ଅନନ୍ତ କୁମାର ପଣ୍ଡା
ଅନନ୍ତ କୁମାର ପଣ୍ଡା(୦୧ ନଭେମ୍ବର ୧୯୩୪-୧୫ ଫେବୃଆରୀ ୨୦୧୭), ବାଲେଶ୍ୱର ଜିଲ୍ଲାର ଭୋଗରାଇଠାରେ ଜନ୍ମିତ ଜଣେ ଭାସ୍କର୍ଯ୍ୟ ଶିଳ୍ପୀ ଥିଲେ । ଭାସ୍କର୍ଯ୍ୟ କଳା କ୍ଷେତ୍ରରେ ନିପୁଣତା ପାଇଁ, ତାଙ୍କୁ ଧର୍ମପଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୧] ଭାସ୍କର୍ଯ୍ୟ କଳା ବ୍ୟତିତ ତୈଳଚିତ୍ର, ଅଭିନୟ ଓ ଗଳ୍ପରଚନା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ବିଭବ ଥିଲା ।
ଅନନ୍ତ କୁମାର ପଣ୍ଡା | |
---|---|
ଜନ୍ମ | ଭୋଗରାଇ, ବାଲେଶ୍ୱର | ୧ ନଭେମ୍ବର ୧୯୩୪
ମୃତ୍ୟୁ | ୧୫ ଫେବୃଆରୀ ୨୦୧୭ ଭୁବନେଶ୍ୱର | (ବୟସ ୮୨)
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ |
ସନ୍ତାନ | ଉଦ୍ଦୀପନ ପଣ୍ଡା |
ଜୀବନୀ
ସମ୍ପାଦନାଅନନ୍ତ, ୧୯୩୪ ମସିହାରେ ଭୋଗରାଇଠାରେ ଜନ୍ମଗ୍ରହଣ କରିଥିଲେ । ଯୁବାବସ୍ଥାରୁ ସେ କଳା, ଅଭିନୟ ଓ ଛାତ୍ର ରାଜନୀତି ସହିତ ସଂଶ୍ଳିଷ୍ଟ ରହିଥିଲେ । ଫକୀର ମୋହନ କଲେଜରେ ପାଠ ପଢ଼ିବା ବେଳେ, ମାଣିକ ଯୋଡ଼ି ନାଟକରେ ନାରୀ ଭୂମିକାରେ ଅଭିନୟ କରି, ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଥିଲେ । ସେ ୧୯୫୯ ମସିହାରେ ଶାନ୍ତି ନିକେତନର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ କଳାରେ ଡିପ୍ଲୋମା କରିଥିଲେ । ପ୍ରଥମ ଓଡ଼ିଆ ଭାବରେ ସେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଛାତ୍ରସଂଘର କାର୍ଯ୍ୟକାରୀ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।[୨] ସେ ବାଲେଶ୍ୱର ଜିଲ୍ଲା ଛାତ୍ର ସଂଘର ସଭାପତି, ଭାରତୀୟ ଗଣତାନ୍ତ୍ରିକ ଯୁବ ଫେଡେରେସନର ସଭ୍ୟ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୭ ମସିହା ଫେବୃଆରୀ ୧୫ତାରିଖରେ ତାଙ୍କର ନିଧନ ହୋଇଥିଲା ।
କଳାକୃତି
ସମ୍ପାଦନାରାଜ୍ୟ ତଥା ରାଜ୍ୟ ବାହାରେ ବହୁସ୍ଥାନରେ ଅନନ୍ତଙ୍କ କଳାକୃତି ସ୍ଥାନ ପାଇଛି :
- ପାଟନା ରାଜଭବନ
- ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ
- ଏକାଡେମୀ ଅଫ ଫାଇନ ଆର୍ଟସ, କଲିକତା
- ଇଣ୍ଡିଆ ଟବାକୋ କମ୍ପାନୀ, ପାଟନା
- ନ୍ୟାସନାଲ ଗ୍ୟାଲେରି ଅଫ ମଡର୍ଣ୍ଣ ଆର୍ଟ, ନୂଆଦିଲ୍ଲୀ
- ଭାସ୍କର୍ଯ୍ୟ ଉଦ୍ୟାନ, ଜମ୍ମୁ କାଶ୍ମୀର
- ଅର୍ବାନ କମିଶନ, ଦିଲ୍ଲୀ
- ଓଡ଼ିଶା ବିଧାନ ସଭା
ସାହିତ୍ୟକୃତି
ସମ୍ପାଦନା- ସ୍ୱରାଜର ସ୍ୱପ୍ନ(କ୍ଷୁଦ୍ରଗଳ୍ପ ସଂକଳନ)
- ହେମର କାହାଣୀ(ଗୀତିକବିତା ସଂକଳନ)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ଲଳିତ କଳା ଏକାଡେମୀ ସମ୍ମାନ- (୧୯୬୨-୬୩)
- ଧର୍ମପଦ ପୁରସ୍କାର - ୨୦୦୨[୩]
ଆଧାର
ସମ୍ପାଦନା- ↑ http://odishalalitkalaakademi.org/Pages/awards/
- ↑ "ପରଲୋକରେ ଚିତ୍ରଶିଳ୍ପୀ ଅନନ୍ତ". ଧରିତ୍ରୀ ୧୬/୦୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. Retrieved 16 February 2017.
- ↑ ସମ୍ବାଦ ୧୬/୦୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୪ http://www.sambadepaper.com/Details.aspx?id=331416&boxid=31017401. Retrieved 16 February 2017.
{{cite news}}
: Missing or empty|title=
(help)[permanent dead link]