ଯୁବରାଜ ସିଂହ
ଯୁବରାଜ ସିଂହ (help·info) (୧୨ ଡିସେମ୍ବର ୧୯୮୧ ଚଣ୍ଡୀଗଡ଼ର ଏକ ପଞ୍ଜାବୀ ଜାଠ ପରିବାରରେ ଜନ୍ମ । ସେ ଭାରତୀୟ କ୍ରିକେଟର ଏବଂ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଓ ପଞ୍ଜାବୀ ଅଭିନେତା ଯୋଗରାଜ ସିଂହଙ୍କ ପୁଅ ଅଟନ୍ତି । ସେ ଭାରତୀୟ କ୍ରିକେଟ (ଦିନକିଆ)ଦଳରେ ୨୦୦୦ ମସିହାରେ ସାମିଲ ହେଲେ ଓ ପ୍ରଥମ ଟେଷ୍ଟଦଳରେ ୨୦୦୩ରେ ଖେଳିଥିଲେ । ସେ ୨୦୦୭-୨୦୦୮ରେ ଭାରତୀୟ ଏକଦିବସୀୟ କ୍ରିକେଟ ଦଳର ଉପଅଧିନାୟକ ଥିଲେ । ସେ ନିଜର ଅଲରାଉଣ୍ଡ ପ୍ରଦର୍ଶନ (୩୬୨ ରନ୍ ଓ ୧୫ଟି ୱିକେଟ) ପାଇଁ ୨୦୧୧ ଏକଦିବସୀୟ କ୍ରିକେଟ ବିଶ୍ୱକପରେ ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ । ସେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ୪ ଥର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ । ତାଙ୍କର ୨୦୦୭ ମସିହା ୨୦–୨୦ ବିଶ୍ୱକପରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଏକ ଓଭରର ୬ଟିଯାକ ବଲରେ ୬ଟି ଛକା ମାରିବାର ରେକର୍ଡ ବି ରହିଛି ।
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଡାକ ନାମ | ୟୁବି | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 1.88 m (6 ft 2 in) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ବାମ-ହାତି | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | ବାମ ହାତି ଲେଗ୍ ସ୍ପିନ | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | ବ୍ୟାଟସମାନ | |||||||||||||||||||||||||||||||||||||||||||||||||||||||||||||||||
ସମ୍ପର୍କୀୟ | ଯୋଗିନ୍ଦର ସିଂହ | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap [[List of ଭାରତ Test cricketers|୨୪୭]]) | ୧୬ ଅକ୍ଟୋବାର ୨୦୦୩ v ନ୍ୟୁଜିଲାଣ୍ଡ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | ୨୨ ଜୁଲାଇ ୨୦୧୦ v ଶ୍ରିଲଙ୍କା | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap [[List of ଭାରତ ODI cricketers|୧୩୫]]) | ୩ ଅକ୍ଟୋବାର ୨୦୦୦ v କେନିଆ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | ୨୪ ମାର୍ଚ ୨୦୧୧ v ଅଷ୍ଟ୍ରେଲିଆ | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
୧୯୯୬/୯୭–୨୦୧୯ | ପଞ୍ଜାବ | |||||||||||||||||||||||||||||||||||||||||||||||||||||||||||||||||
୨୦୦୩ | ୟର୍କସାୟର୍ କ୍ରିକେଟ କ୍ଲବ | |||||||||||||||||||||||||||||||||||||||||||||||||||||||||||||||||
୨୦୦୮–୨୦୧୦ | କିଙ୍ଗ୍ୱସ ୧୧ ପଞ୍ଜାବ | |||||||||||||||||||||||||||||||||||||||||||||||||||||||||||||||||
୨୦୧୧–୨୦୧୯ | ପୁନେ ୱାରିଅରସ | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 15 March 2011 |
ଯୁବରାଜ ୧୯ ବର୍ଷରୁ କମ୍ କୁଚ୍-ବିହାର ଟ୍ରଫିର ଫାଇନାଲ(ବିହାର ବିପକ୍ଷରେ)ରେ ୩୫୮ ରନ୍ କରି ଦୃଷ୍ଟି ଆକର୍ଷଣ କରିଥିଲେ, ସେ ମଧ୍ୟ ଏଥିରେ ପଞ୍ଜାବ ଦଳର ଅଧିନାୟକ ଥିଲେ । ତାଙ୍କୁ ୨୦୦୦ ମସିହାରେ ଶ୍ରୀଲଙ୍କାରେ ହେବାକୁ ଥିବା ୧୯ ବର୍ଷରୁ କମ୍ ବିଶ୍ୱକପରେ ସାମିଲ କରାଗଲା । ତାଙ୍କୁ ମଧ୍ୟ ୨୦୦୦ ମସିହାରେ ବେଙ୍ଗାଳୁରୁସ୍ଥିତ ଜାତୀୟ କ୍ରିକେଟ ପ୍ରତିଷ୍ଠାନରେ ଭର୍ତ୍ତି ପାଇଁ ବଛା ଯାଇଥିଲେ । ୨୦୧୧ ମସିହାରେ ସେ ଫୁସଫୁସ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ, ସଫଳତାର ସହ କର୍କଟ ରୋଗରୁ ବାହାରି ସେ ପୁଣିଥରେ ଆନ୍ତର୍ଜାତିକ କ୍ରିକେଟରେ ୨୦୧୨ ମସିହାରେ ପ୍ରତ୍ୟାବର୍ତ୍ତନ କରିଥିଲେ ।
୧୦ ମଇ ୨୦୧୯ ମସିହାରେ ସେ ଆନ୍ତର୍ଜାତିକ କ୍ରିକେଟରୁ ନିଜର ଅବସର ଘୋଷଣା କରିଥିଲେ ।[୧] ୨୦୧୨ ମସିହାରେ ସେ ଶେଷ ଥର ପାଇଁ ଟେଷ୍ଟ କ୍ରିକେଟ, ୨୦୧୭ ମସିହାରେ ଶେଷଥର ପାଇଁ ଭାରତ ପକ୍ଷରୁ ପ୍ରତିଧ୍ୱନିତ୍ବ କରିଥିଲେ ।[୧][୨]
ଯୁବରାଜ ଏବଂ ଓଡ଼ିଶା
ସମ୍ପାଦନା- ୧୯୯୭ ମସିହା ଫେବୃୟାରୀ ମାସ ୮ ତାରିଖରେ ଯୁବରାଜ ତାଙ୍କର ପ୍ରଥମ ଶ୍ରେଣୀ ପଦାର୍ପଣ ଓଡ଼ିଶା ବିପକ୍ଷରେ ମୋହାଲିଠାରେ ଖେଳି ଆରମ୍ଭ କରିଥିଲେ ।[୩]
- କଟକର ବାରବାଟୀ ଷ୍ଟାଡିୟମରେ ସେ ମୋଟ ୫ଟି ମ୍ୟାଚ ଖେଳିଥିଲେ । ଏଥିମଧ୍ୟରୁ ୨୦୧୭ ମସିହାରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ୧୫୦ ରନ ତାଙ୍କର ଅନେକ ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟରୁ ଗୋଟିଏ । ଏହି ପାଞ୍ଚଟି ମ୍ୟାଚ ମଧ୍ୟରୁ ଭାରତ ୪ଟି ମ୍ୟାଚରେ ଜିତିଥିଲା ।[୩]
କୃତିତ୍ୱ
ସମ୍ପାଦନା- ସେ ୧୪ ବର୍ଷ କମ ରୋଲର ସ୍କାଟିଙ୍ଗ ଚମ୍ପିୟନସିପ ଜିତିଥିଲେ ।
- ସେ ଉପରାଷ୍ଟ୍ରପତିଙ୍କଠାରୁ porsche 911 ପୁରସ୍କାର ପାଇଥିଲେ ।
- ଆଇସିସି Twenty20ବିଶ୍ୱକପ ।
- ସେ ବିଶ୍ୱରେ ପ୍ରଥମ ଖେଳାଳି ଭାବେ ୨୦୧୧ ବିଶ୍ୱକପରେ ୩୦୦ ରନରୁ ଉର୍ଦ୍ଧ କରିବା ସହ ୧୫ଟି ୱିକେଟ ନେଇଥିଲେ ।
- ରାଷ୍ଟ୍ରପତିଙ୍କଠାରୁ ସେ ୨୦୧୨ରେ ଅର୍ଜୁନ ପୁରସ୍କାର ପାଇଥିଲେ ।
- ୨୦୧୪ରେ ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।
ଆଧାର
ସମ୍ପାଦନା- ↑ ୧.୦ ୧.୧ Dharitri (2019-06-10). "ଅନ୍ତର୍ଜାତୀୟ କ୍ରିକେଟରୁ ଯୁବିଙ୍କ ଅଲ୍ବିଦା -" (in ଆମେରିକୀୟ ଇଂରାଜୀ). Retrieved 2019-06-11.
- ↑ Bureau, Samaja Live (2019-06-10). "ଅବସର ନେଲେ କ୍ରିକେଟିୟର ଯୁବରାଜ ସିଂ". Samaja Live (in ଆମେରିକୀୟ ଇଂରାଜୀ). Retrieved 2019-06-11.
- ↑ ୩.୦ ୩.୧ "ଯୁବରାଜଙ୍କ ଓଡ଼ିଶା ସମ୍ପର୍କ: ରଣଜୀ ପଦାର୍ପଣରେ ଶୂନ, ଶ୍ରେଷ୍ଠ ଦିନିକିଆ ପାଳି". Sambad (in ଆମେରିକୀୟ ଇଂରାଜୀ). 2019-06-10. Retrieved 2019-06-11.
ବାହାର ତଥ୍ୟ
ସମ୍ପାଦନା- Yuvraj Singh Archived 2007-11-26 at the Wayback Machine.
- ଯୁବରାଜ ସିଂହ ଇ.ଏସ.ପି.ଏନ.କ୍ରିକଇନଫୋରୁ
- Player profile: ଯୁବରାଜ ସିଂହ from CricketArchive
- ଟୁଇଟରରେ ଯୁବରାଜ ସିଂହ
- Tendulkar's inspiration behind Yuvraj's success in Word Cup 2011. 362 runs (Include 1 Century & 4 Half Centuries). He was one of the 2nd Indian player who took 10 Wickets and made 362 runs.
- I would return to field in few months: Yuvraj Singh Archived 2012-07-25 at the Wayback Machine. Gurgaon, April 11
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |