ବିଦୀର୍ଣ୍ଣ ଜରାୟୁ

(Uterine ruptureରୁ ଲେଉଟି ଆସିଛି)

ବିଦୀର୍ଣ୍ଣ ଜରାୟୁ (ଇଂରାଜୀ ଭାଷାରେ Uterine rupture) ନାମ ଦିଆଯାଏ ଯେତେବେଳେ ଗର୍ଭାବସ୍ଥାରେ ବା ପ୍ରସବ (childbirth) ସମୟରେ ଜରାୟୁର (childbirth) କାନ୍ଥ (wall) ଫାଟିଯାଏ ।[୩] ସ୍ୱାଭାବିକ ଭାବରେ ଜରାୟୁ ବିଦୀର୍ଣ୍ଣ ହେବାବେଳେ ଅଧିକ ଯନ୍ତ୍ରଣା, ଯୋନୀ ରକ୍ତସ୍ରାବ, ଜରାୟୁର ସଙ୍କୋଚନରେ (contractions) ପରିବର୍ତ୍ତନ ହେଉଥିଲେ ମଧ୍ୟ ସର୍ବଦା ଏହି ଲକ୍ଷଣମାନ ପ୍ରକାଶ ପାଏନାହିଁ । [୧][୨] ମାତା ବା ଶିଶୁଙ୍କର ଏହି କାରଣରୁ ବିକଳାଙ୍ଗ ବା ମୃତ୍ୟୁ ହୋଇପାରେ ।[୧][୩]

ବିଦୀର୍ଣ୍ଣ ଜରାୟୁ (Uterine rupture)
ବିଭାଗପ୍ରସୂତୀ ବିଜ୍ଞାନ (Obstetrics)
ଲକ୍ଷଣଅଧିକ ଯନ୍ତ୍ରଣା, ଯୋନୀ ରକ୍ତସ୍ରାବ, ସଙ୍କୋଚନ ପରିବର୍ତ୍ତନ [୧][୨]
ଆକ୍ରାନ୍ତ ସମୟପ୍ରସବ କାଳରେ (labor)[୩]
ବିପଦ କାରକସିଜରିଆନ ସେକସନ ପରେ ଯୋନୀପଥ ପ୍ରସବ (Vaginal birth after cesarean section), ଜରାୟୁରେ ସ୍କାର ଥିଲେ, ବାଧାପ୍ରାପ୍ତ ପ୍ରସବ (obstructed labor), ପ୍ରେରିତ ପ୍ରସବ (induction of labor), ଆଘାତ (trauma
ରୋଗ ନିର୍ଣ୍ଣୟ ପଦ୍ଧତିଶିଶୁର ହୃଦ୍‌ଗତି ହାରର ଦୃତ ଅବନତି [୧]
ଚିକିତ୍ସାଅପରେଶନ[୧]
Prognosisଶିଶୁର ୬% ମୃତ୍ୟ ସଙ୍କଟ [୧]
ପୁନଃପୌନିକସାଧାରଣ ଜରାୟୁ ଥିବା ସତ୍ତ୍ୱେ ୧୨,୦୦୦ ଯୋନୀପଥ ପ୍ରସବରେ ଜଣକର ହୁଏ । [୧]
ସିଜରିଆନ ସେକସନ ପରେ ଯୋନୀପଥ ପ୍ରସବରେ (vaginal birth after cesarean section) ପ୍ରତି ୨୮୦ରେ ଜଣକର ହୁଏ ।[୧]

ସିଜରିଆନ ସେକସନ ପରେ ଯୋନୀପଥ ପ୍ରସବ (Vaginal birth after cesarean section) ହେଲେ, ଜରାୟୁରେ ସ୍କାର ଥିଲେ, ବାଧାପ୍ରାପ୍ତ ପ୍ରସବ (obstructed labor) ହେଉଥିଲେ, ପ୍ରେରିତ ପ୍ରସବ (induction of labor) କରାଯାଉଥିଲେ, ଆଘାତପ୍ରାପ୍ତ (trauma ଥିଲେ, କୋକେନ ସେବନ କରୁଥିଲେ ଏହି ରୋଗର ସଙ୍କଟ ସୃଷ୍ଟି ହୁଏ ।[୧][୪] ପ୍ରସବ (labor) ସମୟରେ ବିଦୀର୍ଣ୍ଣ ହେବା ସମ୍ଭାବନା ଥିଲେ ମଧ୍ୟ ଗର୍ଭାବସ୍ଥାରେ ପୁର୍ବରୁ ମଧ୍ୟ ଏହା ହୋଇପାରେ ।[୩][୧] ପ୍ରସବ ସମୟରେ ଶିଶୁର ହୃଦ୍‌ଗତି ହାରର ଦୃତ ଅବନତି ହେଲେ ଏହି ରୋଗ ସନ୍ଦେହ କରାଯାଏ ।[୧][୪] ପୂର୍ବରୁ ଜରାୟୁରେ ଆଘାତ ଦାଗ ବା ସ୍କାର ଥିଲେ ସେହି ପୁରୁଣା ଦାଗ ସ୍ଥାନରେ ଜରାୟୁ ଫାଟିଯାଏ (dehiscence) କିନ୍ତୁ ଏହା ଏକ ଅଳ୍ପ ସାଂଘାତିକ ଅବସ୍ଥା ।[୧]

ଏହି ରୋଗରେ ତୁରନ୍ତ ଅପରେଶନ କରି ରକ୍ତସ୍ରାବ ବନ୍ଦ କରାଯାଏ ।[୧] ରକ୍ତସ୍ରାବ ନିୟନ୍ତ୍ରଣ ନହୋଇପାରିଲେ ହିସ୍ଟେରେକ୍ଟୋମି (hysterectomy ଅପରେଶନ କରିବା ଆବଶ୍ୟକ ହୁଏ ।[୧] ଅଧିକ ରକ୍ତସ୍ରାବ ହେଉଥିଲେ ଏହାର ପୁର୍ତ୍ତି ନିମନ୍ତେ ରକ୍ତ ଟ୍ରାନ୍ସଫ୍ୟୁଜନ (Blood transfusion) ଦିଆଯାଏ ।[୧] ଥରେ ବିଦୀର୍ଣ୍ଣ ଜରାୟୁ ଇତିହାସ ଥିଲେ ପରବର୍ତ୍ତୀ ଗର୍ଭାବସ୍ଥାରେ ସିଜରିଆନ ସେକସନ (C-section) କରିବାକୁ ସୁପାରିସ କରାଯାଏ । [୫]

ଏକ ନିର୍ଦ୍ଦିଷ୍ଟ ପ୍ରକାରର (technique) ସିଜରିଆନ ସେକସନ ପରେ ବିଦୀର୍ଣ୍ଣ ଜରାୟୁ ହାର ପ୍ରାୟ ୦.୯% ହୁଏ ।[୧] ଏକାଧିକ ସିଜରିଆନ ସେକସନ ହୋଇଥିଲେ ବା ଅସ୍ୱାଭାବିକ ସିଜରିଆନ ସେକସନ କରାଯାଇଥିଲେ ଏହି ବିଦୀର୍ଣ୍ଣ ଜରାୟୁ ହାର ଅଧିକ ଥାଏ ।[୧] ଜରାୟୁରେ ଦାଗ ବା ସ୍କାର ଥିଲେ ଯୋନୀପଥ ପ୍ରସବ ଫଳରେ ୧୨,୦୦୦ରେ ଜଣକର ବିଦୀର୍ଣ୍ଣ ଜରାୟୁ ହୁଏ । [୧] ଏଥିରେ ଶିଶୁର ମୃତ୍ୟୁ ସଙ୍କଟ ପ୍ରାୟ ୬% ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ରୋଗ ହାର ଅଧିକ ଥାଏ ଓ ଫଳାଫଳ ମଧ୍ୟ ନିରୁତ୍ସାହ ଜନ‌କ ହୁଏ । [୬][୩]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Toppenberg, KS; Block WA, Jr (1 September 2002). "Uterine rupture: what family physicians need to know". American Family Physician. 66 (5): 823–8. PMID 12322775.
  2. ୨.୦ ୨.୧ Lang, CT; Landon, MB (March 2010). "Uterine rupture as a source of obstetrical hemorrhage". Clinical Obstetrics and Gynecology. 53 (1): 237–51. doi:10.1097/GRF.0b013e3181cc4538. PMID 20142660.
  3. ୩.୦ ୩.୧ ୩.୨ ୩.୩ ୩.୪ Murphy, DJ (April 2006). "Uterine rupture". Current Opinion in Obstetrics & Gynecology. 18 (2): 135–40. doi:10.1097/01.gco.0000192989.45589.57. PMID 16601473.
  4. ୪.୦ ୪.୧ Mirza, FG; Gaddipati, S (April 2009). "Obstetric emergencies". Seminars in Perinatology. 33 (2): 97–103. doi:10.1053/j.semperi.2009.01.003. PMID 19324238.
  5. Larrea, NA; Metz, TD (January 2018). "Pregnancy After Uterine Rupture". Obstetrics and Gynecology. 131 (1): 135–137. doi:10.1097/AOG.0000000000002373. PMID 29215521.
  6. Berhe, Y; Wall, LL (November 2014). "Uterine rupture in resource-poor countries". Obstetrical & Gynecological Survey. 69 (11): 695–707. doi:10.1097/OGX.0000000000000123. PMID 25409161.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ