ତିତାସ ଭୌମିକ
ଭାରତୀୟ ଅଭିନେତ୍ରୀ
(Titas Bhowmikରୁ ଲେଉଟି ଆସିଛି)
ତିତାସ ଭୌମିକ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଏବଂ ଦୂରଦର୍ଶନରେ କାମ କରନ୍ତି । ସେ ବଙ୍ଗଳା ଧାରାବାହିକ ତୋମେ ଆମି ମିଲେରେ କାକୋଲି ଭୂମିକାରେ ଅଭିନୟ ପାଇଁ ଜଣାଶୁଣା । ୨୦୧୧ ମସିହାରେ ସେ ପଗ୍ଲୁ ନାମକ ବଙ୍ଗଳା କଥାଚିତ୍ର ପାଇଁ ମଧ୍ୟ ବେଶ୍ ଜଣଶୁଣା । । ୱିଲିଅମ ସେକ୍ସପିଅରଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ ସେ କଲିକତାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯେଉଁଠି ସେ ସେକ୍ସପିୟରଙ୍କଦ୍ୱାରା ରଚିତ ଏକ ହାସ୍ୟାତ୍ମକ ନାଟକ ଟାଇମିଂ ଅଫ୍ ଦ ଶ୍ରୁର ଏକ ଦୃଶ୍ୟରେ ଅଭିନୟ କରିଥିଲେ ।[୧]
ତିତାସ ଭୌମିକ | |
---|---|
ଜନ୍ମ | କଲିକତା, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ ଓ ମଡେଲ୍ |
ପ୍ରସିଦ୍ଧି | 'ମୋତେ ଆମି ମିଲେରେ କାକୋଲି |
ଉଲ୍ଲେଖନୀୟ କୃତି | ତୋମୋ ଆମି ମିଲେ |
ସେ ସମଦର୍ଶୀ ଦତ୍ତଙ୍କୁ ୨୦୧୪ ମସିହାରେ ବିବାହ କରିଥିଲେ । ୨୦୧୮ ମସିହାରେ ଉଭୟଙ୍କ ମଧ୍ଯରେ ବିବାହ ବିଚ୍ଛେଦ ଘଟିଥିଲା । ୨୦୧୩ ମସିହାରେ ସେ ବିଗ୍ ବସ୍ ବାଂଲାର ପ୍ରଥମ ସଂସ୍କରଣରେ ଭାଗ ନେଇଥିଲେ ।
ଅଭିନୀତ ଧାରାବାହିକ
ସମ୍ପାଦନା- ତାରେ ଆମି ଚୋଖେ ଦେଖିନି
- ଘୋରେ ଫେରାର ଗାନା (ରାଇନା ଭୂମିକାରେ)
- ତୋମାଇ ଆମି ମିଲେ (କାକୋଲି ଘୋଷ ଭୂମିକାରେ)
- ଦୁଗ୍ଗା ଦୁଗ୍ଗା
- ସନ୍ୟାସି ରାଜା (ରାଣୀ କନସପ୍ରଭା ଭୂମିକାରେ)
- ମହାପ୍ରଭୁ ଶ୍ରୀ ଚୈତନ୍ୟ (ନିମାଇଙ୍କ ମାଆ ଭୂମିକାରେ)
- ଜୟ ବାବା ଲୋକନାଥ (ସୁଧା ଭୂମିକାରେ)
- ମୀରା
- କୋରା ପକ୍ଷୀ (ମେଧା ସିହ୍ନା ଭୂମିକାରେ)
ଅଭିନୀତ କଥାଚିତ୍ର
ସମ୍ପାଦନା- କାଦମ୍ବରୀ (୨୦୧୫)
- ପଗ୍ଲୁ (2011)
ଆଧାର
ସମ୍ପାଦନା- ↑ "Bard-day cake & Duncan's ex-wife". The Telegraph. Archived from the original on 29 May 2014.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ତିତାସ ଭୌମିକ