ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬
ବାଲ୍ୟ ବିବାହ ଭଳି କୁତ୍ସିତ ପ୍ରଥାକୁ ରୋକିବା ପାଇଁ ଭାରତ ସରକାରଙ୍କଦ୍ୱାରା ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ ଭାରତରେ ୧ ନଭେମ୍ବର ୨୦୦୭ରୁ ଲାଗୁ କରାଯାଇଛି । ୨୦୧୭ ମସିହାରେ ଉଚ୍ଚତମ ନ୍ୟାୟାଳୟର ନାବାଳିକା ଯୌନ ନିର୍ଯ୍ୟାତନା ସମ୍ବନ୍ଧୀୟ ଏକ ମାମଲାରେ ଏକ ଐତିହାସିକ ଏକ ଫୈସଲା ମାଧ୍ୟମରେ ନାବାଳିକ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କକୁ ମଧ୍ୟ ଅପରାଧ ବୋଲି କୁହାଗଲା । ଫଳରେ, ବିବାହିତ ପତ୍ନୀ ସହ (ନାବାଳିକ କ୍ଷେତ୍ରରେ) ଶାରୀରିକ ସମ୍ବନ୍ଧ ରଖିବା କ୍ଷେତ୍ରରେ ସ୍ୱାମୀର ଅଧିକାରକୁ ମଧ୍ୟ ସୀମୀତ କରିଦିଆଗଲା ।
ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ | |
---|---|
ନିୟମାକାରକ | Parliament of India |
Status: In force |
ଐତିହାସିକ ପୃଷ୍ଠଭୂମି
ସମ୍ପାଦନାୟୁନିସେଫ(United Nations Children's Fund)ର ଏକ ଘୋଷଣାନାମା ଅନୁଯାୟୀ ୧୮ ବର୍ଷ ପୂର୍ବରୁ କନ୍ୟାଟିଏର ବିବାହ ବାଲ୍ୟ ବିବାହ ବୋଲି ଗଣ୍ୟ ହେବ ଏବଂ ଏଭଳି ବାଲ୍ୟ ବିବାହ ହେଉଛି ମାନବିକ ଅଧିକାରର ଉଲ୍ଲଙ୍ଘନ । [୧] ଦାରିଦ୍ର୍ୟତା, କୁସଂସ୍କାର ଓ ଅର୍ଥନୈତିକ ସ୍ୱଚ୍ଛଳତାର ଅଭାବ କାରଣରୁ ଭାରତରେ ବାଲ୍ୟ ବିବାହ ଭଳି କୁ-ପ୍ରଥା ବହୁଦିନ ପର୍ଯ୍ୟନ୍ତ ପ୍ରଚଳିତ ଥିଲା । ଋଢୀବାଦି ହିନ୍ଦୁ ସମାଜର ଅନ୍ଧ ବିଶ୍ୱାସ, କୁସଂସ୍କାର ତଥା ଶିକ୍ଷାର ଅଭାବ ଯୋଗୁଁ ଏହି ପ୍ରଥାକୁ ବନ୍ଦ କରିବା ଏକ ଦୁରୂହ ବ୍ୟାପାର ଥିଲା । ୨୦୦୧ର ଜନଗଣନା ଅନୁଯାୟୀ ତତ୍କାଳୀନ ଭାରତରେ ୧.୫ ମିଲିୟନ ବିବାହିତ କନ୍ୟା ୧୫ ବର୍ଷରୁ କମ୍ ବୟସର ଥିଲେ । ଏହି କୁସଂସ୍କାରର ଫଲ ସ୍ୱରୂପ କନ୍ୟାଟିଏ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହେବା ସହ କମ୍ ବୟସରେ ଗର୍ଭ ଧାରଣ କରି ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏତଦ୍ ବ୍ୟତୀତ ମାତୃ ମୃତ୍ୟୁହାର ବଢିବା ସହ ଜନ୍ମିତ ଶିଶୁଠାରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହୁଥିଲା । [୨] ଏସବୁ ସମସ୍ୟାର ଦୂରୀକରଣ ଦିଗରେ ଭାରତ ସରକାର ଏହି ଆଇନ ଲାଗୁ କରିଥିଲେ।
ଅଧିନିୟମ ସଂପର୍କରେ
ସମ୍ପାଦନାଏହି ଅଧିନିୟମର ମୂଳ ଉଦ୍ଦେଶ୍ୟ ହେଲା ବାଲ୍ୟବିବାହ ତଥା ତତ୍ ସମର୍କିତ କୁସଂସ୍କାରକୁ ପ୍ରତିବନ୍ଧିତ କରିବା । ଏହା ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କଦ୍ୱାରା ଏଥି ସମ୍ପର୍କିତ ପୂର୍ବ ନିୟମ Child Marriage Restraint Act, ୧୯୨୯ ବଦଳାଇ ଏହି ଅଧିନିୟମ ଲାଗୁ କରାଯାଇଛି ।[୩] ଏହି ଆଇନ ବାଲ୍ୟ ବିବାହକୁ ରୋକିବା, ପୀଡ଼ିତ ପକ୍ଷକୁ ଆର୍ଥିକ ସହାୟତା ଦେବା ସହ ଏଭଳି କୁସଂସ୍କାରକୁ ପ୍ରୋତ୍ସାହନ ତଥା ସହଯୋଗ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଦଣ୍ଡିତ କରିବା । ଅଧିନିୟମର ପ୍ରାଅବଧାନ ଅନୁସାରେ ଏହି ନିୟମର କାର୍ଯ୍ୟକାରିତା କରିବା ନିମନ୍ତେ ବାଲ୍ୟ ବିବାହ ବିଷେଧ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବାର ବ୍ୟବସ୍ଥା ମଧ୍ୟ୍ ଏଥିରେ ରହିଛି ।
ବିଶେଷ ଧାରା
ସମ୍ପାଦନା- ଅଧିନିୟମର ଧାରା ୨ ଅନୁସାରେ ବିବାହ ପାଇଁ ସାବାଳକ/ସାବାଳିକା ହେବା ବୟସର ସୀମା ପୁଅ କ୍ଷେତ୍ରରେ ୨୧ ଏବଂ ଝିଅ କ୍ଷେତ୍ରରେ ୧୮ ବୟସ ।
- ବର ଏବଂ କନ୍ୟା ମଧ୍ୟରୁ ଅନ୍ତତଃ କେହି ଜଣେ ଯଦି ଉପରୋକ୍ତ ବୟସ ପ୍ରକାରେ ସାବାଳକ/ସାବାଳିକା ନୁହନ୍ତି, ତେବେ ସେହି ବିବାହକୁ ବାଲ୍ୟ ବିବାହ ବୋଲି ଧରାଯିବ ।
- ଅଧିନିୟମର ଧାରା ୩ ଅନୁସାରେ ଉପରୋକ୍ତ ଆଇନ ଉଲ୍ଲଙ୍ଘନ ପୂର୍ବକ କରାଯାଇଥିବା ବାଲ୍ୟ ବିବାହ ଆଇନତଃ ବୈଧ ବିବାହ ନୁହେଁ ବୋଲି ଧରାଯିବ । ଅତଏବ ଉପଯୁକ୍ତ ଅଦାଲତରେ (ଜିଲ୍ଲା ନ୍ୟାୟାଧୀଶଙ୍କ ଅଦଲତରେ) ଏଭଳି ବିବାହ ରଦ୍ଦ କରିବା ସହ ବିବାହ ସମୟରେ ଗ୍ରହଣ କରିଥିବା ଅର୍ଥ ତଥା ଅନ୍ୟାନ୍ୟ ଦ୍ରବ୍ୟ ଦେଇଥିବା ପକ୍ଷକୁ ଫେରସ୍ତ କରିବା ପାଇଁ ମକଦ୍ଦମା ଦାୟର କରିହେବ ।[୪]
- ଅଧିନିୟମର ଧାରା ୧୫ ଅନୁସାରେ ଏହି ଅଧିନିୟମର ଖିଲାପ କରୁଥିବା ବାଲ୍ୟ ବିବାହ ଏକ ଧର୍ତ୍ତବ୍ୟ ତଥା ଜାମିନ ବିହୀନ ଅପରାଧ ଅଟେ ।[୫]
ଆଧାର
ସମ୍ପାଦନା- ↑ "Child Marriage India". Childlineindia.org.in. Archived from the original on 2019-02-18. Retrieved 2018-07-24.
- ↑ Government of India (2006). Handbook on the prohibition of child marriage Act, 2006 (PDF). New Delhi. Archived from the original (PDF) on 2014-10-21. Retrieved 2018-07-24.
{{cite book}}
: CS1 maint: location missing publisher (link) - ↑ section 21 of the Prohibition of Child Marriage Act India
- ↑ "Section 3 in The Prohibition of Child Marriage Act, 2006". indiankanoon.org. Retrieved 17 September 2018.
- ↑ ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ର ଧାରା ୧୫
ବାହାର ଲିଙ୍କ
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |