ଅଟଳ ପେନସନ ଯୋଜନା

କେମିତି ମୁଁ ଏହି ସୁବିଧା ପାଇ ପାରିବି

ପେନସନ ବ୍ୟବସ୍ଥାକୁ ବ୍ୟାପକ କରିବା ଲକ୍ଷ୍ୟରେ ସମଗ୍ର ଦେଶରେ ୧ ମଇ ୨୦୧୫ରେ ନରେନ୍ଦ୍ର ମୋଦୀଙ୍କଦ୍ୱାରା ଅଟଳ ପେନସନ ଯୋଜନା(APY) ଶୁଭାରମ୍ଭ ହୋଇଛି । ଏହା କେନ୍ଦ୍ର ସରକାରଙ୍କ ସମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଏବଂ ଅର୍ଥ ମନ୍ତ୍ରଣାଳୟ ପରିଚାଳିତ ଏକ ଯୋଜନା । ଓଡ଼ିଶାରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସମନ୍ୱୟ ରାଜ୍ୟ ମନ୍ତ୍ରୀ ଉଷା ଦେବୀଙ୍କ ଉପସ୍ଥିତିରେ ରାଜ୍ୟପାଳ ଏସ ସି ଜମିରଙ୍କଦ୍ୱାରା ୯ ମଇ ୨୦୧୫ରେ ଭୁବନେଶ୍ୱର କିଟ କନଭେନସନ ସେଣ୍ଟରଠାରେ ଅଟଳ ପେନସନ ଯୋଜନା ଶୁଭାରମ୍ଭ କରିଛନ୍ତି ।


ଲକ୍ଷ୍ୟ ସମ୍ପାଦନା

ଅବ୍ୟବସ୍ଥିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗରିବ କର୍ମଜୀବୀଙ୍କ ପାଇଁ ବାର୍ଦ୍ଧକ୍ୟ ରୋଜଗାର ସୁରକ୍ଷା ସୃଷ୍ଟି ଏବଂ ସେମାନଙ୍କୁ ଜାତୀୟ ପେନସନ ବ୍ୟବସ୍ଥା(NPS)ରେ ଯୋଗଦେବାପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଯୋଜନା ରଚନା କରାଯାଇଛି । ପୁର୍ବରୁ ଥିବା ସ୍ୱାବଲମ୍ବନ ଯୋଜନାରେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ନିଶ୍ଚିତ ପେନସନ ସୁବିଧା ନଥିବାରୁ ଏହି ଯୋଜନାର ଆବଶ୍ୟକତା ହେଲା ।[୧]

ସୁବିଧା ସମ୍ପାଦନା

ଏହି ଯୋଜନାରେ ସାଧାରଣ ବ୍ୟକ୍ତିଟିଏ ବର୍ଷକୁ ୧ ହଜାର ଟଙ୍କା ଲେଖାଏଁ ୫ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ପ୍ରଦାନ କଲେ ୬୦ ବର୍ଷ ପରେ ସେମାନଙ୍କୁ ମାସିକ ୫ ହଜାର ଟଙ୍କା ପେନସନ ଦେବାର ବ୍ୟବସ୍ଥା ହୋଇଛି । ଉପଭୋକ୍ତାମାନଙ୍କୁ ୧୦୦୦ଟଙ୍କାରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ସ୍ଥିର ପେନସନ ସୁବିଧା । ଯଦି ସେ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥାନ୍ତି ଅବଦାନ ସ୍ତର ଭିନ୍ନ ଭିନ୍ନ ହୋଇପାରେ । ଯଦି ସେ ଜଲ୍ଦୀ ଯୋଗଦିଅନ୍ତି ତେବେ କମ ଏବଂ ଯଦି ବିଳମ୍ବରେ ଯୋଗ ଦିଅନ୍ତି ଅଧିକ ହେବ । ଉପଭୋକ୍ତାଙ୍କର ମନୋନୟନକାରୀଙ୍କୁ କର୍ପସ ପାଣ୍ଠିର ଫିକ୍ସଡ ରିଟର୍ନ ମାସିକ ପେନସନ ମିଳିବ । ଉଦାହରଣ: ଯଦି ବୟସ ୧୮ ଏବଂ ୧୦୦୦ରୁ ୫୦୦୦ଟଙ୍କା ପାଇବା ପାଇଁ ଚାହୁଁଛନ୍ତି ଅବଦାନ ରାଶି ୪୨ରୁ ୨୧୦ ଟଙ୍କା ମଧ୍ୟରେ ଦେବାକୁ ହେବ । ସେହି ପେନସନ ସ୍ତର ପାଇବା ପାଇଁ ୪୦ ବର୍ଷରେ ଏହି ଯୋଜନାରେ ଜଣେ ଯୋଗଦିଅନ୍ତି, ୨୯୧ରୁ ୧୪୫୪ ଅବଦାନ ରାଶି ଟଙ୍କା ଦେବାକୁ ହେବ । ସ୍ୱାବଲମ୍ବନ ଯୋଜନାରେ ପୁର୍ବରୁ ଥିବା ଉପଭୋକ୍ତା ସ୍ୱତଃ ଭାବେ ଏହି ଯୋଜନାକୁ ପରିବର୍ତ୍ତିତ ହୋଇଯିବେ ଯଦି ସେମାନେ ଏହାକୁ ବିରୋଧ ନକରନ୍ତି । [୨]

ହିତାଧିକାରୀଙ୍କ ଯୋଗ୍ୟତା ସମ୍ପାଦନା

ଏହା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଅଛି ଯଦି ସେ କୌଣସି ବୈଧାନିକ ସୁରକ୍ଷା ଯୋଜନାରେ ନାହାନ୍ତି । ସେମାନେ ୩୧ ଡିସେମ୍ବର ୨୦୧୫ ପୁର୍ବରୁ ଜାତୀୟ ପେନସନ ବ୍ୟବସ୍ଥା ଯୋଗ ଦେଇଥିବେ ଏବଂ ଆୟକରଦାତା ହୋଇନଥିବେ ।[୩]

ଯୋଗଦେବାର ଏବଂ ଅବଦାନକରିବାର ବୟସ ସମ୍ପାଦନା

ସର୍ବନିମ୍ନ ବୟସ ୧୮ ଏବଂ ସର୍ବାଧିକ ୪୦ ବର୍ଷ ବୟସ ମଧ୍ୟରେ ହେବ ଉଚିତ । ଏଣୁ ଉପଭୋକ୍ତାମାନଙ୍କର ଅବଦାନର ସର୍ବନିମ୍ନ ଅବଧି ୨୦ ବର୍ଷ ଏବଂ ତତୋଧିକ ଅଟେ ।

ଫୋକସରେ ସମ୍ପାଦନା

ଅଣବ୍ୟବସ୍ଥିତ କ୍ଷେତ୍ରର କର୍ମଜୀବୀମାନେ ।

ଉପଭୋକ୍ତାମାନଙ୍କ ନାମାଙ୍କନ ଏବଂ ପୈଠ ସମ୍ପାଦନା

ଯୋଗ୍ୟ ଶ୍ରେଣୀର ସମସ୍ତ ବ୍ୟାଙ୍କ ଆକାଉଣ୍ଟଧାରୀ ଏହି ସ୍ୱତଃକାଟ (ଅଟୋ-ଡେବିଟ)ସୁବିଧାରେ ଯୋଗଦେଇପାରିବେ ।

ନାମାଙ୍କନ କରୁଥିବା ସଂସ୍ଥା ସମ୍ପାଦନା

ସମସ୍ତ ସେବା ପ୍ରଦାନକାରୀ (Point of Presence) ଜାତୀୟ ପେନସନ ବ୍ୟବସ୍ଥାରେ ସ୍ୱାବଲମ୍ବନ ଯୋଜନା ଅଧିନରେ ଉପଭୋକ୍ତାମାନଙ୍କୁ ନାମାଙ୍କନ କରାଇବେ ।

ପରିଚାଳନା ସମ୍ପାଦନା

ଏହା କେନ୍ଦ୍ର ସରକାରଙ୍କ ଯୋଜନା ଯାହା ପେନସନ ପାଣ୍ଠି ପରିଚାଳନା ଏବଂ ଉନ୍ନୟନ ପ୍ରାଧିକରଣ(Pension Fund Regulatory and Development Authority)ଦ୍ୱାରା ପରିଚାଳିତ ହେଉଛି । ଜାତୀୟ ପେନସନ ବ୍ୟବସ୍ଥାର ଇନଷ୍ଟିଚ୍ୟୁସନାଲ ଆର୍କିଟେକଚର ଏହି ଯୋଜନାରେ ନାମାଙ୍କନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ ।

ପାଣ୍ଠି ସମ୍ପାଦନା

  • ସରକାରଙ୍କଦ୍ୱାରା ଫିକ୍ସଡ ପେନସନ ରାଶିର ଗ୍ୟାରେଣ୍ଟୀ ଦିଆଯାଏ ।
  • ୨୦୧୪ ବଜେଟରେ ଗୃହିତ ଏହି ଯୋଜନା ପାଇଁ ୨୦୧୫-୧୬ରୁ ୨୦୧୯-୨୦ (୫ ବର୍ଷ ପାଇଁ)ଯାଏଁ ସରକାର ଯୋଗ୍ୟ ଉପଭୋକ୍ତାମାନଙ୍କୁ ୧୦୦୦ଟଙ୍କା କିମ୍ବା ୫୦% ପ୍ରିମିୟମ (ଯେଉଁଟି ସର୍ବନିମ୍ନ) ଦେବେ । [୪]
  • ଉନ୍ନୟନ ପ୍ରଚାର କାର୍ଯ୍ୟକ୍ରମ ଏବଂଲୋକଙ୍କୁ ଯୋଜନାରେ ଯୋଡୁଥିବା ଏବଂ ଅବଦାନ ସଂଗ୍ରହରେ ବ୍ରୀତ ସଂସ୍ଥାମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ସରକାର ଯୋଗାଇବେ ।[୫]

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି" (PDF). Archived from the original (PDF) on 2015-05-13. Retrieved 2015-05-09. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2015-05-06. Retrieved 2015-05-09. {{cite web}}: Cite has empty unknown parameter: |1= (help)
  3. http://www.patrika.com/feature/special/atal-pension-yojana-full-details-1000048/
  4. http://m.newshunt.com/india/oriya-newspapers/odisha-samachar/tazakhabar/kendra--bajeta--2015-16--mukhyansha-sankshepare-_36910032/998/c-in-l-oriya-n-eodisha-ncat-tazakhabar[permanent dead link]
  5. http://zeenews.india.com/business/personal-finance/money-matters/atal-pension-yojana-all-you-need-to-know_125713.html