ଅକ୍ଷରା ହାସନ
ଅକ୍ଷରା ହାସନ (ଜନ୍ମ: ୧୨ ଅକ୍ଟୋବର ୧୯୯୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ସହକାରୀ ନିର୍ଦ୍ଦେଶକ । ସେ ଅଭିନେତା କମଳ ହାସନଙ୍କ ଏବଂ ଅଭିନେତ୍ରୀ ସାରିକା ଠାକୁରଙ୍କର ସାନ ଝିଅ । ସେ ଅଭିନେତ୍ରୀ ସୃତି ହାସନଙ୍କର ସାନ ଭଉଣୀ । ଅକ୍ଷରା ୨୦୧୫ ମସିହାରେ ହିନ୍ଦୀ କଥାଚିତ୍ର ଶମିତାଭରେ ଧନୁଷ ଏବଂ ଅମିତାଭ ବଚ୍ଚନଙ୍କ ସହ ଅଭିନୟ ଆରମ୍ଭ କରିଥିଲେ ।
ଅକ୍ଷରା ହାସନ | |
---|---|
ଜନ୍ମ | ଅକ୍ଷରା ହାସନ ୧୨ ଅକ୍ଟୋବର ୧୯୯୧ |
ବୃତ୍ତି(ସମୂହ) | କଥାଚିତ୍ର ଅଭିନେତ୍ରୀ, କଥାଚିତ୍ର ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୨୦୧୦- ଏବେଯାଏଁ |
ପିତାମାତା(s) | କମଲ ହାସନ ସାରିକା ଠାକୁର |
ପରିବାର | ସୃତି ହାସନ(ଭଉଣୀ) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଅକ୍ଷରା ହାସନ ୧୨ ଅକ୍ଟୋବର ୧୯୯୧ ମସିହାରେ ତାମିଲନାଡ଼ୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ଅଭିନେତା କମଲ ହାସନ ଏବଂ ଅଭିନେତ୍ରୀ ସାରିକା ହାସନଙ୍କର ବଡ଼ ଝିଅ ହେଉଛନ୍ତି ସୃତି ହାସନ ଏବଂ ସାନ ଝିଅ ହେଉଛନ୍ତି ଅକ୍ଷରା ହାସନ । ଅକ୍ଷରାଙ୍କର ପିତା କମଲ ଜଣେ ତାମିଲି ହିନ୍ଦୁ ବ୍ରାହ୍ମଣ ଏବଂ ତାଙ୍କ ମାଆ ସାରିକା ମହାରାଷ୍ଟ୍ର ଅଧିବାସିନୀ । [୧] [୨] ଅକ୍ଷରା ତାଙ୍କର ବିଦ୍ୟାଳୟ ଶିକ୍ଷା ଚେନ୍ନାଇର ଆବାକସ୍ ମୋଣ୍ଟେସୋରି ବିଦ୍ୟାଳୟରୁ ଶେଷ କରିଥିଲେ । ଏହା ପରେ ସେ ବାଙ୍ଗାଲୋରର ଇନ୍ଦୁସ୍ ଇଣ୍ଟରନେସନ୍ୟାଲ ସ୍କୁଲରେ ପଢ଼ିଥିଲେ ।
ଏବେ ଅକ୍ଷରା ତାଙ୍କ ମାଆ ସକିରାଙ୍କ ସହ ମୁମ୍ବାଇରେ ବାସ କରୁଛନ୍ତି ।[୩]
କଥାଚିତ୍ର ଜୀବନ
ସମ୍ପାଦନା୨୦୧୦ ମସିହାରେ ଅକ୍ଷରା ନିର୍ଦ୍ଦେଶକ ରାହୁଲ ଧୋଲକିଆଙ୍କ ସହ ସହକାରୀ ନିର୍ଦ୍ଦେଶକ ଭାବରେ ସୋସାଇଟ୍ ଚଳଚ୍ଚିତ୍ରରେ କାମ କରିଥିଲେ । ଏହି ଚଳଚ୍ଚିତ୍ରରେ ଅକ୍ଷରାଙ୍କର ମାଆ ସାରିକା ମଧ୍ୟ କାର୍ଯ୍ୟ କରିଥିଲେ । [୪] ଏତଦ୍ବ୍ୟତୀତ ସେ ମଧ୍ୟ ଅନେକ ବିଜ୍ଞାପନ ଚଳଚ୍ଚିତ୍ରରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[୫] ଅକ୍ଷରା ଜଣେ ସହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ବେଳେ, ନିର୍ଦ୍ଦେଶକ ମଣି ରତ୍ନମ୍ଙ୍କର ୨୦୧୩ର ଚଳଚ୍ଚିତ୍ର କାଦଲରେ ତାଙ୍କୁ ସୁଯୋଗ ଦେଇଥିଲେ, ମାତ୍ର ଅକ୍ଷରା ଏହି କଥାଚିତ୍ରରେ ଅଭିନୟ ପାଇଁ ରାଜି ହୋଇ ନ ଥିଲେ ।[୬]
ଅକ୍ଷରା ୨୦୧୫ରେ ଅଭିନେତା ଧନୁଷ ଏବଂ ଅମିତାଭ ବଚନଙ୍କ ସହ ଶମିତାଭ ଚଳଚ୍ଚିତ୍ରରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ । [୭][୮][୯][୧୦]
ଅଭିନୀତ କଥାଚିତ୍ର
ସମ୍ପାଦନାନାୟିକା
ସମ୍ପାଦନାବର୍ଷ | ଶୀର୍ଷକ | ଭାଷା | ଭୂମିକା | ମନ୍ତବ୍ୟ |
---|---|---|---|---|
୨୦୧୫ | ଶମିତାଭ | ହିନ୍ଦୀ | ଅକ୍ଷରା ପାଣ୍ଡେ | ଅଭିନୟ ଆରମ୍ଭ |
୨୦୧୭ | ବିବେଗମ୍ | ତାମିଲ | ନତାଶା | |
ଲାଲି କି ସାଦି ମେ ଲଡ୍ଡୁ ଦିୱାନା | ହିନ୍ଦୀ | ଲାଲି |
ସହ ନିର୍ଦ୍ଦେଶିକା
ସମ୍ପାଦନାବର୍ଷ | ଶୀର୍ଷକ | ଭାଷା | ମନ୍ତବ୍ୟ |
---|---|---|---|
୨୦୧୦ | ସୋସାଇଟ୍ | ||
୨୦୧୬ | ସାବାସ୍ ନାଇଡ଼ୁ | ତାମିଲ ତେଲୁଗୁ ହିନ୍ଦୀ |
Filming[୧୧] |
ଆଧାର
ସମ୍ପାଦନା- ↑ "Girl Interrupted". 13 July 2010. Retrieved 15 June 2017.
- ↑ Gupta, Priya (17 May 2013). "I get devastated at the idea of marriage: Shruti Haasan". Times of India. Retrieved 15 June 2017.
- ↑ "Shruti Haasan's sister Akshara lives in Mumbai with mom". The Times of India. Retrieved 15 June 2017.
- ↑ "I am leaving behind a good legacy for my children: Sarika". The Times of India. 5 March 2017. Archived from the original on 2 February 2014. Retrieved 15 June 2017.
- ↑ "Kamal Haasan's 'Vishwaroopam' will be released on October 12". CNN-IBN. Archived from the original on 12 May 2014. Retrieved 15 June 2017.
- ↑ Reluctant actor Akshara Haasan gets to work : Bollywood, News - India Today. Indiatoday.intoday.in (26 February 2014). Retrieved 15 June 2017.
- ↑ "I'm Working With Dhanush-Akshara Hassan: Amitabh Bachchan". tamilwire. 21 November 2013. Archived from the original on 27 January 2014. Retrieved 15 June 2017.
- ↑ "Dhanush ecstatic to work with Amitabh Bachchan, Akshara Haasan in R. Balki's next". glamsham. 21 November 2013. Archived from the original on 23 January 2015. Retrieved 15 June 2017.
- ↑ "Akshara Haasan to make Bollywood debut opposite Dhanush". CNN-IBN. 12 November 2013. Archived from the original on 31 January 2015. Retrieved 15 June 2017.
- ↑ "IT'S OFFICIAL! Dhanush, Akshara, Big B In R Balki's Next". businessofcinema. 20 November 2013. Retrieved 15 June 2017.
- ↑ "Kamal Haasan to work with daughters Shruti, Akshara in Sabaash Naidu". Hindustan Times. 2016-04-30. Retrieved 15 June 2017.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅକ୍ଷରା ହାସନ