ବାଲ୍ୟବିବାହ
ବାଲ୍ୟ ବିବାହ ହେଉଛି ନିର୍ଦ୍ଦିଷ୍ଟ ବୟସ ସୀମା ନ ହେଉଣୁ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଓୌପଚାରିକ ଅବା ଅଣ ଓୌପଚାରିକ ବିବାହ । ବିଭିନ୍ନ ସଙ୍ଗଠନ ଓ ୟୁନିସେଫଦ୍ୱାରା ନାବାଳକଙ୍କ ବୟସ ସୀମା ୧୮ବର୍ଷ[୧] ଧାର୍ଯ୍ୟ କରାଯାଇଛି । ଆଇନଗତ ଭାବେ ବିବାହ ବୟସ ୧୮ ବର୍ଷରୁ କମ୍ ହୋଇଥିଲେ ଏହା ଆଇନର ବିରୁଦ୍ଧ ଅଟେ । ଅଭିଭାବକଙ୍କ ସହମତି ଅବା ଟିନ ଏଜ ଗର୍ଭଧାରଣ କରିବା ଭଳି କ୍ଷେତ୍ରରେ ଅନେକ ଆଇନ ବୟସ ପୁର୍ବରୁ ବିବାହକୁ ସ୍ୱୀକୃତି ଦେଇଥାନ୍ତି । ଯଦିଓ କିଛି ଦେଶରେ ବିବାହର ବୟସ ସୀମା ୧୮ ବର୍ଷ ରହିଛି କିନ୍ତୁ ପାରମ୍ପରିକ ବିଶ୍ୱାସ ଏକ୍ଷେତ୍ରରେ ଆଇନ ଉପରେ ଭାରି ପଡିଥାଏ । ମାତ୍ର ଏକଥାକୁ ଅସ୍ୱୀକାର କରାଯାଇ ନପାରେ ଯେ ବାଲ୍ୟ ବିବାହ ଉଭୟ ପୁଅ ଓ ଝିଅଙ୍କ ଉପରେ କୁପ୍ରଭାବ ପାକାଇଥାଏ, ଏହି କ୍ଷେତ୍ରରେ ବିଶେଷ ଭାବେ ଝିଅମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ବହୁ ଦିନ ଧରି ବହୁ ସ୍ଥାନରେ ବାଲ୍ୟ ବିବାହ ପରମ୍ପରା ଚାଲି ଆସୁଛି । ଜାତିସଙ୍ଘର ବିଭିନ୍ନ ସଂସ୍ଥାର କହିବା କଥା କେବଳ ସମ୍ମନ୍ୱିତ ଯୌନ ଶିକ୍ଷା ଏଭଳି ପରମ୍ପରାକୁ ଦୂର କରିପାରିବ ।
ବାଲ୍ୟ ବିବାହ ବାଲ୍ୟ ନିର୍ବନ୍ଧ ଓ ସାମାଜିକ ସହବାସ ସହ ବି ଯୋଡି ହୋଇ ରହିଛି ଓ କୋର୍ଟ କେବଳ ଟିନ ଏଜ ପ୍ରେଗ୍ନେନ୍ସି ଅବା ନାବାଳିକା ଅବସ୍ଥାରେ ଗର୍ଭଧାରଣ କରିବା କ୍ଷେତ୍ରରେ ହିଁ ବୟସ ପୂର୍ବରୁ ବିବାହକୁ ଅନୁମତି ଦେଇଥାନ୍ତି । ବିଭିନ୍ନ କ୍ଷେତ୍ରରେ ବିବାହ ସମୟରେ ଜଣେ ଶିଶୁ ଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି, ବିଶେଷ କରି ଝିଅମାନେ ନାବାଳିକା ଥିବା ବେଳେ ପୁଅମାନେ ସାବାଳକ ଥିବା ବି ଦେଖିବାକୁ ମିଳିଛି । ଦାରିଦ୍ର୍ୟ, ଯୈାତୁକ ଦାବି ଓ ସାଂସ୍କୃତିକ ପରମ୍ପରା,କିଛି ଆଇନଗତ ସ୍ୱୀକୃତି,ସାମାଜିକ ଓ ଧାର୍ମିକ ଚାପ,ଝିଅ ଅବିବାହିତ ହୋଇ ରହିଯିବାର ଭୟ, ଅସ୍ୱାକ୍ଷରତା ଓ ଝିଅମାନଙ୍କ କ୍ଷେତ୍ରରେ ରୋଜଗାର କରିବାର ଅକ୍ଷମତା ଅନେକ ସମୟରେ ବାଲ୍ୟ ବିବାହର କାରଣ ପାଲଟିଛିି ।
ଦାରିଦ୍ର୍ୟତା, ରାଜନୈତିକ ଓ ଅର୍ଥନୈତିକ ସ୍ୱଚ୍ଛତାର ଅଭାବ କାରଣରୁ ଇତିହାସରେ ବାଲ୍ୟ ବିବାହ ବିଭିନ୍ନ ସମାଜରେ ଦେଖିବାକୁ ମିଳୁଥିଲା । ଆଜି ମଧ୍ୟ ଅନେକ ଦେଶରେ ବିଶେଷତଃ ଆଫ୍ରିକା,ଦକ୍ଷିଣ ଆଫିକ୍ରା,ଦକ୍ଷିଣ ଏସିଆ,ଦକ୍ଷିଣ ପୂର୍ବ ଏସିଆ,ପଶ୍ଚିମ ଏସିଆ,ଲାଟିନ ଆମେରିକା,ଓସୋଏନିଆ ଭଳି ଦେଶରେ ବାଲ୍ୟ ବିବାହ ପରମ୍ପରା ବହୁଳ ଭାବେ ପ୍ରସାରିତ । ଏପରିକି ଆମେରିକା ଭଳି ବିକଶିତ ଦେଶରେ ଆଇନଗତ କୋହଳ, ଅର୍ଥାତ ୨୫ଟି ରାଜ୍ୟ ରହିଛି ଯେଉଁଠି ବିବାହ ପାଇଁ ସର୍ବନିମ୍ନ ବୟସର ଆବଶ୍ୟକତା ନାହିଁ । ଅବଶ୍ୟ ସମ୍ପୂର୍ଣ୍ଣ ବିଶ୍ୱରେ ବାଲ୍ୟ ବିବାହ ଘଟଣା କମି କମି ଯାଉଛି । କିନ୍ତୁ ୧୮ ବର୍ଷ ପୂର୍ବରୁ ବାଲ୍ୟ ବିବାହ ଘଟଣା ନାଇଜର,ଚାଦ୍,ମଳି,ଗୁଏନିଆ,ବାଂଲାଦେଶ ଓ କେନ୍ଦୀୟ ଆଫ୍ରିକୀୟ ଗଣତନ୍ତ୍ରରେ ୬୦%ରୁ ଅଧିକ । ୨୦୦୩-୨୦୦୯ର ସର୍ଭେ ଅନୁସାରେ ଚାଦ୍,ମଳି,ବାଂଲାଦେଶ,ଇଥିଓପିଆ ଓ ନାଇଜରରେ ୨୦%ରୁ ଅଧିକ ବାଲ୍ୟ ବିବାହ ୧୫ବର୍ଷ ବୟସ ପୂର୍ବରୁ ହେଉଛି ।[୨]
ଭାରତରେ ବାଲ୍ୟ ବିବାହ ଭଳି କୁତ୍ସିତ ପ୍ରଥାକୁ ରୋକିବା ପାଇଁ ଭାରତ ସରକାରଙ୍କଦ୍ୱାରା ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ ୧ ନଭେମ୍ବର ୨୦୦୭ରୁ ଲାଗୁ କରାଯାଇଛି ।
ଇତିହାସ
ସମ୍ପାଦନାଇତିହାସରେ ବାଲ୍ୟ ବିବାହ ସାରା ବିଶ୍ୱରେ ବହୁଳ ଭାବେ ପ୍ରସାରିତ ଥିଲା ଯେତେବେଳେ ହାରାହାରି ଜୀବନକାଳ ୫୦ ବର୍ଷ ଅତିକ୍ରମ କରୁନଥିଲା । ଏଣୁ ଜନସଂଖ୍ୟା ବୃଦ୍ଧି ପାଇଁ ବାଲ୍ୟ ବିବାହକୁ ଏକ ଗ୍ରହଣୀୟ ପରମ୍ପରା ଭାବେ ଦେଖାଯାଇଥିଲା । କିନ୍ତୁ ବିଂଶ ଶତାବ୍ଦୀ ବେଳକୁ ଏନେଇ ପ୍ରଶ୍ନ ଛିଡା ହେଲା, ଯେତେବେଳେ ଅନେକ ଦେଶ ଜଣେ ବ୍ୟକ୍ତିର ପ୍ରଥମ ବିବାହ ବୟସକୁ ବୃଦ୍ଧି କଲେ ଓ ଅଧିକାଂଶ ଦେଶ ସର୍ବନିମ୍ନ ବିବାହ ବୟସକୁ ବୃଦ୍ଧି କଲେ ।
ପ୍ରାଚୀନ ସଭ୍ୟତାରେ ଶୀଘ୍ର ବାହାଘର ଓ ଝିଅମାନେ ମାଆ ହେବା ପାଇଁ ପ୍ରୋତ୍ସାହନ ଦିଆଯାଉଥିଲା । ଯୁବକମାନେ ମଧ୍ୟ ଟିନ ଏଜରେ ବିବାହ କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ଏମିତିକି ଟିନ ଏଜ ମଦରହୁଡ ବା ବୟସ ନ ହେଉଣୁ ମାତୃତ୍ୱ ବହନ କରିବାକୁ ଏକ ସ୍ୱାତନ୍ତ୍ରତା ବୋଲି ବିବେଚନା କରାଯାଉଥିଲା । ପ୍ରାଚୀନ ରୋମରେ ଝିଅ ମାନଙ୍କ ପାଇଁ ବିବାହ ବୟସ ସୀମା ୧୨ ବର୍ଷ ହୋଇଥିବା ବେଳେ ପୁଅ ମାନଙ୍କ ପାଇଁ ଏହା ୧୪ ବର୍ଷ ଥିଲା । ଏପରିକିି ରୋମର ଆଇନରୁ ଯେଉଁସବୁ ବ୍ରିଟିସ ଆଇନ ତିଆରି ହୋଇଥିଲା ସେଥିରେ ମଧ୍ୟ ୧୬ ବର୍ଷ ବୟସ ହେବା ପୂର୍ବରୁ ବାହା ହେବା ଗୋଟିଏ ସାଧାରଣ ଘଟଣା ଥିଲା । ଏମିତିକି ଚୀନର ରାଜବଂଶୀ ଶାସନ ସମୟରେ ବାଲ୍ୟ ବିବାହ ଏକ ନିୟମ ଥିଲା ।
ଧାର୍ମିକ ଦିଗ
ସମ୍ପାଦନାଇତିହାସରେ ବହୁ ସମ୍ପ୍ରଦାୟ ବିବାହ ବୟସକୁ ପ୍ରଭାବିତ କରିଛନ୍ତି । ମାତୃତ୍ୱ ଗ୍ରହଣ ପାଇଁ ବୟସ ହେବା ପୂର୍ବରୁ ବିବାହକୁ ଖ୍ରୀଷ୍ଟ ଧର୍ମ ଓ ସମ୍ପ୍ରଦାୟ ଉପରେ ଆଧାରିତ ଖ୍ରୀଷ୍ଟିଆନ ଆଇନ ବିରୋଧ କରୁଥିଲା । ହିନ୍ଦୁ ଶାସ୍ତ୍ର ବିବାହ ପାଇଁ ପୁଅ କିମ୍ବା ଝିଅ ପରିପକ୍ୱ ହେବା ସପକ୍ଷରେ ଥିଲା । ସେହି ସମୟରେ ଯେ ଯୈାନ ସମ୍ପର୍କ ରଖିବା ପାଇଁ ସମର୍ଥ ହେବାର ତିନି ବର୍ଷ ପରେ ପରିପକ୍ୱତା ହାସଲ କରାଯାଉଥିବା କୁହାଯାଉଥିଲା । ଜିଅସ ପରମ୍ପରାରେ ଅନୁସାରେ ଯୈାବନ ଆସିବା ପୂର୍ବରୁ ବିବାହକୁ ବିରୋଧ କରାଯାଉଥିଲା । ଜିଅସ ଧର୍ମର ସାମ୍ବିଧାନିକ ନିୟମ ହଲାଖା ଆଧାରରେ ୩ରୁ ୧୩ ବର୍ଷ ଭିତରେ ମଧ୍ୟ ପିତାମାତା ବୈବାହିକ ରୀତି ଦେଖୁଥିବାର ନଜିର ରହିଛି ।
ଇତିହାସ ଅନୁଯାୟୀ ୧୯୧୭ କ୍ୟାନନ ଲ’ ଆସିବା ପୂର୍ବରୁ କେଥୋଲିକ ଚର୍ଚ୍ଚ ମାନଙ୍କରେ ନିର୍ବନ୍ଧ ପାଇଁ ସର୍ବନିମ୍ନ ବୟସ ସାତ ବର୍ଷ ଧାର୍ଯ୍ୟ କରାଯାଇଥିଲା । ଆଇନଗତ ଭାବେ ଯୈାନ ସମ୍ପର୍କ ରଖିବା ପାଇଁ ସମର୍ଥ ହେବା ପରେ ସେମାନଙ୍କୁ ପରିପକ୍ୱ ବୋଲି କୁହାଯାଉଥିଲା ।ଏହି ଆଧାରରେ ପୁଅ ମାନଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୧୪ ବର୍ଷ ଥିବା ବେଳେ ଝିଅ ମାନଙ୍କ ପାଇଁ ୧୨ ବର୍ଷ ଥିଲା । ୧୯୧୭ରେ କ୍ୟାନନ ଆଇନ ବିବାହ ପାଇଁ ପୁଅ ଝିଅଙ୍କ ସର୍ବନିମ୍ନ ବୟସ ବୃଦ୍ଧି କରି ପୁଅଙ୍କ ପାଇଁ ୧୬ ବର୍ଷ ଓ ଝିଅଙ୍କ ପାଇଁ ୧୪ ବର୍ଷ ଧାର୍ଯ୍ୟ କରାଯାଇଥିଲା । ୧୯୮୩ରେ କୋଡ ଅଫଡ଼ କ୍ୟାନନ ଲ’ରେ ବିବାହ ପାଇଁ ପୁଅଙ୍କ କ୍ଷେତ୍ରରେ ସର୍ବନିମ୍ନ ବୟସ ୧୬ ବର୍ଷ ଓ ଝିଅଙ୍କ ପାଇଁ ସର୍ବନିମ୍ନ ୧୪ ବର୍ଷକୂ କାୟମ ରଖାଯାଇଥିଲା । ଇସଲାମ ଧର୍ମରେ ୧୦ ବର୍ଷରୁ କମ ବୟସ ଝିଅଙ୍କ ବିବାହ ବି କରାଯାଉଥିଲା । କାରଣ ସରିହାତ ଲ’ ମହମ୍ମଦଙ୍କ ଜୀବନୀ ଓ କାର୍ଯ୍ୟଶୈଳୀ ଉପରେ ଆଧାରିତ ଥିଲା । ଯିଏ କି ଭଗବାନଙ୍କ ଦୂତ ଭାବେ ବର୍ଣ୍ଣିତ ହେବା ସହ ସହି ବୁଖାରି ଓ ସହି ମୁସଲିମରେ ମଧ୍ୟ ଜଡ଼ିତ ଥିଲେ । ମହମ୍ମଦ ଐସାଙ୍କୁ ତୃତୀୟ ବିବାହ କରିଥିଲେ ଯେତେବେଳେ କି ଐସାଙ୍କ ବୟସ ମାତ୍ର ୬ବର୍ଷ ଥିଲା । ଏହା ସହ ୯ବର୍ଷ ବୟସେର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥଲେ । କିଛି ଇସଲାମ ଧର୍ମ ଗବେଶକଙ୍କ କହିବା ଅନୂସାରେ କୌଣସି ଶୃଙ୍ଖଳରେ ପରିସଂଖ୍ୟାନ ଅନୁଯାୟୀ ବିବାହ ବୟସ ନିର୍ଦ୍ଧାରଣ କରାଯାଇ ପାରବି ନାହିଁ । ବରଂ ବିବାହ ପାଇଁ ବୟସ ସେତେବେଳେ ଆସେ ଯେତେବେଳେ ଝିଅର ପିତାମାତା ମନେ କରନ୍ତି ଯେ ଶାରୀରିକ ସମ୍ପର୍କ ରଖିବା ପାଇଁ ଝିଅଟି ସକ୍ଷମ । ଏହା ଏକ ସବଜେକ୍ଟିଭ ଜଜମେଂଟ ବା ବିଷୟ ପୂର୍ଣ୍ଣ ରାୟ ହୋଇଥିବା ଯୋଗୁଁ ବହୁ ମୁସଲିମ ବ୍ୟକ୍ତି ଓ ଗବେଷକ ଏହାକୁ ବିଶ୍ୱାସ କରନ୍ତି । ଯାହାକି ସାରିଆ ଉପରେ ଆଧାରିତ ଯେଉଁଥିରେ କି ୧୩ବର୍ଷରୁ କମ ବୟସ ଝିଅଙ୍କ ବିବାହ ଗ୍ରହଣୀୟ ।
ଆଧାର
ସମ୍ପାଦନା- ↑ "Child marriage". UNICEF. 22 October 2014. Archived from the original on 7 September 2018. Retrieved 15 April 2018.
- ↑ Child Marriage