ସାରିକା ଠାକୁର
ସାରିକା ଠାକୁର(ଜନ୍ମ: ୫ ଡିସେମ୍ବର ୧୯୬୦) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ଅଭିନେତା କମଲ ହାସନଙ୍କୁ ବିବାହ କରିଥିଲେ । ୨୦୦୪ରେ ତାଙ୍କର ବିବାହ ବିଚ୍ଛେଦ ଘଟିବା ପରେ ସେ ମୁମ୍ବାଇରେ ରହୁଛନ୍ତି । ତାଙ୍କ ସହ ତାଙ୍କର ସାନ ଝିଅ ସାରିକା ମଧ୍ୟ ମୁମ୍ବାଇରେ ରହୁଛନ୍ତି ।[୧]
ସାରିକା ଠାକୁର | |
---|---|
ଜନ୍ମ | ସାରିକା ଠାକୁର ୫ ଡିସେମ୍ବର ୧୯୬୦ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୬୭ - ଏବେଯାଏଁ |
ବୈବାହିକ-ସାଥୀ | |
ସନ୍ତାନ | ସୃତି ହାସନ (ଜନ୍ମ ୧୯୮୬) ଅକ୍ଷରା ହାସନ (ଜନ୍ମ ୧୯୯୧) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାସାରିକା ଠାକରୁ ୫ ଡିସେମ୍ବର ୧୯୬୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ଅଧା ମରାଠୀ ଏବଂ ଅଧା ରାଜପୁତ ଥିଲେ । [୨] ସାରିକା ଯେବେ ବହୁତ ଛୋଟ ଥିଲେ, ସେତେବେଳେ ତାଙ୍କ ବାପା ତାଙ୍କ ପରିବାର ଛାଡ଼ିକି ଚାଲିଯାଇଥିଲେ । ସମସ୍ତ ପରିବାରର ବୋଝ ଆସିଯାଇଥିଲା ସାରିକାଙ୍କ ଉପରକୁ । ସେଥିପାଇଁ ସେ ବାଧ୍ୟ ହୋଇ କାମ କରିବାକୁ ବାଛି ନେଇଥିଲେ । ସେଥିପାଇଁ ସେ କେବେ ସ୍କୁଲକୁ ଯାଇନାହାନ୍ତି ।
ଅଭିନୟ ଜୀବନ
ସମ୍ପାଦନା୬୦ ଦଶକର ହିନ୍ଦୀ କଥାଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ସାରିକା । ସେ ମାତ୍ର ୪ ବର୍ଷ ବୟସରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୩] ସେତେବେଳେ ସାରିକା ଗୋଟିଏ ମାଷ୍ଟର ସରୋଜ ନାମକ ପୁଅ ଭୂମିକାରେ ଅଭିନୟ କରିଥିଲେ । ଶିଶୁକଳାକାର ଭାବରେ ସାରିକାଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ର ହେଉଛି ୧୯୬୭ ମସିହାର ଚର୍ଚ୍ଚିତ ଚଳଚ୍ଚିତ୍ର ହମ୍ରାଜ୍ ଯେଉଁଥିରେ ସାରିକା ସାରିକା ବିମିଙ୍କର ଝିଅ ଭାବରେ ଅଭିନୟ କରିଥିଲେ । ସେ ଅନେକ ଶିଶୁ କଳାକାର ଅଭିନୀତ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ପରେ ପରେ ସାରିକା ରାଜଶ୍ରୀ ପ୍ରଡକ୍ସନ୍ରେ ଅଭିନେତା ସଚିନଙ୍କ ସହ ଗୀତ ଗାତା ଚାଲ କଥାଚିତ୍ରରେ ନାୟକା ଭାବରେ ଅଭିନୟ କରିଥିଲେ । ସଚିନଙ୍କ ସହ ସାରିକା ଅନେକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସଚିନଙ୍କ ସହ ସାରିକାଙ୍କର ସମ୍ପର୍କ ଗଢ଼ି ଉଠିଥିଲା, ଏହା ପରେ ଅଭିନେତା ତଥା ମଡେଲ ଦୀପକ ପରାସରଙ୍କ ସହ ମଧ୍ୟ ସମ୍ପର୍କ ଗଢ଼ି ଉଠିଥିଲା । ପରେ ସାରିକାଙ୍କର କମଲ ହାସନଙ୍କ ସହ ଭେଟ ହୋଇଥିଲା ଏବଂ ସେମାନଙ୍କର ବିବାହ ହୋଇଥିଲା ୧୯୮୮ ମସିହାରେ ।
ସାରିକା ୮୦ ଦଶକର ଅଭିନୟ ଜୀବନରେ ଜଣେ ପାଶ୍ଚାତ୍ୟ ମହିଳା ଭାବରେ ପ୍ରାୟତଃ ଅଭିନୟ କରିଛନ୍ତି । ୧୯୮୬ରେ ତାଙ୍କର ପ୍ରଥମ ସନ୍ତାନ ସୃତି ହାସନ ଜନ୍ମ ହୋଇଥିଲେ । ଏହା ପରେ ସେ ୧୯୮୮ରେ କମଲ ହାସନଙ୍କୁ ବିବାହ କରିବା ପରେ ଅଭିନୟ ଜଗତରୁ ବିଦାୟ ନେଇ ଚେନ୍ନାଇ ଚାଲିଯାଇଥିଲେ । ମାତ୍ର ପରେ ପରେ ସେମାନଙ୍କର ବିବାହ ବିଚ୍ଛେଦ ଘଟିବା ପରେ ସେ ପୁଣିଥରେ ଅଭିନୟ ଜଗତକୁ ଫେରିଥିଲେ । ଅଭିନୟକୁ ପ୍ରତ୍ୟବର୍ତ୍ତନ ପରେ ସାରିକା ଇସ୍ପିତା ରାୟ ଚକ୍ରବର୍ତ୍ତୀଙ୍କ ଲିଖିତ ସ୍କେୟାରଡ୍ ଇଭିଲ୍- ଏ ଟ୍ରୁ ଷ୍ଟୋରୀରେ ଇସ୍ପିତାଙ୍କ ଭୂମିକାରେ ନାୟିକା ଅଭିନୟ କରିଥିଲେ । ମାତ୍ର ଏହି ଚଳଚ୍ଚିତ୍ରଟି ସଫଳତା ପାଇ ନ ଥିଲା ।
୨୦୦୦ ମସିହାରେ ସାରିକା ହେ ରାମ୍ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ପୋଷାକ ସଜ୍ଜା ପାଇଁ ଜାତୀୟ ପୁରସ୍କାର ପାଇଥିଲେ । ସାରିକାଙ୍କ ଅଭିନୀତ ଅନ୍ୟ ଏକ ଚଳଚ୍ଚିତ୍ର ଥିଲା ପାର୍ଜାନିଆ, ଯେଉଁଥିରେ ସେ ଜୋରୋସ୍ତ୍ରିଆନ ମହିଳା ଭୂମିକାରେ ଅଭିନୟ କରିଥିଲେ, ଯିଏକି ତା'ର ଛୋଟ ପିଲାଟିକୁ ଭାରତରେ ହଜେଇ ଦେଇଥିଲା । ଏହି ଚଳଚ୍ଚିତ୍ରରେ ସାରିକାଙ୍କର ଅଭିନୟ ପାଇଁ ସେ ଜାତୀୟ ସ୍ତରର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।
ଜୁଲାଇ ୧୪ରେ ସୋନି ଟିଭିରେ ଆରମ୍ଭ ହୋଇଥିବା ଦୂରଦର୍ଶନ ଧାରାବାହିକ ଯୁଦ୍ଧରେ ସାରିକା ଅଭିନେତା ଅମିତାଭ ବଚ୍ଚନଙ୍କ ସହ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ ।[୪] [୫]
ଅଭିନୀତ କଥାଚିତ୍ର
ସମ୍ପାଦନା- ବାର ବାର ଦେଖୋ (୨୦୧୬)
- ପୁରାନି ଜିନ୍ସ (୨୦୧୪)
- ଡେଭିଡ୍ (୨୦୧୩)
- କ୍ଲବ ୬୦ (୨୦୧୩)
- ଯବ୍ ତକ୍ ହେ ଜାନ୍ (୨୦୧୨)
- ସୋଏବିତେ (୨୦୧୨)
- ସୋସାଇଟ୍ (୨୦୧୦)
- କଞ୍ଚା ଲେମ୍ବୁ (୨୦୦୯)
- ହରି ପୁତ୍ତର୍: ଏ କମେଡ଼ି ଅଫ୍ ଟେରର୍ସ୍ (୨୦୦୮)
- ୟାଇ.ଏମ୍.ଆଇ. ୟେହେ ମେରା ଇଣ୍ଡିଆ (୨୦୦୮)
- ତାହାନ୍ (୨୦୦୮)
- ମନୋରମା ସିକ୍ସ ଫିଟ୍ ଅଣ୍ଡର (୨୦୦୭)
- ଭେଜା ଫ୍ରାଏ (୨୦୦୭)
- ବାବୁଲ୍ (୨୦୦୬)
- ସ୍କେୟାରଡ୍ ଇଭିଲ୍- ଏ ଟ୍ରୁ ଷ୍ଟୋରୀ' (୨୦୦୬)
- କଲ୍: ୟେଷ୍ଟର ଡେ ଏଣ୍ଡ ଟୁମୋରୋ (୨୦୦୫)
- ପାର୍ଜାନିଆ (୨୦୦୫)
- ଆମେରିକାନ୍ ଡେ ଲାଇଟ୍ (୨୦୦୪)
- ରଙ୍ଗୁ ରୋମିଓ (୨୦୦୩)
- ପୁନ୍ନାଗାଇ ପୁଭେ (୨୦୦୩)
- ଆଖ୍ରି ସଙ୍ଘର୍ଷ (୧୯୯୭)
- ସନ୍ତୋଷ (୧୯୮୯)
- ଅଜୀବ ଇତେଫାକ୍ (୧୯୮୯)
- ଖରିଦାର (୧୯୮୮)
- ସ୍ୱାତି (୧୯୮୬)
- ସର୍ତ୍ତ (୧୯୮୬)
- ଦିଲ୍ବାଲା (୧୯୮୬)
- ମଙ୍ଗଲ୍ ଦାଦା (୧୯୮୬)
- ଜିନ୍ଦା ଲାସ୍ (୧୯୮୬)
- ଏକ ଡାକୁ ସହର ମେ (୧୯୮୫)
- ରାମ ତେରେ କିତ୍ନେ ନାମ (୧୯୮୫)
- ଏକ ଭୁଲ୍ (୧୯୮୫) (TV)
- କ୍ରିଷ୍ଣାମା (୧୯୮୪)
- ଗଙ୍ଗବା (୧୯୮୪)
- ରାମ୍ ତେରା ଦେଶ୍ (୧୯୮୪)
- ଆସ୍ମାନ୍ (୧୯୮୪)
- ଅକଲମନ୍ଦ (୧୯୮୪)
- ରାଜ୍ ତିଲକ୍ (୧୯୮୪)
- ବଡ଼େ ଦିଲବାଲେ (୧୯୮୩)
- ନାସ୍ତିକ (୧୯୮୩)
- ବଗ୍ଗା ଡାକୁ (୧୯୮୩)
- ରଜିଆ ସୁଲତାନ (୧୯୮୩)
- ବିଧାତା (୧୯୮୨)
- ବଦ୍ଲେ କି ଆଗ୍ (୧୯୮୨)
- ମେହର୍ବାନୀ (୧୯୮୨)
- ତିସ୍ରୀ ଆଙ୍ଖ୍ (୧୯୮୨)
- ୟେ ୱାଦା ରହା (୧୯୮୨)
- ଶ୍ରୀମାନ ଶ୍ରୀମତି (୧୯୮୨)
- ସଟ୍ଟେ ପେ ସଟ୍ଟା (୧୯୮୨)
- ଦଉଲତ (୧୯୮୨)
- ଦିଲ୍ ହେ ଦିଲ୍ ମେ (୧୯୮୨)
- ସନ୍ନାଟା (୧୯୮୧)
- ଦହଶାତ୍ (୧୯୮୧)
- କ୍ରାନ୍ତି (୧୯୮୧)
- ନାଇ ଇମାରତ୍ (୧୯୮୧)
- ପ୍ଲଟ୍ ନଂ ୫ (୧୯୮୧)
- ଶାରଦା (୧୯୮୧)
- ଜ୍ୟୋତି ବନେ ଜ୍ୱାଲା (୧୯୮୦)
- ନଜ୍ରାନା ପ୍ୟାର କା (୧୯୮୦)
- ପ୍ୟାରା ଦୁସ୍ମନ୍ (୧୯୮୦)
- ୟେ କୈସା ଇନ୍ସାଫ୍ (୧୯୮୦)
- ବିନ୍ ଫେରେ ହମ୍ ତେରେ (୧୯୭୯)
- ଗୃହ ପ୍ରବେଶ (୧୯୭୯)
- ଜାନ୍-ଏ-ବାହାର (୧୯୭୯)
- ଜାନୀ ଦୁସ୍ମନ୍ (୧୯୭୯)
- ରାଖିକି ସୌଗନ୍ଧ (୧୯୭୯)
- ତିଲ୍ ତିଲ୍ ଡାଲେଖା (୧୯୭୯)
- ଦିଲ୍ ଔର ଦିୱାର୍ (୧୯୭୮)
- ଟିକ୍ ଟିକ୍ ଟିକ୍ (୧୯୭୮)
- ଅନ୍ପଢ଼୍ (୧୯୭୮)
- ଦେବତା (୧୯୭୮)
- ମଧୁ ମାଳତୀ (୧୯୭୮)
- ପରଧ୍ (୧୯୭୭)
- ବନ୍ଦଲ ବାଜ୍ (୧୯୭୬)
- ରକ୍ଷା ବନ୍ଧନ (୧୯୭୬)
- ଖୁସ୍ବୁ (୧୯୭୫)
- ଗୀତ୍ ଗା ଚାଲ୍ (୧୯୭୫)
- କାଗଜ କି ନାଓ (୧୯୭୫)
- ବନ୍ଦନା (୧୯୭୫)
- ହାର୍ ଜିତ୍ (୧୯୭୨)
- ଛୋଟି ବୋହୂ (୧୯୭୧)
- ଜବାନ ମହବତ୍ (୧୯୭୧)
- ଦେବୀ (୧୯୭୦)
- ବେଟି (୧୯୬୯)
- ବାଳକ (୧୯୬୯)
- ଜ୍ୟୋତି (୧୯୬୯)
- ସତ୍ୟକାମ (୧୯୬୯)
- ଆଶୀର୍ବାଦ (୧୯୬୮)
- ହମ୍ରାଜ୍ (୧୯୬୭)
- ମଝ୍ଲି ଦିଦି (୧୯୬୭)
ଦୂରଦର୍ଶନ
ସମ୍ପାଦନାବର୍ଷ | ଧାରାବାହିକ | ଚେନାଲ | ଭୂମିକା |
---|---|---|---|
୨୦୧୪ | ଯୁଦ୍ଧ | ସୋନୀ | ଗୌରୀ ସେଖର |
୨୦୧୫ | ଡର୍ ସବ୍କୋ ଲଗ୍ତା ହେ | & ଟିଭି | ମିସ୍ କୋନ୍ସିକା |
ଆଧାର
ସମ୍ପାଦନା- ↑ "Shruti Haasan's sister Akshara lives in Mumbai with mom". The Times of India. Retrieved 13 June 2017.
- ↑ "I get devastated at the idea of marriage: Shruti Haasan". Retrieved 13 June 2017.
- ↑ "Times of India". Times of India. p. 6. Retrieved 13 June 2017.
- ↑ "Amitabh Bachchan's 'Yudh' - Work of innovation or plunge into plagiarism". Retrieved 13 June 2017.
- ↑ "Yudh to replace Bade Achhe Lagte Hain". Hindustan Times. 4 July 2014. Archived from the original on 4 July 2014. Retrieved 13 June 2017.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସାରିକା ଠାକୁର