଷା ଦେବା ପରିବର୍ତ୍ତେ ସନ୍ତୁଷ୍ଟ କରିବାରେ ରୁଚି ରଖୁଥିଲେ । ଏଣୁ ବର୍ମନଙ୍କ ପିତା ସେହି ସ୍କୁଲରୁ ନେଇ କୋମିଲାର ୟୁସୁଫ ସ୍କୁଲରେ ନାମ ଲେଖାଇଥିଲେ ଓ ପରବର୍ତ୍ତୀ ସମୟରେ କୋମିଲା ଜିଲ୍ଲା ସ୍କୁଲରେ ପଞ୍ଚମ ଶ୍ରେଣୀରେ ଆଡମିଶନ କରେଇଥିଲେ । ଚଉଦ ବର୍ଷ ବୟସରେ ସେ ୧୯୨୦ ମସିହାର ମାଟ୍ରିକୁଲେସନ ପାସ କରିଥିଲେ । ତା'ପରେ ସେ କୋମିଲାର ଭିକ୍ଟିରିଆ କଲେଜରେ ୧୯୨୨ ମସିହାର ଆଇଏ, ୧୯୨୪ ମସିହାରେ ବିଏ ପାସ କରିଥିଲେ । ଏମଏ ପଢ଼ିବାକୁ ସେ କଲିକତା ୟୁନିଭରସିଟି ଗଲେ ମଧ୍ୟ ତାକୁ ଛାଡ଼ି ସଙ୍ଗୀତ ଶିକ୍ଷାରେ ମାତିଗଲେ ଯାହା ସବୁଦିନ ପାଇଁ ରହିଗଲା ।[୫][୬] ୧୯୨୫ରୁ ୧୯୩୦ ମସିହା ପର୍ଯ୍ୟନ୍ତ ସେ ସଙ୍ଗୀତଜ୍ଞ କେ ସି ଦେଙ୍କ ପାଖରେ ସଙ୍ଗୀତ ଶିକ୍ଷା କରିଥିଲେ; ତ'ପରେ ୧୯୩୨ ମସିହାରେ ସେ ତାଙ୍କଠାରୁ ମାତ୍ର ତିନି ବର୍ଷ ବଡ଼ ଭିଷ୍ମଦେବ ଚଟ୍ଟପାଧ୍ୟାୟଙ୍କଠାରୁ ଶିକ୍ଷା ଲାଭ କରିଥିଲେ । ଏହା ପରେ ସେ ସାରଙ୍ଗି ବାଦ୍ୟ ଉସ୍ତାଦ ଖଲିଫା ବାଦଲ ଖାନ ଇ ସରୋଦ ଉସ୍ତାଦ ଆଲ୍ଲାଉଦିନ ଖାନଙ୍କଠାରୁ ଶିକ୍ଷା ଲାଭ କରିଥିଲେ । ସେ କେ ସି ଦେ, ଖଲିଫା ବାଦଲ ଖାନ ଓ ଆଲାଉଦିନ ଖାନଙ୍କୁ ଅଗାରତାଲା ନେଇଆସିଥିଲେ । ବଙ୍ଗଳାର କାଜି ନ‌ଜରୁଲ ଇସଲାମ ତାଙ୍କ ପରିବାର ସ‌ହିତ ୨୦ ଦଶକର ପ୍ରାରମ୍ଭରେ କିଛି ସମୟ କଟେଇଥିଲେ ।

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଦଶ ଫେବ୍ରୁଆରୀ ୧୯୩୮ ମସିହାରେ ବେଙ୍ଗଲି ଚଳଚ୍ଚିତ୍ର ଗୀତିକାର ଓ ସଙ୍ଗୀତକାର ମୀରା ଦାସଗୁପ୍ତଙ୍କୁ ବର୍ମନ ବିବାହ କରିଥିଲେ । ତାଙ୍କର ଏକମାତ୍ର ପୁତ୍ର ୨୭ ଜୁନ ୧୯୩୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଓ ଆର ଡି ବର୍ମନ ନାମରେ ବିଖ୍ୟାତ ଥିଲେ ।

ଆଧାର ସମ୍ପାଦନା

  1. "Sachin Dev Burman: Epitomising the East Bengali lilt". The Daily Star. 30 October 2009. Archived from the original on 4 October 2015. Retrieved 29 May 2015.
  2. "Remembering SD Burman: 10 lesser-known facts about Sachin Dev Burman". India Today. 1 October 2016. Retrieved 10 January 2019.
  3. Sarma, Ramya (2 September 2013). "The magic in the music". The Hindu. Archived from the original on 5 September 2013. Retrieved 5 October 2020.
  4. Mathur, Megha (October 2015). "Give me Lata and a Harmonium, I'll make Music: S.D. Burman". The Quint. Retrieved 10 January 2019.
  5. Tripura Genealogy at Queensland Univ Archived 21 August 2011 at the Wayback Machine.
  6. Bhattacharjee, Anirudha (2018). S.D.Burman: The Prince Musician. Chennai: Westland Publications. pp. 10–13. ISBN 9789387578180.