ଅନନ୍ତ ଅବଧୂତ ମଠ ପୁରୀ ଜିଲ୍ଲା ଅନ୍ତର୍ଗତ କୋଣାର୍କର ଏକ ପ୍ରାଚୀନ ମଠ ଅଟେ । ଏହା ମୈତ୍ରେୟ ଋଷିଙ୍କ ଆଶ୍ରମ ତଥା ଶାମ୍ବଙ୍କ ସାଧନା ପୀଠ ବୋଲି କିମ୍ବଦନ୍ତୀରୁ ଜଣାଯାଏ ।

ଅବସ୍ଥିତି ସମ୍ପାଦନା

କୋଣାର୍କ ସୂର୍ଯ୍ୟମନ୍ଦିର ପରିସରକୁ ଲାଗିରହିଛି ସର୍ବପୁରାତନ ଶ୍ରୀ ଅନନ୍ତ ଅବଧୂତ ମଠ । ଏହି ପୀଠକୁ ଲାଗି ଅଖଣ୍ଡ ଯଜ୍ଞକୁଣ୍ଡ, ତ୍ରିଲଲାଟେଶ୍ୱର ମନ୍ଦିର, ଆବଟତୀର୍ଥପାର୍ବତୀ ସାଗର ରହିଛି ।

ପାଳିତ ପର୍ବପର୍ବାଣି ସମ୍ପାଦନା

ଏହି ମଠରେ ବର୍ଷ ତମାମ ବିଭିନ୍ନ ପର୍ବପର୍ବାଣି ପାଳିତ ହୋଇଥାଏ । ଏହି ମଠରେ ପାଳିତ ହେଉଥିବା ପର୍ବଗୁଡ଼ିକ ମଧ୍ୟରୁ ଶାମ୍ବ ଦଶମୀରେ ପାଳିତ ହେଉଥିବା ସୂର୍ଯ୍ୟ ଦେବଙ୍କ ରଥଯାତ୍ରା ଅନ୍ୟତମ । ସୂର୍ଯ୍ୟଙ୍କ ଚଳନ୍ତି ପ୍ରତିମାକୁ ଶାମ୍ବ ଦଶମୀ ତିଥିର ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ଅଭିମୁଖେ ସୂର୍ଯ୍ୟରଥରେ ବାହାରି ୨୭ଦିନ ପରେ ମାଘ ସପ୍ତମୀ ଦିନ ଅବଧୂତ ମଠକୁ ବାହୁଡ଼ି ଆସନ୍ତି । ଅନନ୍ତ ଅବଧୂତ ମଠର ଦିବଂଗତ ମହନ୍ତ ଅବଧୂତ ଆର୍ତ୍ତତ୍ରାଣ ଦାସ, ଗବେଷକ ଉପେନ୍ଦ୍ରନାଥ ଭୋଳ ଓ ଉମେଶ ସ୍ୱାଇଁ ପ୍ରମୁଖଙ୍କ ପ୍ରଚେଷ୍ଟାରେ ୧୯୯୮ ମସିହାରେ ଏହି ରଥଯାତ୍ରାର ପୁନଃ ପ୍ରଚଳନ ହୋଇଥିଲା । [୧]

ଆଧାର ସମ୍ପାଦନା

  1. ମଲ୍ଲିକ, ଅଜୟ କୁମାର. "ପୁରାଣ ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା". ସାମାନ୍ୟ କଥନ. Retrieved 6 January 2017.