ଅପରାଜିତା ଏକ ଲତା ଜାଦୀୟ ଉଦ୍ଭିଦ। ଧଳା ଓ ନୀଳ ଭେଦରେ ଫୁଟୁଥିବା ଫୁଲର ରଙ୍ଗକୁ ନେଇ ଏହା ଦୁଇପ୍ରକାରର ହେଲେବି ଔଷଧୀୟ ଗୁଣ ଦୃଷ୍ଟିରୁ କେହି କାହାଠୁ ଊଣା ନୁହେଁ । ପତ୍ରଗୁଡ଼ିକ ସଜନା ପତ୍ର ପରି, ହେଲେ ଆକାରରେ ଟିକେ ବଡ଼ । ନୀଳ ଅପରାଜିତାକୁ କେହି କେହି କୃଷ୍ଣ ଅପରାଜିତା ଓ କାନକଟା ଗଛ ବୋଲି କହିଥାନ୍ତି । ଭାରତର ବହୁଳାଂଶରେ ଏହା ଦେଖିବାକୁ ମିଳେ । ଅଧିକ ମାରାତ୍ମକ ନ ହେଲେ ବି ଏହା ଏକ ବିଷାକ୍ତ ଲତା ।

ଅପରାଜିତା
Clitoria ternatea vine
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Fabales
କୁଳ: Fabaceae
ପ୍ରଜାତି: Clitoria
ଜାତି: C. ternatea
ବାଇନୋମିଆଲ ନାମ
Clitoria ternatea
ଅପରାଜିତା ଫୁଲ

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ

ସମ୍ପାଦନା
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଅପରାଜିତା
ସଂସ୍କୃତ ବିଷ୍ଣୁକ୍ରାନ୍ତା, ହରିକ୍ରାନ୍ତା, ସହଜକ୍ରାନ୍ତା
ତେଲୁଗୁ ନୀଲଗୁଣ୍ଟୁନା, ନଲ୍ଲନେଲ, ଗୁସ୍ମିରୀ
ବଙ୍ଗଳା ବିଷ୍ଣୁକ୍ରାନ୍ତା, ଅପରାଜିତା
ହିନ୍ଦୀ ବିଷ୍ଣୁକ୍ରାନ୍ତି, ତୋୟଳ

ଶାସ୍ତ୍ରୋକ୍ତ ଗୁଣ

ସମ୍ପାଦନା
 
ଅପରାଜିତା ଫୁଲ

ଏହା କଟୁକଷାୟ ଓ ତିକ୍ତରସ, କଣ୍ଠଶୋଧକ, ଶୀତବୀର୍ଯ୍ୟ, ମେଧାଜନକ, ସ୍ମରଣଶକ୍ତି ବର୍ଧକ, ଚକ୍ଷୁର ହିତକର, ଜ୍ୱର, କାଶ, ତ୍ରିଦୋଷ, ଶୂଳ, ଆମଦୋଷ, ବ୍ରଣ,ଶୋଥ, ବିଷଦୋଷ, କୁଷ୍ଠ ଓ ରକ୍ତବୃଷ୍ଟି ଆଦି ରୋଗର ବିନାଶକ ଅଟେ ।

ବ୍ୟବହାର

ସମ୍ପାଦନା
 
ଅପରାଜିତା ଫୁଲ

ଏହାର ସର୍ବାଙ୍ଗ ଔଷଧି ରୂପେ ବ୍ୟବହାର କରାଯାଏ । ଗଳଗଣ୍ଡ, ସର୍ପବିଷ, ଶୋଥ, କାନର କ୍ଷତ, ଅନ୍ଧାରକଣା, ଯୌବନକାଳୀନ ମୁଖବ୍ରଣ ଓ ପେଟରୋଗରେ କବିରାଜମାନେ ଏହାର ଉପଯୋଗ କରିଥାନ୍ତି । ଏହାର ଚେର ସର୍ପକୁ ଦୂରରେ ରଖେ ବୋଲି ମାନ୍ୟତା ରହିଛି । ଏହା ଦେବୀ ଦୁର୍ଗାଙ୍କର ପ୍ରିୟ ପୁଷ୍ପମାନଙ୍କ ମଧ୍ୟରୁ ଅନ୍ୟତମ ।

 
ଅପରାଜିତା ଫୁଲ

ବାହାର ଆଧାର

ସମ୍ପାଦନା
  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ