ଅଭିମନ୍ୟୁ ସାମନ୍ତସିଂହାର
ଅଭିମନ୍ୟୁ ସାମନ୍ତସିଂହାର (୨୩ ଫେବୃଆରୀ ୧୭୬୦[୧], ଅନ୍ୟମତ ୧୭୫୭[୨] - ୧୫ ଜୁନ ୧୮୦୬[୩]) ଯାଜପୁର ଜିଲ୍ଲାର ବାଲିଆଠାରେ ଜନ୍ମିତ ଜଣେ ରୀତିଯୁଗୀୟ ଓଡ଼ିଆ କବି ଓ ଓଡ଼ିଶୀ ସଙ୍ଗୀତକାର ଅଟନ୍ତି। ତରୁଣ ବୟସରେ ସେ ବାଘ ଗୀତ, ଚଢ଼ାଇ ଗୀତ ଆଦି ରଚନା କରି ଓଡ଼ିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି। ବିଦଗ୍ଧ ଚିନ୍ତାମଣି ତାଙ୍କ ଶ୍ରେଷ୍ଠ କୃତି। ଓଡ଼ିଆ କବି
ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ମହାପାତ୍ର | |
---|---|
ଜନ୍ମ |
| ୨୩ ଫେବୃଆରୀ ୧୭୬୦
ମୃତ୍ୟୁ | ୧୫ ଜୁନ ୧୮୦୬ | (ବୟସ ୪୬) (ରଜସଂକ୍ରାନ୍ତି)
ଜାତୀୟତା | ଭାରତୀୟ |
ବୃତ୍ତି | କବି |
ଉଲ୍ଲେଖନୀୟ କୃତି | ବିଦଗ୍ଧ ଚିନ୍ତାମଣି |
ବୈବାହିକ-ସାଥୀ | ବିମଳା ଦେବୀ |
ପିତାମାତା | ଇନ୍ଦ୍ରଜିତ ସାମନ୍ତସିଂହାର ତୁଳସୀ ଦେବୀ |
ସମ୍ପର୍କୀୟ | ନିମାଇଁ ଚରଣ ହରିଚନ୍ଦନ (ବଂଶଜ) |
ପରିବାର | ସାମନ୍ତସିଂହାର ବଂଶ |
ଜୀବନୀ
ସମ୍ପାଦନାସାମନ୍ତସିଂହାର ବଂଶ
ସମ୍ପାଦନାଅଭିମନ୍ୟୁଙ୍କ ଆଦି ଜନ୍ମସ୍ଥାନ ଜୟପୁର ଅନ୍ତର୍ଗତ ଭାବଙ୍ଗର । କେନ୍ଦ୍ରାପଡ଼ା କ୍ଷତ୍ରିୟବଂଶ ଯୋଧପୁରରୁ ଆସିଥିଲେ । ସାମନ୍ତସିଂହାର ବଂଶ ସେ ବଂଶର ଅନେକ ପରବର୍ତ୍ତୀ ବୋଲି ଅନୁମାନ କରାଯାଏ । ଏ ବଂଶ ଖୋର୍ଦ୍ଧାର ଭୋଇବଂଶୀୟ ରାଜାଙ୍କଠାରୁ ବରୁଆଂପ୍ରଗନା-ଅନ୍ତର୍ଗତ ବାଲିଆ ଜମିଦାରୀ ପ୍ରାପ୍ତ ହୋଇଥିଲେ ।[୪]
ସାମନ୍ତସିଂହାର ଉପାଧି
ସମ୍ପାଦନାସାମନ୍ତସିଂହାର ଉପାଧି କାହାଠାରୁ ପ୍ରାପ୍ତ ହୋଇଥିଲା ତାହା ନିଶ୍ଚିତରୂପେ ଜଣା ନାହିଁ । କେତେକଙ୍କ ମତେ ସେ ଅଞ୍ଚଳରେ ସେତେବେଳେ ବରପଦା ପ୍ରଭୃତି ନାମରେ ସାତ ଟପା ଥିଲା । ଏହି ସାତ ଟପାରେ ରଣସିଂହ ମହାପାତ୍ର, ଦକ୍ଷିଣରାୟ ମହାପାତ୍ର ପ୍ରଭୃତି ବିଭିନ୍ନ ରାଜୋପାଧିଧାରୀ ସାତ ସାମନ୍ତ ଥିଲେ । ଅଭିମନ୍ୟୁଙ୍କ ପୂର୍ବପୁରୁଷ ଏହି ସାମନ୍ତ ମଧ୍ୟରେ ଗଣ୍ୟ ନ ହେଉଥିଲେ ହେଁ ଏକ ସମୟରେ ସେ ବଂଶର ଜଣେ କେହି ଅପର ସାତ ସାମନ୍ତଙ୍କୁ ଗୋଟିଏ ମହା ବିପଦରୁ ବୁଦ୍ଧିବଳେ ରକ୍ଷା କରିଥିଲେ । ଏଥିରେ ସାମନ୍ତମାନେ ସନ୍ତୁଷ୍ଟ ହୋଇ 'ସାମନ୍ତସିଂହାର' ଅର୍ଥାତ୍ ସାମନ୍ତଭୂଷଣ ଉପାଧି ପ୍ରଦାନ କରିଥିଲେ । ସେହି ଉପାଧି ରାଜଦତ୍ତ ଉପାଧି ପ୍ରାୟ ସମ୍ମାନ ସହ ବଂଶପରମ୍ପରା ଚଳି ଆସୁଛି ।[୪][୫]
ଜନନୀ ତୁଳସୀ ଦେବୀ ଉଦୟପୁର(ଲାଉଖିଆ) ଗ୍ରାମର ବିଖ୍ୟାତ ପଟ୍ଟନାୟକ ବଂଶରେ ଜନ୍ମଲାଭ କରିଥିଲେ । ସପତ୍ନୀମାନଙ୍କ ମଧ୍ୟରେ ସେ ଅଧିକ ଧର୍ମପରାୟଣା ଥିଲେ ।
ବଂଶାବଳୀ
ସମ୍ପାଦନାବନ୍ଦକୀ ସାମନ୍ତସିଂହାର ମହାପାତ୍ର | |||||||||||||||||||||||||||
ଖୋସାଲି ସାମନ୍ତସିଂହାର | |||||||||||||||||||||||||||
ଇନ୍ଦ୍ରଜିତ ସାମନ୍ତସିଂହାର | |||||||||||||||||||||||||||
ଅଭିମନ୍ୟୁ ସାମନ୍ତସିଂହାର ମହାପାତ୍ର | ସୁରଥ ଛୋଟରାୟ | ||||||||||||||||||||||||||
କବିଙ୍କର ଜନ୍ମ ୧୭୬୦ ମସିହା ଫେବୃଆରୀ ୨୩ତାରିଖ ଦିନ ଯାଜପୁର ଜିଲ୍ଲାର ବାଲିଆଠାରେ ହୋଇଥିଲା ।[୬]ବାଲିଆ ଗ୍ରାମ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରିଠାରୁ ଅନତିଦୁରରେ ଅବସ୍ଥିତ। ତାଙ୍କର ପିତା ଥିଲେ ଜଣେ ଅପୁତ୍ରିକ ଜମିଦାର ଇନ୍ଦ୍ରଜିତ ସାମନ୍ତ ସିଂହାର । ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ନାମରେ ଜଣେ ପଣ୍ଡିତଙ୍କ ଦେବପୂଜା ହେତୁ ଅଭିମନ୍ୟୁ ଜନ୍ମ ହେବାର ପ୍ରବାଦ ରହିଛି ।[୭] ସେ ହି ଅଭିମନ୍ୟୁଙ୍କ ଗୁରୁ ଥିଲେ । ମାତ୍ର ୯ ବର୍ଷ ବୟସରେ ସେ ପ୍ରଥମ ପଦ୍ୟ ରଚନା କରିଥିଲେ।
କରମଙ୍ଗା ଗଛ ଛାଇ ଗୋ,
ମୋର ହୁଁ ଗୋ ।
କରମ ଯାହାର ସଫଳ ହୋଇବ,
କୃଷ୍ଣଙ୍କୁ ଲଭିବ ସେହି ଗୋ,
ମୋର ହୁଁ ଗୋ ।
— ଅଭିମନ୍ୟୁ ସାମନ୍ତସିଂହାର
ସାହିତ୍ୟ କୃତି
ସମ୍ପାଦନା- ବିଦଗ୍ଧ ଚିନ୍ତାମଣି
- ପ୍ରେମ କଳା
- ରସବତୀ
- ସୁଲକ୍ଷଣା
- ପ୍ରେମ ତରଙ୍ଗିଣୀ
- ବାଘ ଗୀତ
- ଚଢ଼େଇ ଗୀତ
- ବୋଲେ ହୁଁ
- ପ୍ରେମ (ପ୍ରୀତି) ଚିନ୍ତାମଣି
ବିଦଗ୍ଧ ଚିନ୍ତାମଣି ତାଙ୍କ ରଚିତ ଓଡ଼ିଆ ସାହିତ୍ୟର ଏକ ମୁଲ୍ୟବାନ ଗ୍ରନ୍ଥ । କେତେଗୋଟି ଜନପ୍ରିୟ ଛାନ୍ଦର ବିଶିଷ୍ଟ ରାଗ ନାମ ଏହି ଗ୍ରନ୍ଥରେ ଦେଖିବାକୁ ମିଳେ, ଯଥା- ଗଡ଼ମାଳିଆ, ଫୁଲତୋଳା ଇତ୍ୟାଦି । ଏଭଳି ନାମଗୁଡ଼ିକୁ କବିଙ୍କ ଶ୍ରଦ୍ଧା ନାମ କୁହାଯାଇପାରେ । ଏହି ଗ୍ରନ୍ଥରୁ ତାଙ୍କ ଜନ୍ମ ବିଷୟରେ ମଧ୍ୟ ଜାଣିହୁଏ ।
ଇନ୍ଦ୍ରଜିତ ଏ ଛାନ୍ଦ ଭଣାଇ
ରାଧା ଧ୍ୟାନ କରି— ବାଘ ଗୀତ
ବାଲିଆ ବୋଲି ଯେ ଏକ ନଗର
ତହିଁ ନୃପତି ସାମନ୍ତ ସିଂହାର— ବାଘ ଗୀତ
ତାଙ୍କ ପିତା ଇନ୍ଦ୍ରଜିତ ସାମନ୍ତ ସିଂହାରଙ୍କ ସମ୍ପର୍କରେ ବି ଏଥିରେ ବର୍ଣ୍ଣିତ । ସେ ଯେ ସେଠାକାର ରାଜା ଥିଲେ ଓ ତାଙ୍କ ଲେଖାପାଇଁ ଉତ୍ସାହିତ କରିଥିଲେ ତାହା ଏଥିରେ ବର୍ଣ୍ଣିତ ।
ଆଧାର
ସମ୍ପାଦନା- ↑ "ABHIMNYU SAMANTA SINGHARA". orissadiary. Archived from the original on 4 October 2016. Retrieved 23 September 2016.
- ↑ ଓଡ଼ିଆ ଗୀତିକାବ୍ୟ ସଙ୍କଳନ, ସଂକଳନ ଓ ସମ୍ପାଦନା : ଜାନକୀ ବଲ୍ଲଭ ମହାନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୭୭ ।
- ↑ "ଯାଜପୁର ସଂସ୍କୃତି ବିକାଶ ପରିଷଦ". Archived from the original on 3 May 2014. Retrieved 3 May 2014.
- ↑ ୪.୦ ୪.୧ ମୃତ୍ୟୁଞ୍ଜୟ ରଥ - ଅଭିମନ୍ୟୁ ସାମନ୍ତସିଂହାର ଜୀବନଚରିତ । ଉତ୍କଳ ସାହିତ୍ୟ, ୧୮ଶ ଭାଗ ।
- ↑ ଆର୍ତ୍ତବଲ୍ଲଭ ମହାନ୍ତି - ବିଦଗ୍ଧ ଚିନ୍ତାମଣି । ବିଶୁ୍ଦ୍ଧ ସଂସ୍କରଣ । ଅଭିମନ୍ୟୁଙ୍କ ଜୀବନଚରିତ, ମୁଖବନ୍ଧ ପୃଷ୍ଠା (୲୶) । ୧୯୨୫, ବି ଏସ୍ ଦାସଙ୍କଦ୍ୱାରା ମୁକୁର ପ୍ରେସ, କଟକରେ ମୁଦ୍ରିତ ।
- ↑ "EMINENT LITERARY LUMINARIES OF ORISSA" (PDF). ORISSA REFERENCE ANNUAL - 2004: ୨୯୧. 2004. Retrieved 6 February 2014.
- ↑ Encyclopaedia Of Indian Literature (Volume One (A To Devo), Volume 1
- ↑ leaf etchings of Orissa, Durga Prasad Patnaik
ବାହାର ଆଧାର
ସମ୍ପାଦନା- ଓଡ଼ିଆ ସାହିତ୍ୟର ଇତିହାସ, ମାୟାଧର ମାନସିଂହ, ପ୍ରକାଶକ: ଗ୍ରନ୍ଥ ମନ୍ଦିର
- ପ୍ରାଚୀନ ଓଡ଼ିଆ କବିତା ସମ୍ଭାର, ସମ୍ପାଦନା: ଯତୀନ୍ଦ୍ର ମୋହନ ମହାନ୍ତି, ପ୍ରକାଶକ: ସୁବର୍ଣ୍ଣରେଖା, ଭୁବନେଶ୍ୱର