ଅବୋଲକରା ଏକ କାଳ୍ପନିକ ଚରିତ୍ର ଯାହା ଓଡ଼ିଆ ସାହିତ୍ୟରେ କାହାଣୀ, କବିତା, ନାଟକ ଆଦିରେ ବ୍ୟବହାର କରାଯାଇଛି ।[୧] ଆକ୍ଷରିକ ଭାବରେ ବୋଲ ମାନୁନଥିବା (ଅବଜ୍ଞାକାରୀ) ଲୋକକୁ ଅବୋଲକରା କୁହାଯାଇଥାଏ ।

Abolakara
ଅବୋଲକରା
ଲେଖକ ଅଭୟ ଚରଣ ମହାନ୍ତି
ସବିଶେଷ
ଳିଙ୍ଗପୁରୁଷ
ଜୀବିକାସେବାକାରି
ଉପାଧିରସିକ ଶେଖର ଚୁଡ଼ାମଣି
ଜାତୀୟତାଭାରତୀୟ
ଆଞ୍ଚଳିକତା ଓଡ଼ିଆ

କାହାଣୀର ପ୍ରଚ୍ଛଦପଟ ସମ୍ପାଦନା

ଅବୋଲକରା ଜଣେ ପଣ୍ଡିତଙ୍କର ସେବାକାରୀ । ପଣ୍ଡିତଙ୍କ ସାଙ୍ଗରେ ସେ ଅନେକ ସ୍ଥାନ ଯାଇଥାଏ ଓ ତାହାଙ୍କର ସେବା କରିଥାଏ । ଦିନରେ ସେମାନେ ଚାଲନ୍ତି ଓ ସଞ୍ଜ ହେଲେ ପଣ୍ଡିତ (ସାଆନ୍ତ) ଅବୋଲକରକୁ କହନ୍ତି:

"ପକା କମଳ ପୋତ ଛତା, ଶୁଣ ଅବୋଲକରା କହୁଛି କଥା ॥'"

ତାହାପରେ ଅବୋଲକରା କମଳ ପାରିଦେଇଥାଏ । ତାହା ଉପରେ ସାଆନ୍ତ ବସି ଅବୋଲକରକୁ କାହାଣୀ ସୁନାନ୍ତି । ଏହି କଥନିକାକୁ ନେଇ "ଅବୋଲକରା କାହାଣୀ" ଗଢ଼ିଉଠିଛି ।

ସାହିତ୍ୟ ସମ୍ପାଦନା

ଓଡ଼ିଆ ସାହିତ୍ୟରେ "ଅବୋଲକରା କାହାଣୀ" ନାମରେ କାହାଣୀ "ଅବୋଲକରା ଉବାଚ" ନାମରେ ନାଟକ[୨] ଆଦି ରଚିତ ହୋଇଛି ।

ନମୁନା ଲେଖା ସମ୍ପାଦନା

ଦକ୍ଷିଣ ଦେଶରେ ସିନ୍ଧୁ ନାମକ ଏକ ରାଜ୍ୟ ଥିଲା । ସେଠାରେ ବୀରବାହୁ ବୋଲି ଜଣେ ରାଜା ଥିଲେ । ତାଙ୍କର ଦୁଇଟି ରାଣୀ ଥାନ୍ତି । ବଡ଼ରାଣୀର ନାମ ପ୍ରେମଶିଳା, ସାନ ରାଣୀର ନାମ କନକମଞ୍ଜରୀ । ତାଠାରେ ରାଜା ବଡ଼ ସ୍ନେହ କରୁଥାନ୍ତି । ବଡ଼ ରାଣୀଟିକୁ ଦେଖି ପାରନ୍ତି ନାହିଁ । କେତେ ଦିନ ଗଲାପରେ ଦୈବଯୋଗେ ବଡ଼ ରାଣୀର ଗୋଟେ ପୁଅ ଜନ୍ମ ହେଲା । ବଡ଼ ରାଣୀର ପୁଅ ହେବ ଦେଖି ସାନରାଣୀ ମନେ ମନେ ଚିନ୍ତାକରି ବିଚାରିଲା, ତାର ତ ପୁଅ ହେଲାଣି ସେ ରାଜ୍ୟ ପାଇବ, ଭଲ ମନ୍ଦ ହେଲେ ରାଜା ମୋତେ ନିଶ୍ଚେଁ ରାଜ୍ୟରୁ ତଡ଼ିଦେବେ । ମୁଁ ଏବେ କି ଉପାୟ କରିବି ?

[୩][୪]

ବହି ସମ୍ପାଦନା

  • କ୍ଷୁଦ୍ରଗଳ୍ପ
  • ମହାନ୍ତି, ଅଭୟ ଚରଣ. ଅବୋଲକରା କାହାଣୀ : ପ୍ରଥମ ଭାଗ Archived 2012-04-25 at the Wayback Machine.. ଧର୍ମଗ୍ରନ୍ଥ ଷ୍ଟୋର, କଟକ. 118 p. (ଭାଗ ୧)
  • ମହାନ୍ତି, ଅଭୟ ଚରଣ. ଅବୋଲକରା କାହାଣୀ : ଦ୍ୱିତୀୟ ଭାଗ (ଭାଗ ୨)
  • ମହାନ୍ତି, ଅଭୟ ଚରଣ. Abolakara kahani : ତୃତୀୟ ଭାଗ (ଭାଗ ୩)
  • କବିତା

ଟୀକା ସମ୍ପାଦନା

  1. Das, Bijay Kumar Critical essays on post-colonial literature
  2. Respite for children after exams[permanent dead link]. The Hindu. 29 March 2010
  3. Misra, Mahesvara. "Tales of Abolakara". {{cite web}}: Missing or empty |url= (help)
  4. Katzner, KennethThe languages of the world . ISBN 978-0-415-25004-7

ଆଧାର ସମ୍ପାଦନା